ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦଘାଟିତ ଆଳୁ ମିଶନକୁ ଗତିଶୀଳ ପାଇଁ ପ୍ରତି ସବଡିଭିଜନରେ ଶୀତଳଭଣ୍ଡାର: ଉପମୁଖ୍ୟମନ୍ତ୍ରୀ
ନୂଆ ସରକାର ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ସହ ରନôଭଣ୍ଡାର ଖୋଲିଛନ୍ତି । ଶ୍ରୀମନ୍ଦିର ପାଇଁ ୫ଶହ କୋଟିର କର୍ପୋସ ଫଣ୍ଡର ବ୍ୟବସ୍ଥା କରିଛନ୍ତି । ସୁଭଦ୍ରା ଯୋଜନା ଆରମ୍ଭ କରି ମହିଳାଙ୍କୁ ସୁବଲମ୍ବନର ରାସ୍ତା ଦେଖାଇଛନ୍ତି । ଚାଷୀର ଉନ୍ନତି ପାଇଁ ଧାନର ମୂଲ୍ୟକୁ ୩୧ଶହ ଟଙ୍କା କରିଛନ୍ତିି । ଧାନ ବିକ୍ରିର ୨୪ରୁ ୪୮ ଘଣ୍ଟା ମଧ୍ୟରେ ଟଙ୍କା ମିଳିବ । ଆଳୁ ମିଶନକୁ ଗତିଶାଳ କରି ପ୍ରତି ଉପଖଣ୍ଡରେ ଶୀତଳ ଭଣ୍ଡାର ଖୋଲାଯିବ ବୋଲି ସନ୍ଧ୍ୟାରେ ଢେଙ୍କାନାଳ ସହର ଉପକାନ୍ଥ ମହିଷାପାଟ ଜିଲ୍ଲାସ୍ତରୀୟ ବିକାଶ ମେଳାକୁ ଉଦଘାଟନ କରି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ କହିଥିଲେ । ପିଏମ କିଷାନ ସହ ଏବେ ସିଏମ କିଷାନରେ ଚାଷିଙ୍କୁ ସହାୟତା ଦିଆଯାଉଛି । ସେହିଭଳି ଆୟୁଷ୍ମାନ ଯୋଜନା ଓଡିଶାରେ ଲାଗୁ କରାଯିବ ବୋଲି ମଧ୍ୟ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି । ସମ୍ମାନୀତ ଅତିଥି ଭାବେ ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ, କମାକ୍ଷାନଗର ବିଧାୟକ ଶତ୍ରୁଘ୍ନ କେନା, ହିନେ୍ଦାଳ ବିଧାୟିକା ସୀମାରାଣୀ ନାୟକ ଯୋଗଦେଇ ସରକାରଙ୍କ ୧୦୦ ଦିନର ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବେ ରାମଚନ୍ଦ୍ର ପାତ୍ର, ନରେଶ ଚନ୍ଦ୍ର ମହାପାତ୍ର, ଜୟନ୍ତୀ ପାତ୍ର ଯୋଗ ଦେଇଥିଲେ । ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ସଭାପତିତ୍ୱ କରିବା ସହ ପ୍ରାରମ୍ଭିକ ସୂଚନା ଦେଇ ନୂଆ ସରକାର ସମୟରେ ଜିଲ୍ଲାରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ସୂଚନାଦେଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସୁଭଦ୍ରା, ପିଏମ ଜନମନ ଯୋଜନାର ହିତାଧିକାରୀଙ୍କୁ ଅତିଥିମାନେ ଅର୍ଥରାଶି ଓ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ । ୧୦୦ ଦିନର ବିକାଶ ଯାତ୍ରାର ସୂଚନା ପତ୍ରିକା ଉନ୍ମୋଚନ କରିଥିଲେ । ଶେଷରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ ଧନ୍ୟବାଦ ଦେଇଥିଲେ । ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯା ଥିଲା । ଜିଲ୍ଲା ପ୍ରଶାସନ ତରଫରୁ ବିକାଶ ମେଳରେ ୩୦ଟି ଷ୍ଟଲ କରାଯାଇଥିଲା । ଯଉଁଥିରେ ବିଭିନ୍ନ ବିଭାଗର ବିକାଶ ଓ ସଫଳତା ସମ୍ପର୍କରେ ପ୍ରଦର୍ଶନୀ ହୋଇଥିଲା । ଏହା ସହିତ ମହିଳା ଗୋଷ୍ଠୀର ସଦସ୍ୟମାନେ ବିଭିନ୍ନ ଦ୍ରବ୍ୟ ମଧ୍ୟ ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା ।