ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଭାଲୁ ଆକ୍ରମଣରେ ଜଣେ ଗୁରୁତର

 ମାଲକାନଗିରି ଜିଲ୍ଲା ସଦର ବ୍ଲକରେ ଜଣେ ବ୍ୟକ୍ତି ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିସôଳୟରେ ଭର୍ତ୍ତି ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ବ୍ଲକ ଅନ୍ତର୍ଗତ ମାଡକାପାଲି ପଞ୍ଚାୟତର ମଲାଲିଗୁଡା ଗ୍ରାମର ରଘୁନାଥ ଖିଲ ନାମକ ବ୍ୟକ୍ତି ଜାଳେଣି ନିମନ୍ତେ କାଠ ପତ୍ର ସଂଗ୍ରହ ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ । ତେବେ ଏହି ସମୟରେ ଏକ ଜଙ୍ଗଲି ଭାଲୁ ହଠାତ ତାଙ୍କ ଉପରକୁ ଆକ୍ରମଣ କରିଥିଲା । ଭାଲୁ ଆକ୍ରମଣରେ ରଘୁନାଥ ଆହତ ହୋଇଥିବା ବେଳେ ପ୍ରଥମେ ସେ ଭାଲୁଟିକୁ ଟାଙ୍ଗିଆ ଦେଖାଇ ତା ନିକଟରୁ ବର୍ତ୍ତୀ ଯାଇଥିବା ବେଳେ ପୁନଃ ଭାଲୁଟି ତାଙ୍କ ଉପରକୁ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇଥିଲେ । ଭାଲୁ ଆକ୍ରମଣ ଫଳରେ ରଘୁନାଥଙ୍କ ପିଠି, ହାତ, ଜଙ୍ଘ ଓ ଗୋଡରେ ଗଭୀର ଆଘାତ ଲାଗିଥିବା ବେଳେ ସେଠାରୁ କଳେବଳେ ନିଜକୁ ବଞ୍ଚାଇ ସେ ଜଙ୍ଗଲ ମଧ୍ୟରୁ ବାହାରକୁ ଆସିଥିଲେ । କିଛି ସ୍ଥାନୀୟ ଲୋକେ ତାଙ୍କୁ ଦେଖି ଆମ୍ବୁଲାନ୍ସକୁ ଯୋଗେ ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଭର୍ତ୍ତି କରିଥିଲେ ।