ଏମ୍‌ସିଏଲ୍‌ କର୍ମଚାରୀଙ୍କୁ ଆକ୍ରମଣ

ସମ୍ବଲପୁର: ବୁର୍ଲା ଥାନା ଅନ୍ତର୍ଗତ ପିସି ବ୍ରିଜ ରାସ୍ତାରେ ଅଫିସ କାମ ସାରି ଘରକୁ ଫେରୁଥିବା ମହାନଦୀ କୋଇଲା କମ୍ପାନୀ ବିତ୍ତ ବିଭାଗର ସହକାରୀ ପ୍ରବନ୍ଧକ ଅମୀୟ କୁମାର ସାହୁଙ୍କ ଉପରେ ଦୃବୁର୍ତ୍ତ ମାନେ ମରଣାନ୍ତକ ଭାବେ ଆକ୍ରମଣ କରିଛନ୍ତି ଏଥିସହ ତାଙ୍କ ସ୍କୁଟି ଚାବି ଛଡାଇ ନେଇଥିବା ଅଭିଯୋଗ ହୋଇଛି ଏନେଇ ବୁର୍ଲା ଥାନାରେ ଏକ ମାମଲା ରୁଜୁ କରାଯାଇ ପୁଲିସ ତଦନ୍ତ କରୁଛି ଅଭିଯୋଗରୁ ପ୍ରକାଶ ଯେ, ଶ୍ରୀସାହୁ ଏମ୍ସିଏଲ୍ ଜାଗୃତି ବିହାର ମୁଖ୍ୟାଳୟର ଅଫିସ କାମ ସାରି ଗତ ରାତି ପ୍ରାୟ ସାଢେ ୭ଟା ସମୟରେ ଆନନ୍ଦ ବିହାର ସ୍ଥିତ କମ୍ପାନୀର  କଲୋନୀର ନିଜ ଘରକୁ ଫେରୁଥିଲେ ତେବେ ଏହି ବ୍ରିଜ ନିକଟରେ ଅନ୍ଧକାରର ସୁଯୋଗ ନେଇ ୨ଜଣ ଦୃବୁର୍ତ୍ତ ତାଙ୍କୁ ଅଟକାଇଥିଲେ ଏକ ଛୁରୀ ଦେଖାଇ ତାଙ୍କୁ ଭୟଭୀତ କରିବା ସହ ଟଙ୍କା ମାଗିଥିଲେ ମାତ୍ର ଟଙ୍କା ନପାଇ ସେମାନେ ତାଙ୍କ ମୋବାଇଲ ଲୁଟ ଉଦ୍ୟମ କରିଥିଲେ ଏଥିରେ ବିଫଳ ହୋଇ ତାଙ୍କୁ ଛୁରିରେ ଆକ୍ରମଣ କରିଥିଲେ ଫଳରେ ଅଭିଯୋଗକାରୀଙ୍କ ପିଠି, କାନ୍ଧ ହାତରେ ଗଭୀର ଆଘାତ ହୋଇଥିଲା ଏହାବାଦ୍ଦୃବୁର୍ତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ ତେବେ ଅନ୍ୟ କର୍ମଚାରୀ ମାନେ ତାଙ୍କୁ ଉଦ୍ଧାର କରିବା ସହ ଚିକିତ୍ସାଳୟକୁ ନେଇଥିଲେ ଏହି ରାସ୍ତାରେ ଆଲୋକୀକରଣ ସହ ସୁରକ୍ଷା ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି