ଲଗାଣ ବର୍ଷାରେ କଲବଲ ଦୀପିକାଙ୍କ ପରିବାର
ଦାନଗଦୀ : ବିକାଶିତ ରାଷ୍ଟ୍ର ଆମର ସଂକଳ୍ପ । ବିଜେପି ସରକାର ଏଦିଗରେ କାର୍ଯ୍ୟ କରୁଥିବା କଥା କହୁଛନ୍ତି । କିନ୍ତୁ ବିକାଶିତ ରାଷ୍ଟ୍ରର ସ୍ୱପ୍ନ ଦେଖୁଥିବା ସରକାର ଗ୍ରାମାଞ୍ଚଳରେ ଅତି ଦୟନୀୟ ଅବସ୍ଥାରେ ବସବାସ କରୁଥିବା ପରିବାର ନିକଟରେ ପହଞ୍ଚôପାରିନି । ଯେଉଁ ପରିବାର କଲବଲ ଜୀବନ କାଟୁଛନ୍ତି । ଦାନଗଦୀ ବ୍ଲକ ଧୂଳିଗଡ଼ ପଞ୍ଚାୟତ ୧୨ନଂ ୱାର୍ଡ଼ ବା ସୁଆଁଲ ଗାଁ ଗୁଳାସାହିରେ ବାସ କରୁଥିବା ଦୀପିକା ମୁଣ୍ଡା (୩୦)ଙ୍କୁ ଉଦାହରଣ ଭାବେ ନିଆଯାଇପାରେ । ସପ୍ତାହ ହେଲା ଲଗାଣ ବର୍ଷାରେ ଯେଉଁ ପରିବାର ଓଳିଏ ଖାଇଲେ ଓଳିଏ ଉପବାସ ରହୁଛନ୍ତି । ଦୀପିକା ମୁଣ୍ଡା । ପରିବାର କହିଲେ ଦୁଇ ଝିଅ ମୀରା (୮) ଓ ଗୀତା (୪)ଙ୍କୁ ନେଇ ପରିବାର । ଜିନ୍ଦଲ ଟ୍ରାଞ୍ଜିଟ ହାଉସ ପାଚେରୀ ପାଖରେ ଜରିପାଲ ଘେରା ଭଙ୍ଗା ଘରେ ମୁଣ୍ଡ ଗୁଞ୍ଜିଛନ୍ତି ଦୀପିକା ଓ ତାର କୁନିକୁନି ଦୁଇ ଝିଅ । ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ଆସିଲାଣି । ଖରା ହେଲେ ପ୍ରଚଣ୍ଡ ଉତ୍ତାପ ଓ ବର୍ଷା ହେଲେ ପାଣି ଝର । ଦୀପିକା ସ୍ୱାମୀଙ୍କ ମୃତୁ୍ୟ ପରେ ଚାଳ ଘର ଖଣ୍ଡିକ ଛପର କରି ପାରୁନାହାଁନ୍ତି । ବଡ଼ଝିଅ ମୀରା ସ୍ଥାନୀୟ ସୁଆଁଲ ଗାଁର ପ୍ରାଥମିକ ବିଦ୍ୟାଳୟରେ ଦ୍ୱିତୀୟ ଶ୍ରେଣୀରେ ପଢେ ଓ ସାନ ଝିଅଟି ଅଙ୍ଗନବାଡିକୁ ଯାଏ । ସବୁଠାରୁ ଦୁର୍ଭାଗ୍ୟର କଥା ଏପରିବାରର ରାସନ କାର୍ଡନାହିଁ । ଆବାସ ଯୋଜନାରେ ଘର ଖଣ୍ଡେ ନାହିଁ । ଜମିବାଡ଼ି ଚାଷ ବାସ କିଛି ନାହିଁ । ଦୀପିକା ମୁଲ ମଜୁରୀ ଲାଗିବାକୁ ଗଲେ ଚୁଲି ଜଳେ ନଚେତ ଉପାସ ।
