ନର୍ସିଂ କଲେଜର ନବନିର୍ମିତ ସୌଧ ଉଦଘାଟିତ

ଭୁବନେଶ୍ୱର  : ଗୁଜରାଟର ମେହସାନାରେ କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ରବିବାର କେ. କେ. ପଟେଲ ଏବଂ ମଧୁବେନ୍ କେ. ପଟେଲ ନର୍ସିଂ କଲେଜର ନବନିର୍ମିତ କୋଠାକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଶାହ କହିଛନ୍ତି, ଏହି ନର୍ସିଂ କଲେଜ ଗତ ୬୫ ବର୍ଷ ଧରି ନର୍ସିଂ ଶିକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି । ବକ୍ତୃତା କକ୍ଷ, ପରୀକ୍ଷାଗାର, ପାଠାଗାର ଏବଂ କାର୍ଯ୍ୟାଳୟ ଭଳି ସୁବିଧାଗୁଡ଼ିକ ସହିତ ସଜ୍ଜିତ ଏହି କୋଠାଟି ଏହି ଅଞ୍ଚଳର ଯୁବକମାନଙ୍କୁ ସହଜ ଏବଂ ସୁଲଭ ଡାକ୍ତରୀ ଶିକ୍ଷା ପ୍ରଦାନ କରିବ । ଦେଶର ପୂର୍ବରୁ ଦୁର୍ବଳ ଥିବା ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉଦେ୍ଦଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ଲାଗୁ ହେବା ପରଠାରୁ ଦେଶର ପ୍ରତ୍ୟେକ ଗରିବ ନାଗରିକଙ୍କ ପାଖରେ ଏବେ ଆୟୁଷ୍ମାନ କାର୍ଡ ରହିଛି  । ଯାହା ମାଧ୍ୟମରେ ସେମାନେ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିସôା ପାଇପାରୁଛନ୍ତି । ଶାହ କହିଥିଲେଯେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ଅଧୀନରେ ୭୩୦ଟି ବୃହତ ଜନସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଏବଂ ୩୩୮୨ଟି ତହସିଲ ସ୍ତରୀୟ ଜନସ୍ୱାସ୍ଥ୍ୟ ପ୍ରତିଷ୍ଠାନ ନିର୍ମାଣ କରାଯାଇଛି । ଆଜି ଉଦଘାଟିତ ହୋଇଥିବା ନର୍ସିଂ କଲେଜ ୩୭୦୦ ବର୍ଗ ମିଟର ଅଞ୍ଚଳରେ ବ୍ୟାପ୍ତ ଏବଂ ବି.ଏସ୍.ସି ସମେତ ପ୍ରାୟ ସମସ୍ତ ନର୍ସିଂ ସମ୍ବନ୍ଧୀୟ ପାଠ୍ୟକ୍ରମ ରହିଛି । ଏହି ଅନୁଷ୍ଠାନରେ ବିଏସ୍ସି ନର୍ସିଂ ଆରମ୍ଭ ହୋଇସାରିଛି । ମହିଳା ଛାତ୍ରାବାସ ନିର୍ମାଣ କାର୍ଯ୍ୟ ମଧ୍ୟ ଚାଲିଛି । ଏକ କର୍କଟ ଚିକିସôା ଡାକ୍ତରଖାନା ପ୍ରତିଷ୍ଠା କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ ବୋଲି ଆଶା କରାଯାଉଛି, ଯାହା ଆଗାମୀ ଦିନରେ ଏହି ଅଞ୍ଚଳର ଲୋକଙ୍କୁ, ବିଶେଷ କରି ଗରିବ ନାଗରିକମାନଙ୍କୁ ବହୁତ ଉପକୃତ କରିବ ।