ଆଇସିସି ମହିଳା ଟି-୨୦ ବିଶ୍ୱକପ, ୨୦୦୯ରୁ ଏଯାଏଁ
ଭୁବନେଶ୍ୱର: ଆଉ ଦିନ କେତଟା ପରେ ଅନୁଷ୍ଠିତ ହେବେ ଆଇସିସି ମହିଳା ଟି-୨୦ ବିଶ୍ୱକପ । ଏଥି ପାଇଁ ସବୁ ଦଳ ପ୍ରସ୍ତୁତ ଜୋରଦାର ଆରମ୍ଭ କରି ଦେଇଛନ୍ତି । ଆଇସିସି ମହିଳା ଟି -୨୦ ବିଶ୍ୱକପର ପ୍ରଥମ ସଂସ୍କରଣ ୨୦୦୯ ରେ ଇଂଲଣ୍ଡରେ ଅନୁଷ୍ଠିତ ହୋଇଥିଲା । ପ୍ରଥମ ତିନୋଟି ଟୁର୍ଣ୍ଣାମେଣ୍ଟରେ ଆଠଟି ଦଳ ଅଂଶ ଗ୍ରହଣକାରୀ ଥିଲେ । ପରେ ଏହି ସଂଖ୍ୟା ୧୦କୁ ବୃଦ୍ଧି ପାଇଛି ।୨୦୨୪ ମହିଳା ଟି-୨୦ ବିଶ୍ୱକପ ବଂଲାଦେଶରେ ହେବ ବୋଲି ଆଇସିସି ପକ୍ଷରୁ ଘୋଷଣା କରାଯାଇଥିଲା । କିନ୍ତୁ ବାଂଲାଦେଶରେ ରାଜନୈତିକ ଅସ୍ଥିରତା ହେତୁ ଏହାକୁ ୟୁଏଇକୁ ସ୍ଥାନାନ୍ତରଣ କରାଯାଇଛି । ୨୦୨୩ ସୁଦ୍ଧା ମୋଟ ଆଠଟି ସଂସ୍କରଣ ଅନୁଷ୍ଠିତ ହୋଇଛି । ଅଷ୍ଟ୍ରେଲିଆ ଏହି ଟୁର୍ଣ୍ଣାମେଣ୍ଟକୁ ୬ଥର ଜିତିଛି । ୨୦୧୦, ୨୦୧୨, ୨୦୧୪, ୨୦୧୮, ୨୦୨୦, ୨୦୨୩ ସଂସ୍କରଣ ଅଷ୍ଟ୍ରେଲିଆ ଜିତିଥିବା ବେଳେ ଇଂଲଣ୍ଡ ( ୨୦୦୯), ଏବଂ ୱେଷ୍ଟଇଣ୍ଡିଜ୍ (୨୦୧୬) ଗୋଟିଏ ଥର ଲେଖାଏଁ ଜିତିଛନ୍ତି ।
ବର୍ଷ ଆୟୋଜକ ଚାମ୍ପିଅନ ରନର୍ସ ଅପ
୨୦୦୯ ଇଂଲଣ୍ଡ ଇଂଲଣ୍ଡ ନୁ୍ୟଜିଲାଣ୍ଡ
୨୦୧୦ ୱେଷ୍ଟଇଣ୍ଡିଜ ଅଷ୍ଟ୍ରେଲିଆ ନୁ୍ୟଜିଲାଣ୍ଡ
୨୦୧୨ ଶ୍ରୀଲଙ୍କା ଅଷ୍ଟ୍ରେଲିଆ ଇଂଲଣ୍ଡ
୨୦୧୪ ବଂଲାଦେଶ ଅଷ୍ଟ୍ରେଲିଆ ଇଂଲଣ୍ଡ
୨୦୧୬ ଇଣ୍ଡିଆ ୱେଷ୍ଟଇଣ୍ଡିଜ ଅଷ୍ଟ୍ରେଲିଅ
୨୦୧୮ ୱେଷ୍ଟଇଣ୍ଡିଜ ଅଷ୍ଟ୍ରେଲିଆ ଇଂଲଣ୍ଡ
୨୦୨୦ ଅଷ୍ଟ୍ରେଲିଆ ଅଷ୍ଟ୍ରେଲିଆ ଭାରତ
୨୦୨୩ ଦ.ଆଫ୍ରିକା ଅଷ୍ଟ୍ରେଲିଆ ଦ.ଆଫ୍ରିକା
ସର୍ବାଧିକ ଦଳଗତ ସ୍କୋର
ଦଳ ରନ ବିପକ୍ଷ ଦଳ: ବର୍ଷ
ଇଂଲଣ୍ଡ: ୨୧୩/୫ ପାକିସ୍ତାନ ୨୦୨୩
