ଘରୋଇ ବେପାରୀଠାରୁ ଧାନ ବିହନ କିଣି ଚାଷୀ ହତାଶ: ବେଉଷଣ କରିବା ପୂର୍ବରୁ ଧାନ ବାହାରିଲା
ରାଜନଗର : ରାଜନଗର ବ୍ଲକରେ ନକଲି ବିହନ ଘରୋଇ ବେପାରୀଠାରୁ କିଣି ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛି । ଗୁପ୍ତି ପଂଚାୟତ ରାଜରାଜେଶ୍ୱରପୁର ଗ୍ରାମର ସଦାନନ୍ଦ ମିସ୍ତ୍ରୀ, ତପନ ମାଝୀ, ଅନନ୍ତ ମଣ୍ଡଳ, ଭଜ ମଣ୍ଡଳ, ଶଶଧର ମଣ୍ଡଳ, ଭବେଶ ମଣ୍ଡଳ, ମଧୁ ମଣ୍ଡଳ, ବିଭୁତି ଗାଇନି, ରଂଜିତ ମଣ୍ଡଳ, ନରି ତରଫଦାର କୃଷ୍ଣପ୍ରିୟାପୁର ଗ୍ରାମର ତାରାପଦ ମଣ୍ଡଳ, ଦେବେନ୍ଦ୍ରନାରାୟଣପୁର ଗ୍ରାମର ତପନ ମଣ୍ଡଳ, ଗୋପାଳପୁର ଗ୍ରାମର ଧରିତ୍ରୀ ଜେନା, କ୍ଷୀରୋଦ ଜେନା, ଫକୀର ନାୟକ, ପ୍ରଦୀପ ନାୟକ, ନଛିପଡା ଗ୍ରାମର ବଳରାମ ପ୍ରଧାନ ଡେରାଗ୍ରାମ ପଂଚାୟତ ନୂଆଗାଁ ଗ୍ରାମର ଯଶୋବନ୍ତ ରାଉତ, ଅକ୍ଷୟ ନାୟକ, କାଠୁଆଗଣ୍ଡ ଗ୍ରାମର ବୁଦ୍ଧିରାମ ପରିଡା, ଧୋବେଇଗଡ଼ ଗ୍ରାମର ପ୍ରଦୀପ ରାଉତ ପ୍ରମୁଖ ଚାଷୀମାନେ ରାଜରାଜେଶ୍ୱରପୁର ଗ୍ରାମର କାଳୀପଦ ମଣ୍ଡଳ ଯେ କି ଘରୋଇ ଭାବେ ବିହନ ଆଣି ବିକ୍ରୟ କରିଥାନ୍ତି । ତାଙ୍କ ଠାରୁ ବିହନ ଆଣି ତଳି ପକାଇଥିଲେ । ଚାଷୀଙ୍କୁ ଏହା ୧୪୫ଦିନିଆ ସୁପର ସନ୍ତୋଷୀ ବିହନ, ୨୦କେଜି ପାକେଟକୁ ୧୦୫୦ ଦରରେ ବିକ୍ରୟ କରିଥିଲେ । ଚାଷୀ ବିହନ ନେଇ ତଳି ପକାଇ ତିନି ସପ୍ତାହରୁ ଚାରି ସପ୍ତାହ ମଧ୍ୟରେ ତଳି ରୋଇବାର ୧୫/୨୦ ଦିନପରେ ବେଉଷଣ କରିବା ପୂର୍ବରୁ ଧାନ ଥୋଡ ବାହାରିବାରୁ ଚାଷୀମାନେ କାଳୀପଦକୁ ପଚାରିବାରୁ କମ୍ପାନୀ ଲୋକ ଆସି ଦେଖିବେ ବୋଲି କହି କଥାକୁ ଟାଳି ଦେଇଥିଲେ । ଚାଷୀମାନେ ହତାଶ ହୋଇ କ୍ଷତିପୂରଣ ସମ୍ପୃକ୍ତ କମ୍ପାନୀ ଠାରୁ ଆଦାୟ କରିବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି ।