ବିଜେଡିର ଜନ ସମ୍ପର୍କ ପଦଯାତ୍ରା
ନବରଙ୍ଗପୁର: ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦ ଯାତ୍ରା ତଥା ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇ ଯାଇଛି । ଏହି ଅବସରରେ ଏକ ବିରାଟ ପଦ ଯାତ୍ରା ଚାମୁରିଆ ଗୁଡା ଠାରୁ ବାହାରି ସହର ପରିକ୍ରମା କରିବା ସହିତ ମାଝୀଗୁଡା ସର୍କିଟ ହାଉସ ପଡିଆ ଠାରେ ପହଞ୍ଚିଥିଲା । ସେଠାରେ ଏକ ସାଧାରଣ ସଭା କାର୍ଯ୍ୟକ୍ରମ ହୋଇଥିଲା ଯେଉଁ ଥିରେ ରାଜ୍ୟରେ ସରକାରରେ ଆସିଥିବା ବିଜେପି ଦଳ ଲୋକଙ୍କୁ ମିଛ କହିବା ସହ ମିଛ ପ୍ରଲୋଭନ ଦେଖାଇ ଭୋଟ ହାତେଇ ଥିଲା ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରୁନାହାନ୍ତି । ମହିଳାମାନଙ୍କୁ ଦୁଇ କିସ୍ତିରେ ୫୦ହଜାର ଟଙ୍କା ସୁଭଦ୍ରା ଯୋଜନା ମାଧ୍ୟମରେ ପ୍ରଦାନ କରିବା ପ୍ରତିଶ୍ରୁତିକୁ ମଧ୍ୟ ପାଳନ ନକରି ପାଞ୍ଚ ବର୍ଷରେ ୫୦ହଜାର ଟଙ୍କା ପ୍ରଦାନ, ମହିଳାଙ୍କୁ ମାସକୁ ଏକ ହଜାର ଟଙ୍କା ପ୍ରଦାନ, ମାଗଣା ୩୦୦ୟୁନିଟ ବିଜୁଳି ପ୍ରଦାନ, ଛାତ୍ରଛାତ୍ରୀଙ୍କ ଛାତ୍ର ବୃତ୍ତି ବନ୍ଦ, ବୃଦ୍ଧ ବୃଦ୍ଧାଙ୍କୁ ୩୫୦୦ ଟଙ୍କା ପେନସନ ଭଳି ଲୋଭଦେଖାଇ ସରକାରକୁ ଆସିଥିଲେ । ଏହିସବୁ କଥାକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବା ଓ ଲୋକଙ୍କୁ ଅଧିକରୁ ଅଧିକ ବିଜୁ ଜନତା ଦଳରେ ସାମିଲ କରି ପୁଣି ଥରେ ଏକ ନମ୍ବର ଦଳ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ କରାଯାଉ ଥିବା ବେଳେ ଲୋକଙ୍କ ସହିତ ଜଡିତ ରହିବା ତାଙ୍କ ପାଇଁ କାମକରିବା ପାଇଁ ସଭାପତିଙ୍କ ଆଦେଶକୁ ମାନି ଏହି କାର୍ଯ୍ୟକ୍ରମ ଜାରି ରହିଛି ।
ଏଥିରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସଭା ସାଂସଦ ମୁନା ଖାନ, ଅନ୍ୟ ତମ ଅତିଥି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀ, ବରିଷ୍ଠ ନେତା ପ୍ରଦୀପ ମାଝୀ, ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ, ସୁବାସ ଗଣ୍ଡ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରମ ନାୟକ, ବରିଷ୍ଠ ନେତା ବଦ୍ରି ନାରାୟଣ ସିଂ, ଯୋଗେନ୍ଦ୍ର ସ୍ୱାଇଁ, ଆଶିଷ କୁମାର ପଟ୍ଟନାୟକ, ମଞ୍ଜୁଳା ମାଝୀ, ନାରୀ ନେତ୍ରୀ ନିବେଦିତା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସଭ୍ୟ ସଂଗ୍ରହ ଉପରେ କହିଥିଲେ । ଏହି କର୍ଯ୍ୟକ୍ରମରେ ବହୁ ବିଜୁ ଜନତା ଦଳକର୍ମୀ, ମହିଳା କର୍ମୀ ଉପସ୍ଥିତ ଥିଲେ । ଅବିଭକ୍ତ କୋରାପୁଟ ଜିଲ୍ଲାର ବିଜୁ ଛାତ୍ର ଜନତା ଦଳର ସଭାପତି ତାପସ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ନଗର ସଭାପତି ପ୍ରମୋଦ କୁମାର ରଥ ସହଯୋଗ କରିଥିଲେ ।