ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗର ବୈଠକ
ସମ୍ବଲପୁର: ସମ୍ବଲପୁର ସମଗ୍ର ଶିକ୍ଷା ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରକଳ୍ପ ପରିଚାଳନା ବିଭାଗର ତୈମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଉନ୍ନୟନ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଧର୍ମେନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ସଭା ହୋଇଥିଲା । ଫାଉଣ୍ଡେସନ ସାକ୍ଷରତା ଓ ସଂଖ୍ୟା ବିଜ୍ଞାନ, ଏଫଏଲ୍ଏନ୍ ଦକ୍ଷତା, ସାକ୍ଷରତା କିଟ୍, ପ୍ରତି ବ୍ଳକରେ ସ୍ଥାପିତ ଏଫ୍ଏଲ୍ଏନ୍ ସ୍କୁଲ ଓ ତାଲିମ, ପ୍ରୟୋଗ ପ୍ରଶିକ୍ଷଣ, ବାଲ ବାଟିକା ଲାବ୍ରୋଟେରୀ ସୃଷ୍ଟି ଉପରେ କର୍ମଶାଳା, ଏଫ୍ଏଲ୍ଏନ୍ ଗ୍ରେଓ ପାଇଁ ଯାଦୁଇ ପିଟାରର ଶିକ୍ଷଣ-ଶିକ୍ଷକ ସାମଗ୍ରୀର ବିକାଶ, ଏଫ୍ଏଲ୍ଏନ୍ ମଡେଲ ସ୍କୁଲ ପାଇଁ ସମ୍ବଳ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା, ଶ୍ରେଣୀଗୃହ ପର୍ଯ୍ୟବେକ୍ଷଣ, ପରାଖ ରାଷ୍ଟ୍ରୀୟ ସର୍ବେକ୍ଷଣ ଏବଂ ଏଫ୍ଏଲ୍ଏନ୍ ଆସେସମେଣ୍ଟ ଟ୍ରାକ୍ଟର ରେଜିଷ୍ଟର ଉପରେ ଆଲୋଚନା ହୋଇଥିଲା । ଏଥିରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ.ସୁଜାତାରାଣୀ ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ମୀନାରାଣୀ ମଙ୍ଗଳ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସଂଯୁକ୍ତା କୁଲୁ, ବ୍ଲକ ଶିକ୍ଷା ଅଧିକାରୀ ସେବାଶ୍ରୀ ଭୋଇ, ସିଡିପିଓ ମିନତି ପାଣିଗ୍ରାହୀ, ମୁଖ୍ୟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନ ଗୀତାଞ୍ଜଳି ଭୋଇଙ୍କ ସମେତ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।