ଟାଉନ୍ ହଲ୍ ଶୋଚନୀୟ
ାା ପ୍ରଭାନୁଜ୍ାା ଫୁଲବାଣୀ, ୧୯ା୯: ଜି ଉଦୟଗିରି ଟାଉନ ହଲ୍ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଛି । ଏକଦା ଏହି ଟାଉନ ହଲ ଯେ କୌଣସି ସଭା ସମିତି ଓ ଭୋଜି ଭାତର ଆୟୋଜନ କରିବା ପାଇଁ ସହରର ନିର୍ଭର ଯୋଗ୍ୟ ସ୍ଥାନ ଥିଲା ।
ଗରିବ ଲୋକଙ୍କ ଠାରୁ ଆରମ୍ଭ କରି ମଧ୍ୟବିତ ଶ୍ରେଣୀର ଲୋକ ଖୁବ କମ ଟଙ୍କାରେ ଏହାର ସୁବିଧା ନେଇପାରୁଥିଲେ । ପ୍ରଶାସନର ଅବହେଳା ଯୋଗୁଁ ଏହାର ଅବସ୍ଥା ଶୋଚନୀୟ ହୋଇପଡିଛି । କାନ୍ଥ ବାଡ଼ରେ ଗଛ ଉଠିବା ସହ ଝରକା କବାଟ ଭାଙ୍ଗି ଗଲାଣି । ଛାତରୁ ପାଣି ଗଳିବା ସହ କାନ୍ଥ ଫାଟି ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ସରକାରଙ୍କ ଦ୍ୱାରା ନୂଆ କରି ଟାଉନ ହଲ ନିର୍ମାଣ କରିବାର ଯୋଜନା ରହିଥିଲେ ମଧ୍ୟ ଏଥିପ୍ରତି ବିଭାଗ ଗୁରୁତ୍ୱ ନଦେବା ଫଳରେ ସାଧାରଣ ଲୋକ ନିରାଶ ହୋଇଛନ୍ତି । ମରାମତି ନ ହୋଇ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି ୪୦ ବର୍ଷର ପୁରୁଣା ଏହି ଟାଉନ ହଲ । ମରାମତି ପାଇଁ ସ୍ଥାନୀୟ ବାସିନ୍ଦା ପ୍ରଶାସନ ପାଖରେ ବାରମ୍ବାର ଦାବି କରିଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କାରାଯାଇ ନାହିଁ । ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ପାଇଁ ଜନସାଧାରଣ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା କହିଛନ୍ତି । ସହରରେ ଅନ୍ୟ କଲ୍ୟାଣ ମଣ୍ଡପ ରହିଥିଲେ ମଧ୍ୟ ଅତ୍ୟଧିକ ଭଡ଼ା ପାଇଁ ସାଧାରଣ ଲୋକଟିଏ ନେଉ ନାହାନ୍ତି । ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ଟାଉନ ହଲକୁ ନୂତନଭାବେ ନିର୍ମାଣ କିମ୍ବା ମରାମତି କରାଗଲେ ସାଧାରଣ ଲୋକ ଉପକୃତ ହୋଇ ପାରିବେ ବୋଲି ଅଞ୍ଚଳବାସୀ ମତବ୍ୟକ୍ତ କରିଛନ୍ତି ।