ଦ.ଆଫ୍ରିକା ୧୯୫/୩ ଥାଇଲାଣ୍ଡ ୨୦୨୦
ଭାରତ ୧୯୪/୫ ନୁ୍ୟଜିଲାଣ୍ଡ ୨୦୧୮
ଅଷ୍ଟ୍ରେଲିଆ ୧୯୧/୪ ଆର୍ୟଲାଣ୍ଡ ୨୦୧୪
ଅଷ୍ଟ୍ରେଲିଆ ୧୮୯/୧ ବାଂଲାଦେଶ ୨୦୨୦
ସର୍ବନିମ୍ନ ଦଳଗତ ସ୍କୋର
ଦଳ ରନ ବିପକ୍ଷ ଦଳ: ବର୍ଷ
ବାଂଲାଦେଶ ୪୬ ୱେଷ୍ଟଇଣ୍ଡିଜ ୨୦୧୮
ବାଂଲାଦେଶ ୫୮ ଇଂଲଣ୍ଡ ୨୦୧୪
ପାକିସ୍ତନ ୬୦ ଇଂଲଣ୍ଡ ୨୦୧୯
ଶ୍ରୀଲଙ୍କା ୬୦ ନୁ୍ୟଜିଲାଣ୍ଡ ୨୦୨୩
ପାକିସ୍ତାନ ୬୫ ନୁ୍ୟଜିଲାଣ୍ଡ ୨୦୧୦
ସର୍ବାଧିକ ବ୍ୟକ୍ତିଗତ ସ୍କୋର
ରନ ବ୍ୟାଟର ଦଳ ବିପକ୍ଷ
୧୨୬ ମେଗ ଲାନିଙ୍ଗ ଅଷ୍ଟ୍ରେଲିଆ ଆର୍ୟଲାଣ୍ଡ
୧୧୨ ଡେଣ୍ଡ୍ରା ଡଟିନ ୱେଷ୍ଟଇଣ୍ଡିଜ ଦ.ଆଫ୍ରିକା
୧୦୮ ହିଥର ନାଇଟ ଇଂଲଣ୍ଡ ଥାଇଲାଣ୍ଡ
୧୦୩ ହରମନପ୍ରୀତ କୌର ଭାରତ ନୁ୍ୟଜିଲାଣ୍ଡ
୧୦୨ ମୁନୀବ ଅଲ୍ଲୀ ପାକିସ୍ତାନ ଆର୍ୟଲାଣ୍ଡ
ଗୋଟିଏ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୱିକେଟ
୨୦୦୯: ହୋଲି କୋଲଭିନ-୯ ୱିକେଟ
୨୦୧୦: ଡାଏନା ଡେଭିଡ଼, ନିକୋଳା ବ୍ରାଉନି- ୯ ୱିକେଟ
୨୦୧୨: ଜୁଲି ହଣ୍ଟର- ୧୧ ୱିକେଟ
୨୦୧୪: ଅନ୍ୟା ସ୍ରୁବସୋଲ- ୧୩ ୱିକେଟ
୨୦୧୬: ଲେହେଗ କାସ୍ପି୍ରକ, ସୋଫି ଡିଭାଇନ, ଡେଣ୍ଡ୍ରା ଡଟିନ- ୯ ୱିକେଟ
୨୦୧୮: ଡେଣ୍ଡ୍ରା ଡଟିନ, ଆଶଲେ ଗାର୍ଡନର, ମେଗାନ ସ୍କଟ- ୧୦ ୱିକେଟ
୨୦୨୦: ମେଗାନ ସ୍କଟ- ୧୩ ୱିକେଟ
୨୦୨୩: ସୋଫି ଏକ୍ଲାଷ୍ଟୋନ- ୧୧ ୱିକେଟ
ଗୋଟିଏ ସଂସ୍କରଣରେ ସର୍ବାଧିକ ରନ
୨୦୦୯: ଆମି ୱାଟ କିନସ-୨୦୦ ରନ
୨୦୧୦: ସାରା ମାକ ଗ୍ଲାସନ- ୧୪୭ ରନ
୨୦୧୨: ଚାର୍ଲୋାଟି ଏଡୱାର୍ଡସ- ୧୭୨ ରନ
୨୦୧୪: ମେଗ ଲାନିଙ୍ଗ- ୨୫୭ ରନ
୨୦୧୬: ଷ୍ଟେଫିନ ଟେଲର- ୨୪୬ ରନ
୨୦୧୮: ଏଲିସା ହିଲୀ- ୨୫୬ ରନ
୨୦୨୦: ବେଥ ମୁନୀ- ୨୫୯ ରନ
୨୦୨୩: ଲଉଉରା ୱାଲଭଲାର୍ଟ- ୨୩୦ ରନ
ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଣ୍ଟ
୨୦୦୯: ଚାର୍ଲି ଟେଲର
୨୦୧୦: ନିକୋଲା ବ୍ରାଉନି
୨୦୧୨: ଚାର୍ଲୋଟି ଏଡୱର୍ଡସ
୨୦୧୪: ଆନ୍ୟା ସ୍ରୁବସୋଲ
୨୦୧୬: ସେଫିନ ଟେଲର
୨୦୧୮: ଏଲିସା ହିଲୀ
୨୦୨୦: ବେଥ ମୁନୀ
୨୦୨୩: ଆସ୍ଲେ ଗାର୍ଡନର
ପ୍ଲେୟାର ଅଫ ଦ ଫାଇନାଲ
୨୦୦୯: କ୍ୟାଥେରିନ ସ୍କିଭର ବ୍ରଣ୍ଟ
୨୦୧୦: ଏଲିସି ପେରୀ
୨୦୧୨: ଜେସ କ୍ୟମେରୋନ
୨୦୧୪: ସାରା କ୍ୟୋଟେ
୨୦୧୬: ହେଲି ମ୍ୟଥୁ୍ୟସ
୨୦୧୮: ଆସ୍ଲେ ଗାର୍ଡନର
୨୦୨୦: ଏଲିସା ହିଲୀ
୨୦୨୩: ବେଥ ମୁନୀ
ସବୁଠୁ ସଫଳ ଦଳ
ଅଷ୍ଟ୍ରେଲିଆ ପୁରୁଷ କ୍ରିକେଟ ଦଳ ଭଳି ମହିଳା କ୍ରିକେଟ ଦଳ ମଧ୍ୟ ଏହି ଟୁର୍ଣ୍ଣମେଣ୍ଟରେ ଦବଦବା ଜାରି ରଖିଛି । ମୋଟ ଆଠଟି ସଂସ୍କରଣରୁ ଅଷ୍ଟ୍ରେଲିଆ ୬ ଥର ଚାମ୍ପିଅନ ହୋଇଛି । ଏଥସହିତ ଥରେ ମଧ୍ୟ ରନରସ ଅପ ହୋଇଛି । ତେଣୁ ମହିଳା ଟି-୨୦ ବିଶ୍ୱକପରେ ସବୁଠାରୁ ସଫଳ ଦଳ ଭାବେ ଅଷ୍ଟ୍ରେଲିକୁ ବିବେଚନା କରାଯାଏ ।
ମହିଳା ଟି-୨୦ ବିଶ୍ୱକପରେ ଭାରତ
ପୁରୁଷ କ୍ରିକେଟରେ ଭାରତ ବେଶ ସଫଳ ହୋଇଛି । କିନ୍ତୁ ମହିଳା କ୍ରିକେଟ ବିଶ୍ୱକପରେ ଭାରତର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଭାରତୀୟ ମହିଳା ଦଳ ଟି-୨୦ ବିଶ୍ୱକପର ୮ଟି ଯାକ ସଂସ୍କରଣରେ ଭାଗ ନେଇଥିଲେ ବି ଏ ପର୍ଯ୍ୟନ୍ତ ଚାମ୍ପିଅନ ହୋଇପାରିନି । ୨୦୨୦ ବିଶ୍ୱକପରେ ଭାରତ ଚମକ୍ରାର ପ୍ରଦର୍ଶନ କରି ଫାଇନାଲକୁ ଯାଇଥିଲେ ବି ଚାମ୍ପିଅନ ଆଖ୍ୟା ପାଇବାରୁ ବଞ୍ଚିତ ହୋଇଥିଲା । ଫଳରେ ଦଳକୁ ରନରସ ଅପରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା ।