ଶିଶୁ ମହୋତ୍ସବ ଉଦ୍ଘାଟିତ ।
ମାଲକାନଗିରି: ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସଦର ମହକୁମା ମାଲ୍ୟବନ୍ତ ଛାତ୍ରାବାସ ପରିସରରେ ଦୁଇଦିନିଆ ଶିଶୁ ମହୋତ୍ସବ ମହକ ଓ ଉତ୍ସାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିା ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ ମୁଖ୍ୟ ଅତିଥି ବାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଶିଶୁ ଗୃହରେ ରହୁଥିବା ୭୦ରୁ ଊଦ୍ଧ୍ୱର୍ ବାଳକ ବାଳିକା ଅଂଶଗ୍ରହଣ କରିଥିଲେ । ଏହି ଉପଲକ୍ଷେ ଉପସ୍ଥିତ ଅତିଥି ମାନେ ନିଜନିଜ ବକ୍ତବ୍ୟରେ ଆଜିର ଶିଶୁ କାଲିର ଭବିଷ୍ୟତ ନାଗରିକା ଶିଶୁଟି ମା’ ପେଟରେ ଥିଲା ବେଳେ ମା’ ଓ ଶିଶୁର ଯତ୍ନ, ଜନ୍ମ ଗ୍ରହଣ କଲା ପରେ ତାହାର ସ୍ୱାସ୍ଥ୍ୟ, ସୁଷମ ଖାଦ୍ୟ, ପୋଷାକ ଏବଂ ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଶିକ୍ଷାଦାନ, ଉପ ଯୁକ୍ତ ପରିବେଶ ମଧ୍ୟରେ ସମୟ ବିତାଇବା, ଦ୍ୱାରା ଶିଶୁଙ୍କ ଭବିଷ୍ୟତରେ ତାହାର ମହକ ଏବଂ ଉତ୍ସାହ କିପରି ବୃଦ୍ଧି ପାଇଥାଏ ସେ ସମ୍ବନ୍ଧରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଚାରାଟି ଲଗାଇଲା ପରେ ତାହାର ଉପ ଯୁକ୍ତ ଯତ୍ନ ନେବା ସହ ଭବିଷ୍ୟତରେ ସେ ଏକ ମହା ବୃକ୍ଷରେ ପରିଣତ ହୋଇ ଯେପରି ମାନବ ସମାଜକୁ ଫଳ, ଛାୟା, ଏବଂ ବୃକ୍ଷର ଚେର ଠାରୁ ପତ୍ର ପର୍ଯ୍ୟନ୍ତ ମାନବ ସମାଜକୁ ଦାନ କରିଜୀବ ଜଗତ ଓ ପ୍ରାଣୀ ଜଗତକୁ ବଂଚିବା ଏବଂ ପରିବେଶ ସୁଦୃଢରେ ସହାୟତା ହୋଇଥାଏ ସେହିପରି ଜନ୍ମିତ ଶିଶୁଟିର ମଧ୍ୟ ଉପ ଯୁକ୍ତ ଲାଳନ ପାଳନ ଏବଂ ଯତ୍ନ କଲେ ଆଗାମୀ ଦିନରେ ତାହାର ମହକ ଓ ଉତ୍ସାହ ବୃଦ୍ଧି ପାଇବା ସହ ସେ ଜଣେ ସୁନାଗରିକ ହୋଇପାରିବ ବୋଲି ଉଦାହରଣ ଦେଇଥିଲେ ।