ଶିଶୁ ମହୋତ୍ସବ ଉଦଯାପିତ
ବଲାଙ୍ଗୀର: ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦ୍ୱାରା ଜିଲ୍ଲାସ୍ତରୀୟ ଶିଶୁ ସୁରକ୍ଷା ମହୋତ୍ସବ ଦୁଇ ଦିନିଆ ମହକ ଓ ଉତ୍ସବ ଉଦଯାପିତ ହୋଇଯାଇଛି । ଏହି ଅବସରରେ ପ୍ରଥମ ଦିନରେ ଜିଲ୍ଲାପାଳ କାର୍ଯ୍ୟାଳୟରୁ ଏକ ମଶାଲ ଯାତ୍ରା କାର୍ଯକ୍ରମ ଉଦ୍ଘାଟନ କରିଥିଲେ ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ବିଜୟାନନ୍ଦ ସେଠୀ ଓ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଜିଲ୍ଲାପାଳ କାର୍ଯ୍ୟାଳୟରୁ ଏହି ମଶାଲ ଶୋଭାଯାତ୍ରା ମିଶନ ଫିଲ୍ଡ ପର୍ଯ୍ୟନ୍ତ କରାଗଲା । ଏହାପରେ ଜିଲ୍ଲା ଶିଳ୍ପ ତାଲିମ ଅନୁଷ୍ଠାନରେ ମହକ ଓ ଉତ୍ସାହ କାର୍ଯକ୍ରମ ପାଇଁ ମୁଖ୍ୟ ଅତିଥିଭାବେ ସେକ୍ରେଟାରୀ ଡିଏଲ୍ଏସ୍ଏର ପବିତ୍ରଚନ୍ଦ୍ର ପ୍ରଧାନ, ଆଇଟିଆଇର ଅଧ୍ୟକ୍ଷ ସାମ ଓରାମ, ଶିଶୁ ମଙ୍ଗଳ ଅଧକ୍ଷ ଲମ୍ବୋଦର ଦୀପ, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର, ଜିଲ୍ଲା କ୍ରୀଡା ଅଧିକାରୀ ପରାଶର ବାଗ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ, ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ସୁଷମା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।