"ଶାଶ୍ୱତ ପାହାଚ' ସାହିତ୍ୟ ପର୍ବ 

 ଭୁବନେଶ୍ୱର : ସାହିତ୍ୟ ପତ୍ରିକା "ଶାଶ୍ୱତ ପାହାଚ' ଆନୁକୁଲ୍ୟରେ ରବିବାର ପୂର୍ବାହ୍ନରେ ଭୁବନେଶ୍ୱରସ୍ଥ ଭାରତୀୟ ବିଦ୍ୟାଭବନ ସଭାକକ୍ଷରେ ଏକ ରାଜ୍ୟସ୍ତରୀୟ ସାହିତ୍ୟ ଉସôବ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ କବି କମଳ କୁମାର ମହାନ୍ତିଙ୍କ ଆବାହକତ୍ୱରେ ଏହି କାର୍ଯ୍ୟକ୍ରମରେ ଶତାଧିକ କବି, କଥାକାର, ସାହିତି୍ୟକ ତଥା ସାହିତ୍ୟପ୍ରେମୀ ଯୋଗଦାନ କରିଥିଲେ । ପ୍ରଥମ ଅଧିବେଶନ ଆରମ୍ଭରେ ଦୀପ ପ୍ରଜ୍ଜ୍ୱଳନ ଓ ଶ୍ଳୋକପାଠ ପରେ ଅତିଥିମାନେ ମଞ୍ଚାସୀନ ହୋଇଥିଲେ । କବି ଓ ପ୍ରାବନ୍ଧିକ ସୁବ୍ରତ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ କବି ମମତା ଦାଶ ସାହିତ୍ୟରେ କବିତାର ଆବଶ୍ୟକତା ଓ ଆଧୁନିକ କବିତାର ସମକାଳୀନତା ପ୍ରସଙ୍ଗରେ ଗଭୀର ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଡ. ରମେଶ ପାଣି ସାହିତ୍ୟରେ ମୂଳ୍ୟବୋଧ ସମ୍ପର୍କରେ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ । ସଭାପତି ଡ. ଫଣୀନ୍ଦ୍ର ଭୂଷଣ ନନ୍ଦ ଗବେଷଣା ତଥା ପ୍ରବନ୍ଧ ଓ ସମ୍ପାଦନା ସାହିତ୍ୟର ଅନେକ ଅନାଲୋଚିତ ଦିଗ ଛୁଇଁ ଯାଇଥିଲେ । ସାହିତ୍ୟରେ ଉକôର୍ଷତା ପାଇଁ ପ୍ରବନ୍ଧ କ୍ଷେତ୍ରରେ ଡ.ରମାକାନ୍ତ ରାଉତ, କବିତାରେ ରୋହିଣୀକାନ୍ତ ମୁଖାର୍ଜୀ, ଗଳ୍ପରେ ଅନ୍ନପୂର୍ଣ୍ଣା ମହାନ୍ତି, ଅନୁବାଦରେ ଡ. କନକ ମଞ୍ଜରୀ ପଟ୍ଟନାୟକ, ଉଦୀୟମାନ କବି ଭାବରେ ସ୍ୱୟଂପ୍ରଭା ରଥ, ଉଦୀୟମାନ ପ୍ରାବନ୍ଧିକ ଭାବରେ ମାଧବାନନ୍ଦ ପାତ୍ର, ଏବଂ ପ୍ରିୟ ପାଠକ ଭାବରେ ସଞ୍ଜୟ କୁମାର ବରାଳ । ଦ୍ୱିତୀୟ ଅଧିବେଶନରେ ଗଳ୍ପ ଓ ଅନୁବାଦ ସମ୍ପାନ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ଯୁବ ଗାଳ୍ପିକ ମଦନ ମହାପାତ୍ର । ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଅନୁବାଦକ ବଙ୍ଗାଳୀ ନନ୍ଦ ଓ ରମେଶ ପଟ୍ଟନାୟକ ଏବଂ ଗାଳ୍ପିକ ଭାବରେ ଅଜୟ ମହାପାତ୍ର ଓ ଗାୟତ୍ରୀ ଦାସ ପିଙ୍କି । ଶେଷ ଅଧିବେଶନରେ କବିତା ପାଠ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ କବି ମିନତୀ ମିଶ୍ର ଓ ବିପ୍ଳବ ରଞ୍ଜନ ପତି । ଯେଉଁ ପ୍ରମୁଖ କବିମାନେ କବିତା ପାଠ କରିଥିଲେ ସେମାନେ ହେଲେ ସର୍ବଶ୍ରୀ ବିଜୟ ମହାପାତ୍ର, ପ୍ରତିଭା ପରିଡା, ରାଜଲକ୍ଷ୍ମୀ ତ୍ରିପାଠୀ, ପ୍ରିୟଦର୍ଶିନୀ ମହାରଣା, ସରୋଜ ବଳ, ସଂଯୁକ୍ତା ଦାଶ, ଅକ୍ଷୟ ପାଳ, ସୁବ୍ରତ ଦାସ, ଭିକାରୀ ଧଳ, ଦୀପୁନ୍ ପୁହାଣ, ସୁରଞ୍ଜନ ପାତ୍ର, ଆଶିଷ ମହାପାତ୍ର, ନରହରି ମିଶ୍ର, ରାମଚନ୍ଦ୍ର ପଲାଇ, ଦେବେନ୍ଦ୍ର ବାଉରୀ, ଗିରିଜା ମିଶ୍ର, ଭାରତୀ ନାୟକ, କେ.ବିପ୍ଳବ, ମମତା ସାହୁ, ରବି କୁମାର ମହାନ୍ତି, ଅଶ୍ୱିନୀ ସୂତାର, କାର୍ତ୍ତିକ ସ୍ୱାଇଁ, ରୋହିଣୀକାନ୍ତ ମୁଖାର୍ଜୀ, ସ୍ୱୟଂପ୍ରଭା ରଥ ଓ ପ୍ରଦୁ୍ୟମ୍ନ ପଟ୍ଟନାୟକ । କବି ଗିରିଜା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।