ଓ.ପି ଜିନ୍ଦଲଙ୍କ ୯୪ତମ ଜନ୍ମବାର୍ଷିକୀ
ଅନୁଗୁଳ: ଓ.ପି ଜିନ୍ଦଲ ଗ୍ରୁପର ପ୍ରତିଷ୍ଠାତା ଓମ୍ ପ୍ରକାଶ ଜିନ୍ଦଲ(ବାଉଜୀ)ଙ୍କ ୯୪ତମ ଜନ୍ମ ବାର୍ଷିକୀକୁ ଶ୍ରଦ୍ଧା ଓ ଉତ୍ସାହର ସହ ଅନୁଗୁଳ କମ୍ପାନୀ ପରିସର ସମେତ ଆଖପାଖ ଅଞ୍ଚଳରେOP ଖୁବ୍ ଧୁମଧାମରେ ପାଳନ କରାଯାଇଛି । ସକାଳେ ଅନୁଗୁଳ ପ୍ଲାଣ୍ଟ ମୁଖ୍ୟ ତଥା କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ପଙ୍କଜ ମଲହାନ ଏବଂ କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ଦାମୋଦର ମିତ୍ତଲ ଓ.ପି ଜିନ୍ଦଲଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସେହିପରି ବହୁ ବରିଷ୍ଠ ଅଧିକାରୀ, ସେମାନଙ୍କ ପରିବାର ସଦସ୍ୟ ଏବଂ କର୍ମଚାରୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଗ୍ରାମବାସୀ ବହୁ ସଂଖ୍ୟାରେ କାର୍ଯ୍ୟକ୍ରମରେ ଯୋଗ ଦେଇ ସମ୍ମାନିତ ପ୍ରତିଷ୍ଠାତାଙ୍କ ପ୍ରତି ଗଭୀର ସମ୍ମାନ ପ୍ରଦର୍ଶନ କରିଥିଲେ । ଶ୍ରୀ ପଙ୍କଜ ମଲହାନ ତାଙ୍କ ସମ୍ଭୋଧନରେ ଓ.ପି ଜିନ୍ଦଲଙ୍କ ଦୂରଦୃଷ୍ଟି ଏବଂ କମ୍ପାନୀ ତଥା ସମାଜ ପାଇଁ ତାଙ୍କର ଅବଦାନ ଉପରେ ଗୁରୁତ୍ୱରୋପ କରିଥିଲେ । ଜନ୍ମବାର୍ଷିକୀ ପାଳନ ଅବସରରେ ଜେଏସପି ଫାଉଣ୍ଡେସନ୍ ଏବଂ ଓଡ଼ିଶା ରକ୍ତଭଣ୍ଡାର ଅନୁଗୋଳ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଜେଏସପି କର୍ମଚାରୀ ଏବଂ ସହଯୋଗୀ ମାନେ ପ୍ରାୟ ୧୮୩ ୟୁନିଟ୍ ରକ୍ତଦାନ କରିଥିଲେ । ଏଥିସହ ରାଜ୍ୟସ୍ତରୀୟ ଓ.ପି ଜିନ୍ଦଲ ଫୁଟବଲ ଟୁର୍ଣ୍ଣାମେଣ୍ଟ-୨୦୨୪ ସ୍ଥାନୀୟ ଅନୁଗୁଳର ପିଟିସି ଗ୍ରାଉଣ୍ଡରେ ଉଦ୍ଘାଟିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟର ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଏଡିଏମ୍ ଅନୁଗୁଳ ପ୍ରତାପ ପ୍ରୀତିମୟ, ସମ୍ମାନିତ ଅତିଥି ଭାବେ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାରର ଅନୁଗୁଳ ପ୍ଲାଣ୍ଟ ମୁଖ୍ୟ ପଙ୍କଜ ମଲହାନ, ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଡାକ୍ତର ଅନ୍ତର୍ଯ୍ୟାମୀ ମିଶ୍ର, ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ, ଜିଲ୍ଲା କ୍ରୀଡା ସଂସଦର କୋଷାଧ୍ୟକ୍ଷ କିଶୋର କୁମାର କର, ଓ.ପି ଜିନ୍ଦଲ କମୁ୍ୟନିଟି କଲେଜର ଅଧ୍ୟକ୍ଷ ପ୍ରସନ୍ନ ପାତ୍ର ଏବଂ ଜେଏସପି, ଅନୁଗୁଳ ସିଏସଆର ବିଭାଗୀୟ ମୁଖ୍ୟ ଜୟନ୍ତ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ବିଭିନ୍ନ ଜିଲ୍ଲାରୁ ୧୨ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିଛନ୍ତି । ଆସନ୍ତା ୧୮ ତାରିଖରେ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଖେଳାଯିବ । ସେହିପରି ଜନ୍ମ ଜୟନ୍ତୀ ଅବସରରେ ଜେଏସପି ଫାଉଣ୍ଡେସନ୍ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା ।