ପାଟୋଳିପୁରାରେ ସମବାୟ ସମିତି ଗଠନ ଦାବି
ବେତନଟୀ : ବେତନଟୀ ବ୍ଲକ ପାଟୋଳିପୁରା ଠାରେ ସମବାୟ ସମିତି ଲ୍ୟାମ୍ପସ ଗଠନ ପାଇଁ ମୟୂରଭଞ୍ଜର ଜିଲ୍ଲାପାଳଙ୍କୁ ଦାବିପତ୍ର ଜଣାଇଛନ୍ତି । ପୂର୍ବରୁ ଉପନିବନ୍ଧକ ସମବାୟ ସମିତିଙ୍କୁ ପାଟୋଳିପୁରା ଗ୍ରାମପଞ୍ଚାୟତର ଜନସାଧାରଣ ଜଣାଇଥିଲେ ସୁଦ୍ଧା ଅଜିପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହାନ୍ତି । ଜନସାଧାରଣଙ୍କୁ ସରକାରଙ୍କର ଦୁଇଟି ଗ୍ରାମପଞ୍ଚାୟତକୁ ନେଇ ସମବାୟ ସମିତି ଗଠନ ନିମନ୍ତେ ନିଦେ୍ର୍ଦଶାବଳୀ ଜାରି ହୋଇଥିଲା । ନଡ଼ପୁର ଗ୍ରାମପଞ୍ଚାୟତର ୬ଟି ଗ୍ରାମର ୪୪୮୯ ଲୋକ ସଂଖ୍ୟାରୁ ୩୪୩ ଜଣ ଋଣୀ ଥିବା ସମୟରେ ପାଟୋଳିପୁରା ଗ୍ରାମପଞ୍ଚାୟତର ୧୫ଟି ଗ୍ରାମର ୭୦୧୫ ଲୋକ ସଂଖ୍ୟାରୁ ୭୩୬ ଜଣ ଋଣୀ ସଂଖ୍ୟା ଥିବା ସମୟରେ ସମବାୟ ବିଭାଗର ଅଧିକାରୀ ବୃନ୍ଦ ଏକତରଫା ଭାବରେ ନଡ଼ପୁରରେ ସମବାୟ ସମିତି ସ୍ଥାପନ ଓ କାର୍ଯ୍ୟାଳୟ ନିର୍ମାଣ କରିଛନ୍ତି । ପୂର୍ବରୁ ଉଭୟ ଗ୍ରାମପଞ୍ଚାୟତର ସମବାୟ ସମିତିର କାର୍ଯ୍ୟାଳୟ ବେଲାଣପୁରାରେ ଚାଲୁଥିଲା । ଉଭୟ ଗ୍ରାମପଞ୍ଚାର ମଝି ଜାଗା ବେଲାଣପୁରା ହେବ ବୋଲି ସମସ୍ତ ଜନସାଧାରଣ ଓ ବିଭାଗୀୟ ଅଧିକାରୀ ଜାଣିଛନ୍ତି । ହେଲେ କଣ ପାଇଁ ସ୍ୱାର୍ଥରଖି ନଡ଼ପୁରରେ ସମବାୟ ସମିତି କାର୍ଯ୍ୟାଳୟ କରାଗଲା ବୋଲି ଜନ ସାଧାରଣ ପ୍ରଶ୍ନ କରିଛନ୍ତି । ବର୍ତ୍ତମାନ ଆମ ବିଷୟକୁ ବିଚାର ନକଲେ ଚାଷୀକୂଳ ଗଣଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି । ଏନେଇ ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ନେବେ ବୋଲି ସୂଚନା ଦେଇଛନ୍ତି ।