କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ ପାଳିତ

ନୂଆପଡା: କାର୍ତ୍ତିକ ପୂର୍ଣ୍ଣିମା, ଓଡ଼ିଆ ସଂସ୍କୃତିର ଏକ ମହାନ ପର୍ବ । ପ୍ରାଚୀନ ନୌ ବାଣିଜ୍ୟ ଓ ସାଧବ ପୁଅଙ୍କୁ ମନେ ପକାଇ ଓଡ଼ିଆ ମାନେ ଡଙ୍ଗା ଭସାଇ ଏହି ପର୍ବ ପାଳନ କରିଥାନ୍ତି । ଖଡ଼ିଆଳ ଅଞ୍ଚଳରେ ମଧ୍ୟ ଧୁମଧାମରେ କାର୍ତ୍ତିକ ପୂର୍ଣ୍ଣିମା ପାଳିତ ହୋଇଯାଇଛି । ଆଜି ସକାଳୁ ବିଭିନ୍ନ ପୋଖରୀ ଓ ନଈରେ ସୋଲ, କାଗଜ  ଓ କଦଳୀ ଡଙ୍ଗାରେ ପାନ ଗୁଆ ରଖି ଲୋକେ ଭସାଇ ଥିଲେ । ସେହିପରି ବିଭିନ୍ନ ସ୍ଥାନରେ ଆୟୋଜିତ ପୂଜାର୍ଚ୍ଚନା ଓ ପୁରାଣ ପାଠ ଉଦ୍‌ଯାପିତ ହୋଇଯାଇଛି । ଶ୍ରଦ୍ଧାଳୁ ମାନେ ପୂଜା ସ୍ଥାନ ସହ ବିଭିନ୍ନ ମନ୍ଦିର ଯାଇ ପୂଜା କରିବା ସହ ପରସ୍ପରକୁ ଅଭିନନ୍ଦନ ଜଣାଇଥିଲେ ।