ବହୁରାଷ୍ଟ୍ରୀୟ କମ୍ପାନୀକୁ ବିରୋଧ : ପ୍ରତିବାଦରେ ସୁରକ୍ଷା ମଞ୍ଚ ପକ୍ଷରୁ ଜନସମାବେଶ
ଜାତୀୟ ଗ୍ରୀନ ଟ୍ରିବୁ୍ୟନାଲ ମିରିଗିଣି ଖଣ୍ଡିଆ ହୁଡ଼ିକୁ ପରିବେଶ ମଞ୍ଜୁରୀ ପ୍ରଦାନ କରିବା ପରେ "ଖଣ୍ଡିଆହୁଡ଼ି ସୁରକ୍ଷାମଞ୍ଚ" ତରଫରୁ ମିରିଗିଣୀ ଠାରେ ବହୁଦେଶୀୟ କମ୍ପାନୀକୁ ଉକ୍ତ ପଥର ଖାଦାନ ନ ଦେବାପାଇଁ ଉକ୍ତ ସୁରକ୍ଷା ମଞ୍ଚ ପକ୍ଷରୁ ଏକ ବୈଠକ କରାଯାଇଥିଲା । ମଞ୍ଚ ପକ୍ଷରୁ ନିଷ୍ପତିର ପୁନର୍ବିଚାର ପାଇଁ ଉପରିସ୍ଥ ଅଧିକାରୀମାନଙ୍କୁ ଲିଖିତ ଭାବେ ଦିଆଯାଇଥିଲା । ଏନେଇ ନିକଟ ଶାଳବନ୍ଧ ପଡ଼ିଆରେ ଖଣ୍ଡିଆ ହୁଡ଼ି ସୁରକ୍ଷା ମଞ୍ଚ ପକ୍ଷରୁ ଏକ ଜନ ସମାବେଶ କରାଯାଇଥିଲା । ସରକାରୀ ନିୟମ ଅନୁଯାଇ, ଇକୋ ସେନସେଟିଭ ଜୋନ ବାଉଣ୍ଡାରି ଠାରୁ ୧୦୦୦ ମିଟର ମଧ୍ୟରେ କୌଣସି ଖନନ କାର୍ଯ୍ୟ ହୋଇପାରିବ ନାହିଁ । ତେଣୁ ଉଦେଶ୍ୟମୂଳକ ଭାବେ ଏହି ପାହାଡାକୁ ଦୁଇ ଭାଗରେ ବିଭକ୍ତ କରି ହଜାରେ ମିଟର ଦୂରରେ ଦର୍ଶାଯାଇଅଛି । ମାତ୍ର ଏହି ସର୍ଭେ ରିପୋର୍ଟକୁ ଚାଲେଞ୍ଜ କରି ଏହା ଜନବସତି ଭିତରେ ରହିଥିବା ବେଳେ ଇକୋ ସେନସେଟିଭ ଜୋନରେ ଯାଉଥିବା ବେଳେ ଖଣ୍ଡିଆହୁଡ଼ି ସୁରକ୍ଷା ମଞ୍ଚପକ୍ଷରୁ ଏହାକୁ ଅବଗତ କରିଛନ୍ତି । ପଥର ଖନନ ହେଲେ ନିକଟସ୍ଥ ବାସ ଗୃହ ଉପରେ ପ୍ରତିକୂଳ ପ୍ରଭାବ ପକାଇବ । କର୍ତ୍ତୃପକ୍ଷଙ୍କ ଦ୍ୱାରା ଏହି ମାଇନିଂ କାର୍ଯ୍ୟ ପାଇଁ କୌଣସି ଜନ ଶୁଣାଣି ବା ଗ୍ରାମ ସଭା ଅଦ୍ୟାବଧି କରାଯାଇ ନାହିଁ । ଖଣି ଖନନହେଲେ ପ୍ରସ୍ତାବିତ ଅଞ୍ଚଳରେ ଭୁତଳ ଜଳ ସ୍ତର ହ୍ରାସ ପାଇବା ଯୋଗୁଁ ଭବିଷ୍ୟତରେ ପାନୀୟ ଜଳ ସଙ୍କଟ ଆଶଙ୍କା, ବ୍ଳାଷ୍ଟିଙ୍ଗ ହେଲେ ବହୁ ଗ୍ରାମମାନଙ୍କରେ ବସବାସ କରୁଥିବା ଲୋକଙ୍କ ବାସ ଗୃହର ସ୍ଥାୟିତ୍ୱ ପ୍ରତି ବିପଦ ବଢିବା ସହ ମାରାତ୍ମକ ରୋଗରେ ଶିକାର ହେବେ ବୋଲି ଉପସ୍ଥିତ ନେତୃ ମଣ୍ଡଳୀ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ।
ରାଜ୍ୟ ଓ କେନ୍ଦ୍ର ସରକାର ସ୍ଥାନୀୟ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ପରିବେଶ ମଞ୍ଜୁରୀର ପୁନର୍ବିଚାର କରି ମଞ୍ଜୁରୀ ବାତିଲ କରିବା ପାଇଁ ଖଣ୍ଡିଆ ହୁଡ଼ି ସୁରକ୍ଷା ମଞ୍ଚ ପକ୍ଷରୁ ଦାବି କରାଯାଇଛି । ଯଦି ଆଗାମୀ ଦିନରେ ଉଚିତ ନ୍ୟାୟ ପାଇଁ ସର୍ବୋଚ୍ଚ ନ୍ୟାୟାଳୟରେ ଆଶ୍ରୟ ନିଆଯିବ ବୋଲି ପ୍ରକାଶ କରିଛନ୍ତି । ଅନୁଷ୍ଠିତ ଜନ ସମାବେଶରେ ସୁରକ୍ଷାମଞ୍ଚର ଉପଦେଷ୍ଟା ନୀଳଗିରିର ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକ ଅଧ୍ୟକ୍ଷତା କରିଥିଲା ବେଳେ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡ଼ି ସଭାପତି ଜ୍ୟୋତିପ୍ରକାଶ ପାଣିଗ୍ରାହି, ରାଜ୍ୟ ବିଜେଡ଼ି ପ୍ରବକ୍ତା ଲେଖାଶ୍ରୀ ସାମନ୍ତ ସିଂହାର, ରାଜ୍ୟ ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ଦାସ ମଙ୍ଗରାଜ, ଆବାହକ ପୂର୍ବତନ ନଗରପାଳ କ୍ଷେତ୍ରମୋହନ ସିଂ, ପୂର୍ବତନ କାଉନସିଲର ଲୋକନାଥ ଦଳେଇ, ନିଜଗଡ ସମବାୟ ସମିତି ସଭାପତି ରାମଚନ୍ଦ୍ର ଦାସ, ଯୁବ ସମାଜସେବୀ ଶରତ ଦାସ, ସୁନିଲ କୁମାର ପ୍ରଧାନ, ରବିନ୍ଦ୍ର ସିଂ, ବୈଦ୍ୟନାଥ ସିଂ ମାନସ ବେହେରା ଅଭିରାମ ପାତ୍ର, ବିଷ୍ଣୁନାରାୟଣ ଜେନା, ରାଧାଗୋବିନ୍ଦ ଖଟୁଆ ସମେତ ବହୁ ଅଞ୍ଚଳବାସୀ ଏହି ବୈଠକରେ ଯୋଗଦେଇ ଆଲୋଚନା କରିଥିଲେ ।