ଚର୍ଚ୍ଚାରେ ଠିକାଦାର-ଯନ୍ତ୍ରୀଙ୍କ ଭୋଜି
ଭିଜିଲାନ୍ସ ଜାଲରେ ଏବେ ବହୁ ଯନ୍ତ୍ରୀ ପଡ଼ୁଥିବାର ଖବର ଦୈନନ୍ଦିନ ପ୍ରକାଶ ପାଉଛି । ପୂର୍ବ ସରକାର ଅମଳରୁ ଆଧିପତ୍ୟ ଜମାଇଥିବା କିଛି ଯନ୍ତ୍ରୀ ଏବେବି ପୁଣି ଦବ୍ଦବା ଜମାଇ ସରକାରୀ ଅର୍ଥର ହରିଲୁଟ ଲାଗି ଗଳାବାଟ ଖୋଜୁଥିବା ନେଇ ଅଭିଯୋଗ ହେଉଛି । ତେବେ ଏବେ ଗୋଟିଏ ଚର୍ଚ୍ଚା ·ରିଆଡ଼େ ଲାଗିରହିଛି ସତ୍ୟନଗର ସ୍ଥିତ ଏକ ଡାକବଙ୍ଗଳାରେ ଯନ୍ତ୍ରୀ ଓ ଠିକାଦାରଙ୍କ ଭୋଜି । ପୂର୍ବ ସରକାର ଅମଳରେ ବିନା ଟେଣ୍ଡରରେ ହୋଇଥିବା କୋଟିକୋଟି ଟଙ୍କାର କାର୍ଯ୍ୟକୁ ନିୟମିତ କରିବା ଲାଗି ଏହି ଭୋଜି ହୋଇଥିବା ନେଇ ଆଲୋଚନା ହେଉଛି ।
ଅଭିଯୋଗ ଅନୁଯାୟୀ ଏହି ଭୋଜିର ଖର୍ଚ୍ଚ ଜଣେ ଯନ୍ତ୍ରୀ ଓ ଦୁଇରୁ ତିନିଜଣ ଠିକାଦାର ବହନ କରିଛନ୍ତି । ଭୋଜିରେ ଭୁବନେଶ୍ୱରର ପୂର୍ତ୍ତ ବିଭାଗର ଏକ ଡିଭିଜନର କିଛି ଯନ୍ତ୍ରୀ ଓ ହାତଗଣତି କିଛି କର୍ମ·ରୀ ଯୋଗ ଦେଇଥିଲେ । ତେବେ ଜଣେ ଯନ୍ତ୍ରୀଙ୍କ ନାଁ ଏବେ ବେଶ୍ ଚର୍ଚ୍ଚାକୁ ଆସିଛି । ଏହି ଯନ୍ତ୍ରୀ ଜଣଙ୍କ ଯେଉଁ ସେକ୍ସନରେ କାର୍ଯ୍ୟରତ, ସେଠାରେ ପୂର୍ବରୁ ୧୦୦ରୁ ଊଦ୍ଧ୍ୱର୍ ଠିକାଦାର କାର୍ଯ୍ୟ କରି ପରିବାର ଚଳାଉଥିଲେ । ଗତ ୨ବର୍ଷ ହେଲା ଏହି ଯନ୍ତ୍ରୀ ଅ ।ସିବା ପରଠୁ ଠିକାଦାରଙ୍କ ସଂଖ୍ୟା ୧୦ରୁ ୧୫କୁ ଖସିଆସିଛି । ବର୍ଷକୁ ୧୦ କୋଟିରୁ ଊଦ୍ଧ୍ୱର୍ କାର୍ଯ୍ୟ ହୁଏ । ୧୦ରୁ ୧୫ ଠିକାଦାର ଓ ଯନ୍ତ୍ରୀଙ୍କ ମିଲିଭଗତରେ ଏହା ·ଲେ ବୋଲି କୁହାଯାଉଛି । ସଂପୃକ୍ତ ଯନ୍ତ୍ରୀ ଜଣଙ୍କ ନିଜର ସ୍ୱଚ୍ଛତା ପ୍ରମାଣ ପାଇଁ ତାଙ୍କ ଦପ୍ତରରେ ସିସି ଟିଭି ଲଗାଇଛନ୍ତି । ହେଲେ ତାଙ୍କ ଘରେ କୁଆଡ଼େ ସକାଳୁ ୧୦ରୁ ୧୨ ଠିକାଦାର ଭିଡ଼ ଲଗାନ୍ତି । ଡାକବଙ୍ଗଳା ମଧ୍ୟରେ ନିଜେ ରହିବା ପାଇଁ ଏକ ଘର ନିର୍ମାଣ କରିଛନ୍ତି । ଯେଉଁଥିରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଉଛି । ଏହିସବୁ ଘଟଣାର ତଦନ୍ତ ଲାଗି ପୂର୍ତ୍ତ ମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି ।