ବାଣ ତିଆରି ବେଳେ ଅଘଟଣ, ଜଣେ ଗୁରୁତର

ଆସିକା: ଦ୍ୱିତୀୟ ଶିବକାସି ରୂପେ ପରିଚିତ ଗଞ୍ଜାମ ଜିଲ୍ଲା ଆସିକାର ନଳବଣ୍ଟା ଗ୍ରାମ କିଛି ଅଘଟଣ ଘଟିଲେ ପୁଲିସ ପ୍ରଶାସନ ଚେଇଁ ଉଠୁଛି ଯେମିତି ବାଣ ଭିଡିଲା ବେଳେ ବାବୁଲା ନାୟକଙ୍କ ଡାହାଣ ହାତର ପାପୁଲି କେରକେରା ହୋଇଯାଇଛି ପ୍ରଥମେ ଆସିକା ୟାପରେ ବ୍ରହ୍ମପୁର ସ୍ଥାନାତରିତ କରାଯାଇଛି କୁହାଯାଇଛି ତାଙ୍କୁ କୁଆଡେ ବିଶାଖାପାଟଣା ନେବାକୁ ସମ୍ପର୍କୀୟ ମାନେ ଚେଷ୍ଟା କରୁଛନ୍ତି କଣ ହେବ କିଛି କହିହେବ ନାହିଁ ଆଶ୍ଚର୍ଯ୍ୟର କଥା ସମ୍ପର୍କରେ ପୁଲିସରେ ମେଡିକାଲ କତ୍ତୃପକ୍ଷ ସୂଚନା ଦେଇନାହାଁନ୍ତି କି ଆହତଙ୍କ ନାମ ହସ୍ପିଟାଲର ରେଜିଷ୍ଟ୍ରରରେ ପଞ୍ଜୀକୃତ ହୋଇଛି ସେମିତି ପୁଲିସ ଘଟଣାକୁ ଚପାଇବାକୁ ଯେନତେନ ଉପାୟ କରି ଗ୍ରାମରେ ପୁଲିସ ଫୋର୍ସ ଯାଞ୍ଚ ପକ୍ରିୟା ଆରମ୍ଭ କରିଛି ଏପରିକି ଗ୍ରାମରେ ବାଣ ବିକ୍ରି ବନ୍ଦ କରିବାକୁ ଉଦ୍ୟମ କରିଛି ଏଠି ଉଲ୍ଲେଖ ଯୋଗ୍ୟ ଏହି ଯେ, ବର୍ଷ ତମାମ ନଳବଣ୍ଟା ଗ୍ରାମରେ ଭଳିକି ଭଳି ବାଣ ପ୍ରସ୍ତୁତ ହୁଏ ବିଶେଷ କରି ପ୍ରଚଣ୍ଡ ଶବ୍ଦକାରୀ ବାଣ ପାଇଁ ଏହି ଗ୍ରାମ ସର୍ବଦା ଫେମସ ଖାସ କରି ଦୀପାବଳୀ ସମୟରେ ନଳବଣ୍ଟାର ଘରେ ଘରେ ଖୋଲା ଯାଇଥାଏ କୁଟୀରଶିଳ୍ପ ସେମିତି ବିଲରେ, ନଦୀ ପଠା ଏବଂ ହିଡ ମାନଙ୍କରେ ଏହି ବାଣ ତିଆରି ହୁଏ ଏଥିପାଇଁ ଗ୍ରାମ ସବୁ ବେଳେ ବାଣ ପାଇଁ ଚର୍ଚ୍ଚାରେ ରହି ଆସୁଛି ନଳବଣ୍ଟା ଗ୍ରାମରେ ପ୍ରାୟ ଅନେକ ପରିବାର ବେଆଇନ ବାଣ କାରଖାନା କରି ବର୍ଷ ତମାମ ପରିବାର ପ୍ରତିପୋଷଣ କରୁଛନ୍ତି ଏହା ପୁଲିସ ପ୍ରଶାସନ ଜାଣି ମଧ୍ୟ ଏହି ବେଆଇନ ବାଣ ତିଆରୀକୁ ରୋକାଯାଇପାରୁନାହିଁ ଯାହାକୁ ନେଇ ପୁଲିସର ପାରିବା ପାଣିଆକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି ଦୀପାବଳି ପୂର୍ବରୁ ନଳବଣ୍ଟା ଗ୍ରାମ ଉପରେ ଗତ ମାସ ତାରିଖରେ ଅଚାନକ ଚଢ଼ାଉ କରି ଏକ ଅଟୋ ଜବତ ସହ ପ୍ରାୟ ଲକ୍ଷଲକ୍ଷ ଟଙ୍କାର ବାଣ ଜବତ ସହ ଜଣ ଗିରଫ ହୋଇଥିବା ଏସ୍ଡ଼ିପିଓ ସାମ୍ବାଦିକ ସମିଳନୀରେ ପ୍ରକାଶ କରିଥିଲେ ଆସିକା ଉପଖଣ୍ଡ ଅରକ୍ଷୀ ପୁଲିସ ଅଧିକାରୀ ସଞ୍ଜୟ କୁମାର ମହାପାତ୍ର ଏବଂ ଥାନା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ପଟ୍ଟନାୟକଙ୍କ ମିଳିତ ଭାବେ ଚଢ଼ାଉ କରି ଆସିକା ଅଞ୍ଚଳରୁ ଦୁଇ ଜଣକୁ ଗିରଫ କରି ଥିବା ସୂଚନା ଦେଇଛନ୍ତି ଆସିକା ପୁଲିସ ଥାନା କେସ ନମ୍ବର ୬୯୨/୨୪ରେ ରାଜେଶ ନାହାକ, ୬୯୩/୨୪ ରେ ପ୍ରତାପ କେଶରୀ ଖଣ୍ଡୁଆଳକୁ ଗିରଫ କରାଯାଇଥିବା ଉପଖଣ୍ଡ ପୁଲିସ ଅଧିକାରୀ ପ୍ରକାଶ କରିଛନ୍ତି ଏଥି ସହିତ ଲକ୍ଷରୁ ଊର୍ଦ୍ଧଟଙ୍କାର ବାଣ ମଧ୍ୟ ଜବତ କରାଯାଇଥିବ ସୂଚନା ମିଳିଛି ବୁଧୁବାର ସନ୍ଧ୍ୟାରେ ନଳବଣ୍ଟା ନଦୀ ସାହିରେ ବୋମା ବାଣକୁ ଫୁଟାଇବା ସମୟରେ କୋଦଳା ଥାନା ଇଲାକାର ବାବୁଲା ନାୟକଙ୍କ ଡାହାଣ ହାତର ପାପୁଲିରେ ଗଭୀର ଆଘାତ ଲାଗିଥିଲା ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ ଅବସ୍ଥା ଗୁରୁତର ଥିବାରୁ ତାକୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାସ୍ତରିତ କରାଯାଇଥିବା ଜଣାଯାଇଛି ପୁଲିସ ପକ୍ଷରୁ ନଳବଣ୍ଟା ଏବଂ ଅଖପାଖ ଗ୍ରାମ ଉପରେ ତୀକ୍ଷଣ ନଜର ରଖାଯାଇ ବେଆଇନ ବାଣ ବିକ୍ରିକୁ ପ୍ରଶୟ ଦିଆଯିବ ନାହିଁ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ଆସିକା ଥାନା ଅଧିକାରୀ ଏକ ପ୍ଲାଟୁନ ପୁଲିସ ଫୋର୍ସ ଧରି ସନ୍ଧ୍ୟାରେ ଚଢ଼ାଉ ଜାରି ରଖିଥିବା ଜଣା ପଡିଛି