କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ବୈଠକ
ନାଉଗାଁ : ନାଉଗାଁ ବ୍ଲକ୍ କଂଗ୍ରେସ କମିଟି ପକ୍ଷରୁ ଗଙ୍ଗଦାହାଟ ଦୁର୍ଗା ମଣ୍ଡପ ନିକଟରେ ଆଗାମୀ ଜୁଲାଇ ୧୧ତାରିଖରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଓଡିଶା ଗ୍ରସ୍ତ ଓ ରାଜ୍ୟରେ ବଢୁଥିବା ନାରୀ ନିର୍ଯାତନା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ସାଧାରଣ ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବାରେ ରାଜ୍ୟ ସରକାରଙ୍କ ବିଫଳତା ଆଦି ପ୍ରତିବାଦରେ ଆସନ୍ତା ଜୁଲାଇ ମାସ ୧୧ ତାରିଖ ଦିନ ପ୍ରଦେଶ କଂଗ୍ରେସକମିଟି ପକ୍ଷରୁ ଭୁବନେଶ୍ୱରର ବରମୁଣ୍ଡା ପଡିଆରେ ଅନୁଷ୍ଠିତ ହେବାକୁ ଥିବା ସମ୍ବିଧାନ ବଞ୍ଚାଓ କାର୍ଯ୍ୟକ୍ରମ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇିଛି । ନାଉଗାଁ ବ୍ଲକ୍ କଂଗ୍ରେସ କମିଟି ସଭାପତି ବିଚିତ୍ରାନନ୍ଦ ଲେଙ୍କାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟଅତିଥି ଜଗତସିଂହପୁର ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକିଙ୍କ ସହିତ ଜଗତସିଂହପୁର ପୌର ପରିଷଦର ପୂର୍ବତନ ପୌରାଧ୍ୟକ୍ଷ ବିପ୍ଲବ ଚୌଧୁରୀ ଓ ନାଉଗାଁ ବ୍ଲକ୍ କଂଗ୍ରେସ କର୍ମୀ ବୈଠକରେ ସାମିଲ ହୋଇ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ଆଲୋକପାତ କରିଥିଲେ । କଂଗ୍ରେସ କମିଟି ସଭାପତି ବିଚିତ୍ରାନନ୍ଦ ଲେଙ୍କାଙ୍କ ସଭାପତିତ୍ୱରେ ବୈଠକରେ ମୁଖ୍ୟଅତିଥି ଭାବେ ଜଗତସିଂହପୁର ଜିଲ୍ଲା କଂଗ୍ରେସର ସଭାପତି ନଟବର ବାରିକି ନାଉଗାଁଙ୍କ ସହିତ ଜଗତସିଂହପୁର ପୌର ପରିଷଦର ପୂର୍ବତନ ପୌରାଧ୍ୟକ୍ଷ ବିପ୍ଲବ ଚୌଧୁରୀ ଓ ନାଉଗାଁ ବ୍ଲକ୍ କଂଗ୍ରେସ କର୍ମୀ ବୈଠକ ସାମିଲ ହୋଇ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ଆଲୋକପାତ କରିଥିଲେ ।