ସୌମ୍ୟାଶ୍ରୀଙ୍କ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା

 ବୈଶିଙ୍ଗା: ବୈଶିଙ୍ଗା ସ୍ଥିତ ଶିବାଜୀ ଯୁବକ ସଂଘ ପକ୍ଷରୁ ବାଲେଶ୍ୱର ଏଫଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଉଦେ୍ଦଶ୍ୟରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଯୁବକ ସଂଘର ସଭାପତି ସୀତାକାନ୍ତ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ସଂଘର କର୍ମକର୍ତ୍ତା ସବ୍ୟସାଚୀ ପଣ୍ଡା, ଶାନ୍ତନୁ କୁମାର ପଣ୍ଡା, ରାଜେଶ କୁମାର ସାହୁ, ଦିଲ୍ଲୀପ ନାୟକ, ରାଜେଶ ଭୂୟାଁ, ବ୍ରହ୍ମାନନ୍ଦ ମହାପାତ୍ରଙ୍କ ସମେତ ବହୁ କର୍ମକର୍ତ୍ତା ସହଯୋଗ କରିଥିଲେ । ସୌମ୍ୟାଶ୍ରୀଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ପ୍ରଥମେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଭାବେ ସୀତାନାଥ ବେହେରା, ସଞ୍ଜୟ କୁମାର ମିଶ୍ର, ବିମଳେନ୍ଦୁ ମହାପାତ୍ର, ସତ୍ୟଜିତ୍ ରାଉତ, ମଧୁସୂଦନ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।