ଲିଙ୍ଗରାଜ ମନ୍ଦିର ଭିତରର ଭିଡିଓ ଭାଇରାଲ, ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର - ଲିଙ୍ଗରାଜ ମନ୍ଦିର ଭିତରୁ ଭିଡିଓ ଭାଇରାଲ । ମନ୍ଦିର ସୁରକ୍ଷା ଦିଗରେ ଉଠିଲା ପ୍ରଶ୍ନ । ଗତକାଲି ବଲିଉଡ ସେଲିବ୍ରିଟି ଶିଳ୍ପା ସେଠି ମନ୍ଦିର ଦର୍ଶନ କରିବାକୁ ଆସିଥିବା ସେବାୟତ ତାଙ୍କୁ ମନ୍ଦିର ଭିତରରେ ବୁଲାଇବା ବେଳର ଫଟୋ ବର୍ତ୍ତମାନ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଘୁରି ବୁଲୁଛି । ଏହି ପ୍ରସଙ୍ଗ ଉପରେ ଏକାମ୍ର ବିଧାୟକ ବାବୁ ସିଂ କହିଛନ୍ତି ଏହି ଖବରଟି ମୁଁ ସକାଳୁ ପାଇଛି । ଲିଙ୍ଗରାଜ ମନ୍ଦିରରେ ବଲିଉଡ୍ ଅଭିନେତ୍ରୀଙ୍କ ଫଟୋ ଭାଇରାଲ ଘଟଣା ଦୁର୍ଭାଗ୍ୟ ଜନକ ଅଟେ । ଏମିତି ଘଟଣା ହେବା କଥା ନୁହେଁ । ବିଗତ ଦିନରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଫଟୋ ଉଠେଇବା ବେଳେ ପୁରା ସିକ୍ୟୁରିଟିକୁ ପ୍ରାଧାନ୍ୟ ଦିଆଯାଇଛି । ଗତକାଲିର ଘଟଣା ଉପରେ ଆଲୋଚନା ହେବ ଏଭଳି ଘଟଣା କିପରି ଆଗକୁ ନହେବ ତା ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ । ଏହା ଆମ ଭାବାବେଗର କଥା ଏମିତି ଘଟଣା ହେବା କଥା ନୁହେଁ । ସେଲିବ୍ରେଟି ମାନେ ଜାଣି ନଥାଇ ପାରନ୍ତି କିନ୍ତୁ ମନ୍ଦିର ସେବାୟତ ମାନେ ସଚେତନ କରେଇବା କଥା କାହିଁକି କରେଇ ନାହାଁନ୍ତି ଅନୁଧ୍ୟାନ କରାଯିବ । ଏହାସହ ମନ୍ଦିର ପ୍ରଶାସନ ଉତ୍ତରଦାୟୀ ରହିବ । ଦୋଷୀ ଯିଏ ତା ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର ।