ଭାରତ-ବାଂଲାଦେଶ ଟେଷ୍ଟ ସିରିଜ: ବୋଲରଙ୍କ ଯାଦୁ, ୧୪୯ରେ ଅଲଆଉଟ ବାଂଲାଦେଶ
ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଯାଦୁ ଦେଖାଇଛନ୍ତି ଭାରତୀୟ ବୋଲର । ପ୍ରଥମ ଇନିଂସରେ ୩୩୯ ରନ୍ କରିବା ପରେ ବାଂଲାଦେଶକୁ ମାତ୍ର ୧୪୯ ରନରେ ଅଲଆଉଟ୍ କରିଦେଇଛି ଭାରତୀୟ ଦଳ । ଭାରତର ଘାତକ ବୋଲର ଜଶପ୍ରୀତ ବୁମରାହ ୪ଟି ୱିକେଟ ହାସଲ କରି ବାଂଲାଦେଶର ବ୍ୟାଟିଂ ବିଭାଗକୁ ଧୂଳିସାତ୍ କରି ଦେଇଛନ୍ତି । ଏହାବ୍ୟତୀତ ଦଳର ଅନ୍ୟ ବୋଲର ମଧ୍ୟ କମାଲ ବୋଲିଂ କରି ବାଂଲାଦେଶକୁ ମାତ୍ର ୧୪୯ରନରରେ ଅଟକାଇ ଦେଇଛନ୍ତି । ପାକିସ୍ତାନକୁ ଚକମା ଦେଇ ଆସିଥିବା ବାଂଲାଦେଶ ସେନା ଭାରତ ଆଗରେ ମୁଣ୍ଡ ନୁଁଆଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ୩୩୯ ରନ୍ କରିଥିଲା । ରବିଚନ୍ଦ୍ରନ ଅଶ୍ୱୀନଙ୍କ ବିସ୍ଫୋରକ ଶତକ ଏବଂ ସାର୍ ରବିନ୍ଦ୍ର ଜାଡେଜାଙ୍କ ଦମଦାର ଇନିଂସ ବାଂଲାଦେଶ ବିପକ୍ଷରେ ଏକ ଲଢୁଆ ସ୍କୋର ଠିଆ କରିଥିଲା । ତେବେ ଦ୍ୱିତୀୟ ଦିନର ଖେଳା ଆରମ୍ଭ ପରେ ଭାରତ ୩୩୯ ରନରେ ଅଲ ଆଉଟ ହୋଇ ଯାଇଥିଲା । ବାଂଲାଦେଶ ତାର ପ୍ରଥମ ଇନିଂସରେ ମାତ୍ର ୧୪୯ ରନ କରିବାକୁ ସକ୍ଷମ ହୋଇଛି । ଫଳରେ ୧୯୦ ରନ ଅଗ୍ରଣୀ ହାସଲ କରିଥିଲା ଭାରତ । ଭାରତ ପକ୍ଷରୁ ଜଶପ୍ରିତ ବୁମରା ୪ଟି ୱିକେଟ ନେଇଥିବା ବେଳେ ରବୀନ୍ଦ୍ର ଜାଡ଼େଜା ୨ଟି, ମହମ୍ମଦ ସିରାଜ ଏବଂ ଯୁବ ବୋଲର ଆକାଶ ଦୀପ୍ ମଧ୍ୟ ୨ଟି ଲେଖାଏଁ ୱିକେଟ ହାସଲ କରିଛନ୍ତି ।
ଭାରତ ତାର ୨ୟ ଇନିଂସ ଆରମ୍ଭ କରି ୩ ୱିକେଟରେ ୮୧ ରନକରିଛି । ଏଥିସହ ଭାରତ ୩୦୮ ରନର ଲିଡ ମଧ୍ୟ ହାସଲ କରି ନେଇଛି । ପ୍ରଥମ ଇନିଂସ ଭଳି ଅଧିନାୟକ ରୋହିତ ଶର୍ମା ଓ ଷ୍ଟାର ବ୍ୟାଟର ବିରାଟ କୋହଲି ବିଫଳ ହୋଇଛି । ଷ୍ଟମ୍ପ ଅପସାରଣ ବେଳରକୁ ଶୁବମନ ଗିଲ ୩୩ ଓ ଋଷଭ ପନ୍ତ ୧୨ ରନ କରି ଅପରାଜିତ ରହିଛନ୍ତି ।