କିଛି ଘଣ୍ଟାରେ ସରିଗଲା ଅନ୍ଲାଇନ୍ ଟିକେଟ୍

 ଭୁବନେଶ୍ୱର : ଅନେକ ଦିନର ପ୍ରତୀକ୍ଷା ପରେ ବାରବାଟୀକୁ ଫେରିଛି କ୍ରିକେଟ୍ । ଏଥିପାଇଁ ଆଜି ଅନଲାଇନ୍ ଟିକେଟ ବିକ୍ରି ହୋଇଥିଲା । ୪ ହଜାର ଟିକେଟ୍ ପାଇଁ ପ୍ରାୟ ଲକ୍ଷାଧିକ ଲୋକ ଅନଲାଇନ୍ରେ ରହିଥିଲେ । କିଛି ସମୟ ପରେ ଟିକେଟ ସବୁ ଶେଷ ହୋଇଯାଇଥିଲା । ତେବେ ଦୀର୍ଘ ସମୟ ଧରି ୧୦ ହଜାର ଟଙ୍କିଆ ଟିକେଟ୍ ଉପଲବ୍ଧ ବୋଲି ଦେଖିବାକୁ ମିଳିଥିଲା । ପ୍ରଥମ ପର୍ଯ୍ୟାୟରେ ଆଜି ଅପରାହ୍ନ ୪ଟାରୁ ଅନ୍ଲାଇନ୍ ଟିକେଟ୍ ବିକ୍ରି ହୋଇଥିଲା । କ୍ରିକେଟ୍ ପ୍ରେମୀମାନେ ଟିକେଟ ପାଇଁ ଘଣ୍ଟା ଘଣ୍ଟା ଧରି ଅନଲାଇନ୍ରେ ଅପେକ୍ଷା କରିଥିଲେ । ଏମିତିକି ସଂଧ୍ୟା ସାଢ଼େ ୬ଟା ବେଳକୁ ୮୫ ହଜାରରୁ ଉଦ୍ଧ୍ୱର୍ ଅନଲାଇନରେ ଥିବା ଦର୍ଶାଯାଇଥିଲା । ଆଜି ୨ ନମ୍ବର ଗ୍ୟାଲେରି ପାଇଁ ୧୦୭୦ଟି, ୪ ନମ୍ବର ଗ୍ୟାଲେରି ପାଇଁ ୧୦୮୦ଟି, ୭ ନମ୍ବର ଗ୍ୟାଲେରି ପାଇଁ ୧୫୦୦ଟି, ସ୍ଫେଶିଆଲ ଏନକ୍ଲୋଜର ପାଇଁ ୨୦୦ଟି, ଏସି ବକ୍ସ ପାଇଁ ୫୦ଟି ଏବଂ ନୁ୍ୟ ପ୍ୟାଭିଲିୟନର ୧୦୦ଟି ଟିକଟ ରହିଥିଲା । ଅନଲାଇନ୍ରେ ଟିକେଟ୍ କିଣିଥିବା ବ୍ୟକ୍ତିମାନେ ୭, ୮ ଓ ୯ ତାରିଖ ତିନି ଦିନ ଭିତରେ ଏହାକୁ କଟକର କେମ୍ବ୍ରିଜ ସ୍କୁଲ ଏବଂ ଭୁବନେଶ୍ୱରର କିଟ୍ ଆଥଲେଟିକ ଷ୍ଟାଡିୟମରୁ ସଂଗ୍ରହ କରିବେ । ୭ ଓ ୮ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ କାଉଣ୍ଟର ଖୋଲା ରହିବ ।