ବିଦୁ୍ୟତ୍ ଚୋରି ବିରୋଧରେ ଟିପିସିଓଡିଏଲ୍ର ଅଭିନବ ପ୍ରୟାସ
ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ଏହାର ଗ୍ରାହକଙ୍କ ପାଇଁ ସେବାର ଗୁଣବତା ବୃଦ୍ଧି ଓ ପ୍ରତିଯୋଗିତାମୂଳକ ଶୁଳ୍କ ବଜାୟ ରଖିବା ଲକ୍ଷ୍ୟରେ ଏହାର କାର୍ଯ୍ୟକ୍ଷେତ୍ର ଅଂଚଳରେ ବିଦ୍ୟୁତ୍ ଚୋରି ରୋକିବା ପାଇଁ ନିଜର ଅତୁଟ ପ୍ରତିବଦ୍ଧତାକୁ ଦୋହରାଇଛି । କମ୍ପାନିର ଏନଫୋର୍ସମେଂଟ୍ ଟିମ୍ ଏହାର ଇଞ୍ଜିନିୟରିଂ ଶାଖା ସହଯୋଗରେ ସକ୍ରିୟ ଭାବେ ଯାଂଚ କରିବା ସହ ବିଦ୍ୟୁତ ଚୋରିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଟିପିସିଓଡିଏଲ୍ ଚୋରି ହୋଇଥିବା ବିଦ୍ୟୁତ୍ ପାଇଁ ୨୬.୩୩ ଲକ୍ଷ ଟଙ୍କାର ଆକଳନ କରିଛି । ଦୋଷୀ ଗ୍ରାହକଙ୍କ ବିରୋଧରେ କମ୍ପାନି ଏତଲା ଦାୟର କରିଛି । ଗତ ଦୁଇବର୍ଷ ମଧ୍ୟରେ ଟିପିସିଓଡିଏଲ୍ ଏହି ଅଂଚଳର ବିଭିନ୍ନ ହୋଟେଲରେ ୩୦ରୁ ଅଧିକ ସମାନ ମାମଲା ଚିହ୍ନଟ କରିଛି । ବିଦ୍ୟୁତ୍ ଚୋରିକୁ ନେଇ କଂପାନିର ଶୂନ୍ୟ ସହନଶୀଳତା ଆଭିମୁଖ୍ୟର ଏକ ଅଂଶ ଭାବରେ ଏଭଳି ବଡ଼ ଧରଣର ବିଦ୍ୟୁତ ଚୋରି ଉପରେ କଡ଼ା ନଜର ରଖାଯାଇଛି । ଟିପିସିଓଡିଏଲ୍ ଏହାର ସଚ୍ଚୋଟ ଗ୍ରାହକଙ୍କ ସ୍ୱାର୍ଥ ଓ ଅଧିକାରର ସୁରକ୍ଷାରେ ଅଟଳ ରହିଛି । ଟିପିସିଓଡିଏଲ୍ର ସିଇଓ ଅରଭିନ୍ଦ୍ ସିଂହ କହିଛନ୍ତି ଯେ, ଟିପିସିଓଡିଏଲ୍ରେ ବିଦ୍ୟୁତ୍ ଚୋରି ରୋକିବା ଏକ ପ୍ରାଥମିକତା । ବିଦ୍ୟୁତ୍ ଚୋରିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଇଣ୍ଡିଆନ୍ ଇଲେକ୍ଟ୍ରିସିଟି ଆକ୍ଟ (ଭାରତୀୟ ବିଦ୍ୟୁତ ନିୟମ) ୨୦୦୩ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମ୍ପାନି ପ୍ରତିଶ୍ରୁତି ଦୋହରାଇଛି । ଟିପିସିଓଡିଏଲ୍ ଦାୟିତ୍ୱ ସମ୍ପନ୍ନ ନାଗରିକମାନଙ୍କୁ ୯୪୩୭୧୫୮୬୭୦ରେ ହ୍ୱାଟସଆପ୍, ଟିପିସିଓଡିଏଲ୍ ୱେବସାଇଟ୍, ମୋବାଇଲ୍ ଆପ୍ ମାଧ୍ୟମରେ ବିଦ୍ୟୁତ୍ ଚୋରି ବିଷୟରେ ଜଣାଇବାକୁ ଉତ୍ସାହିତ କରୁଛି । ବିଶ୍ୱସନୀୟ ସୂଚନା ପ୍ରଦାନ କରୁଥିବା ସୂଚନାଦାତାଙ୍କୁ କମ୍ପାନି ଉପଯୁକ୍ତ ଭାବେ ପୁରସ୍କୃତ କରୁଛି । ଆଇନ ପାଳନ କରୁଥିବା ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା ପାଇଁ କମ୍ପାନି ନିଜର ଅଭିଯାନରେ ଅଟଳ ରହିବ ଏବଂ ଚୋରି ରୋକିବା ଓ ସମସ୍ତଙ୍କ ପାଇଁ ଏକ ନିରପେକ୍ଷ, ବିଶ୍ୱସନୀୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ପାଇଁ କଠୋର ପଦକ୍ଷେପ ନେବା ଜାରି ରଖିବ ।