ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ କାର୍ଯ୍ୟ


 ବାଲେଶ୍ୱର ଜିଲ୍ଲାରେ ବନ୍ୟାଜଳରେ ବିଶେଷ ଭାବେ ପ୍ରଭାବିତ ହୋଇଥିବା ଜଳେଶ୍ୱର, ଭୋଗରାଇ ଓ ବାଲିଆପାଳ ବ୍ଲକ୍ ଅଞ୍ଚଳର ବନ୍ୟାର ପଞ୍ଚମ ଦିନରେ ବନ୍ୟାଜଳ କମିବା ଆରମ୍ଭ ହୋଇଥିବା ବେଳେ ରିଲିଫ୍ କାର୍ଯ୍ୟ ଅଭୂତପୂର୍ବ ସ୍ତରରେ ଜାରି ରହିଛି । ବନ୍ୟା ଆରମ୍ଭ ହେବା ପରଠାରୁ ପ୍ରତିଦିନ ହାରାହାରି ୨୦ ହଜାରରୁ ଅଧିକ ମାଗଣା ରୋଷେଇ (ଫ୍ରି କିଚେନ) ଦ୍ୱାରା ସ୍ଥାନାନ୍ତରିତ ଜନସାଧାରଣଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି  । ଆଜି ସ୍ଥିତିରେ ସୁଧାର ଆସିବା ପରେ ୧୧ ହଜାର ମାଗଣା ରୋଷେଇ ଦ୍ୱାରା ଲୋକଙ୍କୁ ସେବା ଯୋଗାଇ ଦିଆଯାଉଛି  । ଘରକୁ ଫେରିବା ଆରମ୍ଭ କରିଥିବା ବାସିନ୍ଦାଙ୍କୁ ଉଭୟ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ପ୍ୟାକେଟ୍ ପର୍ଯ୍ୟାପ୍ତ ପରିମାଣରେ ପ୍ରଦାନ କରାଯାଉଛି । ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏସଆରସି, ଓଡ୍ରାଫ, ଅଗ୍ନିଶମ ସେବା ଏବଂ ଦେଶୀ ଡଙ୍ଗା ସମେତ ୨୫ରୁ ଅଧିକ ଡଙ୍ଗା ନିୟୋଜିତ କରାଯାଇଛି । ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ସମୟରେ ଯେପରି କୌଣସି ଜୀବନ ହାନି ନହୁଏ ସେଥିପାଇଁ ବହୁମୁଖୀ ଆଭିମୁଖ୍ୟ ଗ୍ରହଣ କରାଯାଇଛି । ରିଲିଫ କାର୍ଯ୍ୟରେ ସମ୍ପୃକ୍ତ ବ୍ଲକର ବିଡ଼ିଓ, ତହସିଲଦାର ଏବଂ ବରିଷ୍ଠ ଅଧିକାରୀଙ୍କ ସମେତ ପ୍ରମୁଖ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ବିଶେଷ କରି ଆରଡବ୍ଲୁ୍ୟଏସଏସ, ସ୍ୱାସ୍ଥ୍ୟ, ପ୍ରାଣୀ ସମ୍ପଦ, ଟିପିଏନଓଡିଏଲ, କୃଷି, ଉଦ୍ୟାନ କୃଷି ଏବଂ ମସô୍ୟଚାଷ ଭଳି ବିଭିନ୍ନ ବିଭାଗରୁ ସ୍ୱତନ୍ତ୍ର ଟିମ୍ ପଠାଯାଇ କ୍ଷୟକ୍ଷତିର ଆକଳନ କରାଯାଉଛି  । ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମୋବାଇଲ ମେଡିକାଲ ୟୁନିଟ୍ ନିୟୋଜିତ କରାଯାଇ ଅନ-ସାଇଟ୍ ସ୍ୱାସ୍ଥ୍ୟସେବା ଯୋଗାଇଦେବା ସହ ଅତ୍ୟାବଶ୍ୟକ ଔଷଧ ବଣ୍ଟନ କରାଯାଉଛି । ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଓ ଅସ୍ଥାୟୀ ପରିମଳ ବ୍ୟବସ୍ଥା ପ୍ରତିଷ୍ଠା କରାଯାଉଛି । କୃଷି ଓ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଫସଲ କ୍ଷୟକ୍ଷତି ଆକଳନ କରାଯିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ଥଇଥାନ ଯୋଜନା ପ୍ରସ୍ତୁତ କରାଯାଉଛି । ମସô୍ୟ ବିଭାଗ ପକ୍ଷରୁ ମସô୍ୟଚାଷୀଙ୍କ ଜଳକୃଷି ଭିତ୍ତିଭୂମିର କ୍ଷୟକ୍ଷତି ଆକଳନ କରାଯାଉଛି । ପଶୁପାଳନ ପ୍ରାଣୀଧନର ଚିକିସôା ଓ ପଶୁଖାଦ୍ୟ ବଣ୍ଟନ ପାଇଁ ପଶୁ ଚିକିସôା ୟୁନିଟ୍ଗୁଡିକୁ ନିୟୋଜିତ କରାଯାଇଛି । ଟିପିଏନଓଡିଏଲ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ବିଦୁ୍ୟତ୍ ସେବା ସ୍ୱାଭାବିକ କରିବା ସହ କ୍ଷତିଗ୍ରସ୍ତ ଭିତ୍ତିଭୂମିର ମରାମତି ପାଇଁ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ ଜାରି ରହିଛି । ସୂଚନାୟୋଗ୍ୟ ଯେ, ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଜ୍ୟ ରିଲିଫ କମିଶନଙ୍କ ନିଦେ୍ର୍ଦଶାବଳୀକୁ କଡାକଡି ପାଳନ କରି ସମସ୍ତ ରିଲିଫ୍ କାର୍ଯ୍ୟ କରାଯାଉଛି ।