ଭାସିଯାଇଥିବା ୩ ମୃତଦେହ ଉଦ୍ଧାର
ଅନୁଗୁଳ: ଅନୁଗୁଳ ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ପାଣିରେ ଭାସି ଯାଇ ମୃତୁ୍ୟବରଣ କରିଥିବା ୩ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପ୍ରକାଶ ଯେ, ଗତ ମଙ୍ଗଳବାର ସୁନାଭୁଇଁ ଗାଁର କମ୍ପୁ୍ୟଟର ଛାତ୍ରୀ ପ୍ରୀତି ବେହେରା କମ୍ପୁ୍ୟଟର କ୍ଲାସ ସାରି ଫେରିବା ବେଳେ ନାଳପାଣିରେ ସାଇକେଲ ସହ ଭାସି ଯାଇଥିଲେ । ଖବର ପାଇ ଗାଁ ଲୋକ ଓ ଅଗ୍ନିଶମ ବିଭାଗ ନାଳରେ ବହୁ ଖୋଜାଖୋଜି କରି ବିଫଳ ହୋଇଥିଲେ । ପରେ ବୁଧବାର ସକାଳୁ ଓଡ୍ରାଫ ଟିମ ପହଞ୍ଚô ବହୁ ଖୋଜାଖୋଜି କରିବା ପରେ ଅପରାହ୍ନ ପ୍ରାୟ ୪ ଟାରେ ବ୍ରିଜ ଠାରୁ ଶହେ ମିଟର ଦୂରରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ସେହିଭଳି ବୁଧବାର ସକାଳେ ଲିଙ୍ଗରାଯୋଡି ନାଳକୁ ଗାଧେଇବାକୁ ଯାଇଥିବା ବେଳେ ଲିଙ୍ଗରାଯୋଡି ଗାଁର ଅନୁପମା ନାଏକ ନାମକ ଜଣେ ଯୁବତୀ ଭାସି ଯାଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚôଥିଲା । କିଛି ସମୟ ଖୋଜାଖୋଜି ପରେ ଅଗ୍ନିଶମ ବିଭାଗ ଅନୁପମାକୁ ଠାବ କରିଥିଲେ ମଧ୍ୟ ସେତେବେଳକୁ ତାଙ୍କର ମୃତୁ୍ୟ ହୋଇ ସାରିଥିଲା । ସେହିଭଳି ନିଶା ଶିଳ୍ପାଞ୍ଚଳ ଥାନା ପରଙ୍ଗ ଡ୍ୟାମରେ ବୁଡି ନିଖୋଜ ଥିବା ଜଣେ ଯୁବକଙ୍କ ମୃତଦେହ ବୁଧବାର ଅଗ୍ନିଶମ ବାହିନୀ ଉଦ୍ଧାର କରିଛି । ସୂଚନା ଅନୁସାରେ ପରଙ୍ଗ ଗ୍ରାମ ପଞ୍ଚାୟତର ଭୁବନପୁର ନିକଟରେ ଥିବା ପରଙ୍ଗ ଡ୍ୟାମକୁ ମଙ୍ଗଳବାର ଜିନ୍ଦଲର ଲେବର କଲୋନୀରେ ରହୁଥିବା ଜଣେ ସିକୁ୍ୟରିଟି ଗାର୍ଡ ମୁର୍ମୁ ତାଙ୍କ ସାଙ୍ଗମାନଙ୍କ ସହିତ ମାଛ ମାରିବାକୁ ଆସିଥିଲେ । ମାଛ ମାରୁଥିବା ବେଳେ ମୁର୍ମୁ ପାଣିରେ ବୁଡି ଯାଇଥିଲେ । ଏହା ଦେଖି ସ୍ଥାନୀୟ ଲୋକମାନେ ଛେଣ୍ଡିପଦା ଅଗ୍ନିଶମ ବିଭାଗକୁ ଖବର ଦେବା ସହିତ ସ୍ଥାନୀୟ ଲୋକମାନେ ଖୋଜାଖୋଜି କରିଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକମାନେ ଦୀର୍ଘ ସମୟ ଖୋଜିବା ପରେ ମଧ୍ୟ କୌଣସି ସନ୍ଧାନ ପାଇ ନଥିଲେ । ସନ୍ଧ୍ୟା ହୋଇ ଯାଇଥିବାରୁ ନିରାଶ ହୋଇ ଦମକଳ ବାହିନୀ ଫେରି ଆସିଥିବାବେଳେ ବୁଧବାର ପୁଣି ସେଠାରେ ଖୋଜାଖୋଜି କରିବା ପରେ ଗାର୍ଡ ମୁର୍ମୁଙ୍କ ମୃତଦେହକୁ ଉଦ୍ଧାର କରିଥିଲେ । ପୋଲିସ ସମସ୍ତ ଶବକୁ ଜବତ କରି ଘଟଣାର ତର୍ଜମା କରୁଥିବା ଜଣାପଡିଛି ।