ଶୌଣ୍ଢିକ ସମାଜ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ନବରଙ୍ଗପୁର/ତେନ୍ତୁଳିଖୁଣ୍ଟି: ତେନ୍ତୁଳିଖୁଣ୍ଟି ବ୍ଳକର ତେନ୍ତୁଳି ଗଛ ଛକ ଠାରେ ରବିବାର ମେଣ୍ଟ୍ରିର ଶୌଣ୍ଢିକ ସମାଜର ଜିଲ୍ଲା ନେତୃତ୍ୱ୍ୱରେ ୫୦୦ରୁ ଉର୍ଦ୍ଧ୍ୱ ବୃକ୍ଷ ରୋପଣ କରାଯାଇଥିଲା । ବିଗତ ଦିନରେ ବ୍ରହ୍ମପୁର ଠାରେ ହୋଇଥିବା ରାଜ୍ୟ ସ୍ତରୀୟ ଶୌଣ୍ଢିକ ସମାଜ ବୈଠକର ନିଷ୍ପତ୍ତି କ୍ରମେ ପ୍ରତ୍ୟେକ ପଞ୍ଚାୟତ ସ୍ତରୀୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆଗେଇ ନେବାକୁ ନିଦେ୍ର୍ଦଶ ଦିଆଯାଇଥିଲା । ଏହି ପ୍ରରିପ୍ରେକ୍ଷୀରେ ଜିଲ୍ଲା ଶୌଣ୍ଢିକ ସମାଜ ସଭାପତି ବାଙ୍କବିହାରୀ ବିଷୋୟୀଙ୍କ ତତ୍ତ୍ୱାବଧାନରେ ମେଣ୍ଟ୍ରି ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିଗଛ ଛକ ଠାରେ ବିଭିନ୍ନ ରକମର ୫ ଶହ ଚାରା ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି, ନବରଙ୍ଗପୁରର ସ୍ଥାନରୁ ୫୦ରୁ ଅଧିକ କର୍ମକର୍ତ୍ତା ସାମିଲ ହୋଇ ନବରଙ୍ଗପୁରରୁ ଇନ୍ଦ୍ରାବତୀକୁ ସଂଯୋଗ କରୁଥିବା ରାସ୍ତାକଡରେ ତେନ୍ତୁଳି ଗଛ ଠାରେ ଚାରା ରୋପଣ କରିଥିଲେ । ଏହାପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ସମାଜ ପାଇଁ ଆଗାମୀ ଦିନରେ କଣ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଓ ପରିବାରର ସ୍ତ୍ରୀ ମାନେ କିଭଳି ନିଜ ନିଜ ପିଲାମାନଙ୍କୁ ସଂସ୍କାରବାଦୀ କରାଇବା ସହ ରାଷ୍ଟ୍ରୀୟତାର ପଠନ କରାଇବେ ସେଥିପ୍ରତି ଗୁରୁତ୍ୱ ଦିଆଯାଇଥିଲା । ଯୁବକମାନେ ମୋବାଇଲ ଦ୍ୱାରା ପଥଭ୍ରଷ୍ଟ ନ ହୋଇ ସମାଜ ପ୍ରତି ରହିଥିବା କର୍ତ୍ତବ୍ୟପଥରେ ଅଗ୍ରସର ହେବାକୁ ପରାମର୍ଶ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ମେଣ୍ଟ୍ରି ଗ୍ରାମର ଜଗଦିଶ ବିଷୋୟୀ, ବିସୁନ ବିଷୋୟୀ, ଥବିର ବିଷୋୟୀ, ଶିବ ବିଷୋୟୀ ପ୍ରମୁଖ ୫୦ରୁ ଉର୍ଦ୍ଧ୍ୱ ସଭ୍ୟ ଯୋଗ ଦେଇଥିଲେ । ପ୍ରତ୍ୟେକ ଗ୍ରାମରେ ସମାଜ ପରିବାରକୁ ଗଛ ଲଗେଇବାକୁ କୁହାଯାଇଥିଲା ।