ଗ୍ରାମ୍ୟ ବ୍ୟାଙ୍କ୍ କର୍ମଚାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

 କବାଟବନ୍ଧ: ଓଡିଶା ଗ୍ରାମ୍ୟବ୍ୟାଙ୍କ୍ ଚଣ୍ଡିଖୋଲ ଆଞ୍ଚଳିକ କାର୍ଯ୍ୟାଳୟ ଅଧିନ ଜେନାପୁର ଶାଖାର କୋଷାଧ୍ୟକ୍ଷ ସ୍ୱାମୀ ନାୟକଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଆନ୍ଧ୍ରପ୍ରଦେଶ ରାଜ୍ୟରୁ ଆସି ଜେନାପୁର ଶାଖାରେ ଯୋଗଦାନ କରିଥିଲେ । ଜେନାପୁର ଶାଖାରେ ୨୦୧୮ ମସିହାରୁ ପ୍ରଥମ କରି ନିଜ ଜୀବନର ପ୍ରଥମ ଚାକିରି ଆରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ଓଜିବିର ପୁରାତନ ବରିଷ୍ଠ କର୍ମଚାରୀ ତଥା ସୁଦର୍ଶନ ପ୍ରଧାନ, ଅଲେଖ କୁମାର ଓଝା ଓ ରମେଶ ଚନ୍ଦ୍ର ପାତ୍ର ଉପସ୍ଥିତ ରହି ଶ୍ରୀଯୁକ୍ତ ନାୟକଙ୍କୁ ଉତ୍ତରୀୟ ଦେବା ସହିତ ଶୁଭେଚ୍ଛା ଜଣାଇ ଆଗାମୀ ଭବିଷ୍ୟତରେ ଉତମ କାର୍ଯ୍ୟ କରି ଭଲ ପଦବୀରେ ପଦୋନ୍ନିତ କରନ୍ତୁ ବୋଲି ପରାମର୍ଶ ଦେଇଥିଲେ । ଶାଖାରେ ଦୀର୍ଘ ୫ବର୍ଷରୁ ଊର୍ଦ୍ଧ୍ୱ କାର୍ଯ୍ୟ କରି ଗ୍ରାହକମାନଙ୍କ ଉତ୍ତମ ସେବା ଦେଇ ପ୍ରିୟପାତ୍ର ହୋଇପାରିଥିଲେ । ସେ ଜଣେ ମେଳାପି ଭାବେ ଶାଖାର ସମସ୍ତ କର୍ମଚାରୀଙ୍କୁ ସମ୍ପର୍କ ଡୋରରେ ବାନ୍ଧି ରଖିଥିଲେ । ସେ ବର୍ତ୍ତମାନ ଜେନାପୁର ଶାଖାରୁ ବଦଳି ହୋଇ ବ୍ରହ୍ମବରଦା ଶାଖାରେ ଯୋଗଦେବେ ବୋଲି ସହ ଶାଖା ପରିଚାଳକ ସାଗର ମହାରଣା ସୂଚନା ଦେଇଛନ୍ତି । ତାଙ୍କ ସ୍ଥାନରେ ନୂତନ କର୍ମଚାରୀ ଭାବେ ସୌରଭ କୁମାର ମଣ୍ଡଳ ଯୋଗ ଦେଇଛନ୍ତି । କାର୍ଯ୍ୟକ୍ରମରେ ସହ ଶାଖା ପରିଚାଳକ ସାଗର ମହାରଣା, ବିଚିତ୍ର କୁମାର ଭଦ୍ର, ନିଷ୍କାନ୍ତ ଖଟୁଆ,ମାନସ ରଞ୍ଜନ ପ୍ରଧାନ,ପ୍ରତିମା କବି ଓ କବାଟବନ୍ଧ ଶାଖାର ସହ ଶାଖାପରିଚାଳକ ଜୟପ୍ରଭାସ ମିଶ୍ର, ଗଡମଧୁପୁର ଶାଖାର ସହ ଶାଖାପରିଚାଳ ଶୁଭାଶିଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।