ମାଗିଯାଚି ଦୁଇ ଝିଅଙ୍କ ମୁହଁରେ ଦାନା ଦିଏ, କିନ୍ତୁ ତାଙ୍କୁ ଦୁଃଖ ଦେଇଛି ଲଗାଣ ବର୍ଷା । ଦୈନିକ ବର୍ଷା ହେବାରୁ ଘର ଭିତରେ ପାଣି ଜମି ରହୁଛି । ସନ୍ତସନ୍ତିଆ ପରିବେଶ କାଦୁଅ ପଚପଚ ଘର । ଦିନେ ଖାଇଲେ ଦିନେ ଉପାସା କାରଣ ବର୍ଷା ହେଉଥିବାରୁ ଦୈନିକ କାମ ମିଳୁନାହିଁ । ଆଉ ସବୁଠୁ ଦୁଃଖ ସରକାର କହୁଛନ୍ତି ଲୋକଙ୍କର, ଲୋକଙ୍କ ଦୁଆରେ ମୁହଁରେ ଯୋଜନା ପହଞ୍ଚôବ, ସମାଜର ଶେଷ ଧାଡିରେ ଥିବା ଲୋକଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚôବ, ବାସ୍ତବରେ ଭାତ ହାଣ୍ଡିରୁ ଭାତ ଚିପିଲା ପରି ଏହି ଆଦିବାସୀ ବର୍ଗର ଦୀପିକାର ଦୁଃଖ ଦେଖିଲେ ସାରା ବ୍ଲକରେ ଲୋକମାନେ କିପରି ରହୁଥିବେ ତାହା ସହଜେ ଅନୁମେୟ । ନିୟତି ଏପରି ନିଷ୍ଠୁର ସାଜିଲା ଯେ ଅଳ୍ପ ବୟସରୁ ବୈଧବର ଯନ୍ତ୍ରଣା ଭୋଗିବାକୁ ପଡିଲା ଦୀପିକାଙ୍କୁ । ତାଙ୍କ ସ୍ୱାମୀ ସୀତାରାମ ଦିନ ମଜୁରିଆ ଭାବେ ମାନପୁର ରେଲୱେ ପ୍ଲଟରେ କାମ କରୁଥିବା ସମୟରେ ପ୍ରଦୂଷଣ ଜନିତ ରୋଗରେ ପଡିପଡି ଅର୍ଥାଭାବରୁ ଆର ପାରିକି ଚାଲିଗଲେ । ଆଜକୁ ୩ବର୍ଷ ହେବ ସ୍ୱାମୀଙ୍କୁ ହରାଇଲା ପରେ ଦୀପିକାଙ୍କ ମୁଣ୍ଡ ଉପରେ ଦୁଃଖର ପାହାଡ଼ । ଜିନ୍ଦଲ ଟ୍ରାଞ୍ଜିଟ ହାଉସ ପାଚେରୀ ପାଖରେ ଏକ ଜରିପାଲ ଘେରା ଦଦରା ଭଙ୍ଗା ଘରେ ରୁହନ୍ତି ଦୀପିକା ଓ ତାର କୁନିକୁନି ଦୁଇ ଝିଅ । ଦୀପିକା ପରିବାର ଉପରେ ପ୍ରଶାସନ ଓ ଜନ ପ୍ରତିନିଧିଙ୍କର କିନ୍ତୁ ଶୁଭ ଦୃଷ୍ଟି ପଡିନି । ଏହି ପାୟତରେ ସଦ୍ୟ ସମାପ୍ତ ହୋଇଥିବା ପଞ୍ଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣି କ’ଣ ଏହି ସାହିର ୯୦ ପ୍ରତିଶତ ବାସିନ୍ଦାଙ୍କୁ ପଚାରିଲେ କହୁଛନ୍ତି ଆମେ ଖବର ପାଇନାହୁଁ । ବାସ୍ତବରେ ସ୍ୱାଧୀନତାର ୭୫ ବର୍ଷ ପରେ ବ୍ଲକ ସନ୍ନିକଟ ଆଦିବାସୀ ବସ୍ତିବାସିନ୍ଦାଙ୍କର ମୌଳିକ ଦୁଃଖଦୂର ହୋଇ ପାରିଲା ନାହିଁ । ଏପରି ଚିତ୍ର ପାଇଁ ଦାୟୀ କିଏ? ସରକାର ବଦଳିଛି.. କିନ୍ତୁ ସରକାରୀ କର୍ମଚାରୀ, ଜନ ପ୍ରତିନିଧି, ଶ୍ରମିକ ନେତା ଖାଲି ତୁଚ୍ଛାଟାରେ ବଡ଼ବଡ଼ ଭାଷଣ ମାରୁଛନ୍ତି । ପ୍ରଶ୍ନ ଉଠୁଛି ସାଧାରଣ ଲୋକଙ୍କର ବିକାଶ ହୋଇଛି କ’ଣ? ଦେଖିବାର ଅଛି ଦୀପିକାଙ୍କ ଦୁଃଖ ଦୂର ହେଉଛି କେବେ ?