ମାଓ ସାମଗ୍ରୀ ସହ ଦୁଇ ଗିରଫ


 ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ସୁକୁମା ଜିଲ୍ଲା ପୁଲିସକୁ ମିଳିଛି ବଡ଼ ସଫଳତା । ସୁକମା ଜିଲ୍ଲାରେ ନକ୍ସଲ ବିଲୋପ ଅଭିଯାନ ଅନ୍ତର୍ଗତ ନକ୍ସଲଙ୍କ ସହରୀ ଯୋଗାଣ ନେଟୱାର୍କକୁ ଧ୍ୱସ୍ତ କରିବା ପାଇଁ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ ନିରନ୍ତର ନଜର ରଖାଯାଉଛି । ସମାନ କ୍ରମରେ ଗତକାଲି ନକ୍ସଲ ସଂଗଠନର ପିଏଲଜି ଏ ବାଟାଲିଅନର ସହରୀ ଯୋଗାଣ ନେଟୱାର୍କର ଦୁଇଜଣଙ୍କ ସୂଚନା ପାଇବା ପରେ ସୁକମା ପୁଲିସ ପାଟନମପାରା ଦେବି ଛକ ଅଭିମୁଖେ ଯାଇଥିଲେ । ସେଠାରେ ଏକ ଘରକୁ ଘେରାଉ କରି ୨ ସନ୍ଦିଗ୍ଧ ନକ୍ସଲ ଯୁବକଙ୍କୁ ପୁଲିସ ଗିରଫ କରିଛି । ପଚରାଉଚରା ବେଳେ ମନ୍ତୋଷ ମଣ୍ଡଳ(୨୮) ଏବଂ ଏସ୍. ନଗାର୍ଜୁନ୍ (୩୦) ଙ୍କୁ ପୁଲିସ ଗିରଫ କରିଛି । ସନ୍ତୋଷ ମଣ୍ଡଳ ସୁକୁମା ଜିଲ୍ଲା ନିବାସୀ ହୋଇଥିବା ବେଳେ ନାଗାର୍ଜୁନ ଆନ୍ଧ୍ରପ୍ରଦେଶ ବାସିନ୍ଦା ବୋଲି ଜଣାପଡିଛି । ସେମାନଙ୍କ ନିକଟରୁ ୨ କିଗ୍ରା ୟୁରିଆ ପାଉଡର, ୨ ଡବା ପୋଟାସିୟମ୍ ନାଇଟ୍ରେଟେ୍, ୩ ଡବା ଆଲୁମିନିୟମ୍ ପାଉଡର ପ୍ୟାକେଟ ପ୍ୟାକିଂ ରାପର,  ଟିଫିନ୍ ବୋମା ୨ଟି, ଡିଟୋନେଟର, ନକ୍ସଲ ପୁସ୍ତକ ଓ ସାମଗ୍ରୀ ନକ୍ସଲଙ୍କୁ ଯୋଗାଇବା ଅଭିଯୋଗରେ ତାଙ୍କୁ ଗିରଫ କରି  କୋର୍ଟରେ ଚାଲାଣ କରା ଯାଇଥିବାର  ପୁଲିସ ପକ୍ଷରୁ ସୂଚନା ମିଳିଛି ।