ମସô୍ୟଚାଷ ପାଇଁ ଅଶ୍ୱିନୀଙ୍କୁ ମିଳିଲା ପୁରସ୍କାର


 ମୟୂରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ କେଣ୍ଡୁମୁଣ୍ଡି ଗ୍ରାମରେ ଅବସ୍ଥିତ ଥିବା ଅବନୀ ଫିଶେରିଜ ଏବଂ ଆକୁଆଟିକ୍ର ପ୍ରୋପାଇଟୋର୍ ଅଶ୍ୱନୀ କୁମାର ମହାନ୍ତଙ୍କୁ ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋ କମ୍ପାନୀ ତରଫରୁ କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ ଭୁବନେଶ୍ୱର ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମସô୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀଙ୍କ ଠାରୁ ରାଜ୍ୟ ସ୍ତରୀୟ କୃଷି କନକ୍ଲେବ୍ରେ ରାଜ୍ୟ ସଫଳ ମସô୍ୟ ଚାଷୀ ସମ୍ମାନ ପୁରସ୍କାର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମ ଆୟୋଜନର ମୁଖ୍ୟ ବିଷୟ କୃଷିର ସାମଗ୍ରିକ ବିକାଶରେ ଯୁବ ଓ ମହିଳା  । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଭୁବନେଶ୍ୱର ମେୟର ସୁଲଚନା ଦାସ ,ସୁଜିତ କୁମାର ସାଂସଦ, ପଞ୍ଚାନନ୍ଦ କାନୁଙ୍ଗ,  ମିରିଦୁଲା ଦେବୀ , ନୀଳମଣି ବିଶୋଇ ବିଧାୟକ, ସୌମ୍ୟଶ୍ରୀ ପାଣିଗ୍ରାହୀ, ଗୌରାଙ୍ଗ ଚନ୍ଦ୍ର ଦାସ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଚାଷୀ ମାନନଙ୍କ ବିଭିନ୍ନ ପ୍ରକାରର ଅସୁବିଧାରେ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ଆଲୋଚନା ହୋଇଥିଲା  । ଏଠାରେ ସମସ୍ତ ବିଭାଗର ବୈଜ୍ଞାନିକ ମାନଙ୍କୁ ନିଜେ ଚାଷୀ ନିଜର ସମସ୍ୟା ଉପରେ ପଚାରିବୁଝିଥିଲେ  । କୃଷକ ଓ କୃଷି ବୈଜ୍ଞାନିକ ମାନଙ୍କ କୃଷି ଆଲୋଚନା ମଧ୍ୟରେ ଜଳବାୟୁ ପରିବର୍ତ୍ତନ ଓ କୃଷି, ସଫଳତା ପଥେ ଶ୍ରୀ ଅନ୍ନ, ବିକଶିତ ଓଡ଼ିଶା ଗଠନରେ ମହିଳା ଓ ଷ୍ଟାର୍ଟଅପ୍ , ମସô୍ୟ ସମ୍ପଦର ବିକାଶ ଓ ମସô୍ୟ ଚାଷୀ  । ପରିଶେଷରେ କେମିତି ଗାଁ ମାନଙ୍କରେ ଚାଷୀଙ୍କୁ ସଚେତନ କାର୍ଯକ୍ରମ ହେବ ଶ୍ୟାମଳ ସୁବର୍ଣ୍ଣ ତରଫରୁ କରିବେ ବୋଲି କହିଥିଲେ ।