ବୁଲୁ ବିଷୋୟୀ ହତ୍ୟା ଘଟଣା ତିନି ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ


 ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଙ୍ଗାପୁର ଥାନା ଅନ୍ତର୍ଗତ ପୁରୁଣା ବୋରି ଗ୍ରାମର ବୁଲୁ ବିଷୋୟୀଙ୍କୁ ହତ୍ୟା କରାଯାଇଥିଲା । ସେ ମକଦ୍ଦମାର ବିଚାର କରି ଅତିରିକ୍ତ ଜିଲ୍ଲା ଜୌରା ଜର୍ଜ ପ୍ରବୀର କୁମାର ଚୌଧୁରୀ ତିନି ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଗତ ୨୦୧୧ ମସିହାରେ ହତ୍ୟା ଘଟଣାର ଏହି ରାୟ ପ୍ରକାଶ ପାଇଛି । ତିନି ଜଣଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡା ଦେଶ ଦେବା ସହ ୧୦ହଜାର ଟଙ୍କା ଜୋରିମାନା କରିଛନ୍ତି । ଜୋରିମାନା ଅନାଦେୟ ସ୍ଥଳେ ୪ମାସ ଅତିରିକ୍ତ କାରାଦଣ୍ଡ ନିଦେ୍ର୍ଦଶ ଦେଇଛନ୍ତି । ଶୁଣାଣି ବେଳେ ୧୩ଜଣଙ୍କ  ସାକ୍ଷ ଗ୍ରହଣ କରାଯାଇ ଗୋଟିଏ ପରିବାରର  ତିନି ଜଣ ହେଲେ ଖଦାଳ ପ୍ରଧାନ ୭୯, ତାଙ୍କ ପୁଅ ବାବୁ ପ୍ରଧାନ ୩୫ ଏବଂ ଝିଅ ବ୍ରହ୍ମ କୁମାରୀ ଓରଫ ଟିକି ୩୯ ବର୍ଷୀୟାଙ୍କୁ ଦଣ୍ଡିତ କରିଛନ୍ତି । ହତ୍ୟାରେ ମୋଟ ୫ଜଣଙ୍କ ସଂପୃକ୍ତି ଥିବା ବେଳେ ଅନ୍ୟ ଅଭିଯୁକ୍ତ ସୁଗ୍ରୀବ ପ୍ରଧାନ ଓ ଗୋପୀ ସ୍ୱାଇଁଙ୍କ କୋର୍ଟରେ ବିଚାର ଚାଲିଛି ।  ଗତ ୨୦୧୧ ମାର୍ଚ୍ଚ ୧୫ ତାରିଖରେ ଗାଙ୍ଗପୁର ଥାନା ପୁରୁଣା ବୋରି ଗ୍ରାମର ଏହି ଘଟଣା  । ଉକ୍ତ ଦିନ ଗ୍ରାମରେ ନାମ ଯଜ୍ଞ ଚାଲିଥିବା ବେଳେ  ୫ଜଣ ମିଶି ଖଣ୍ଡା, କାତି ଓ ଠେଙ୍ଗା ସାହାଯ୍ୟରେ ବୁଲୁ ବିଷୋୟୀଙ୍କୁ ଅତର୍କିତ ଆକ୍ରମଣ କରିଥିଲେ ଏବଂ ତାଙ୍କର ମୃତୁ୍ୟ ହୋଇଥିଲା । ଏନେଇ ବାବୁଙ୍କ ଦାଦା ଗୋପୀନାଥ ବିଷୋୟୀ ଗାଙ୍ଗପୁର ଥାନାରେ ଏତଲା ଦେଇଥିଲେ । ଏତଲା କୁ ଭିତ୍ତି କରି ଥାନା ଅଧିକାରୀ ଅଜୟ ବାରିକ ଥାନା କେଶ ନଂ ୨୬/୧୧ରେ ମାମଲା ରୁଜୁ କରିଥିଲେ  । ତାଙ୍କ ବଦଳି ପରେ ନୂଆଁ ଅଧିକାରୀ ପ୍ରଦୀପ ବାର୍ଲା କେଶ ତଦାରଖ କରିଥିଲେ । ମାମଲାକୁ ସୁଧାଂଶୁ ପାଣିଗ୍ରାହୀ ଏବଂ ସରକାରୀ ଓକିଲ ସୁର୍ଯ୍ୟ ପ୍ରକାଶ ରାଓ ପରିଚାଳନା କରୁଥିଲେ ।