ଦୀପାବଳିରେ ପାଳିତ ହୁଏ ‘ବନ୍ଦୀଛୋଡ୍‌ ଦିବସ’

ଦୀପାବଳିରେ ପାଳିତ ହୁଏ ‘ବନ୍ଦୀଛୋଡ୍‌ ଦିବସ’

-ଶିଖମାନଙ୍କ ପାଇଁ ଦୀପାବଳି ପର୍ବ,ସେମାନଙ୍କର ସ୍ୱାଧୀନତା ପାଇଁ ଲଢେଇର କାହାଣୀ ସହ ଜଡିତ । ସେ ସମୟରେ ହେବେ ଶିଖମାନଙ୍କ ଷଷ୍ଠଗୁରୁ ହରଗୋବିନ୍ଦ ସିଂହଙ୍କ ଲୋକପ୍ରିୟତାଓ ପ୍ରଭାବରେ ସମ୍ରାଟ ଜାହାଙ୍ଗୀର ଭୟଭୀତ ହୋଇ ତାଙ୍କୁ ବନ୍ଦୀ କରି ଗ୍ୱାଲିଅର୍‌ ଦୁର୍ଗରେ ରଖିଥିଲେ । ମୋଗଲମାନଙ୍କ ପ୍ରତି ମଣାଯାଉଥିବା ଲୋକଙ୍କୁ ସେ ସମୟରେ ଏହି ଦୁର୍ଗରେ ବନ୍ଦୀ କରି ରଖାଯାଉଥିଲା । ଗୁରୁ ଯରଗୋବିନ୍ଦ ସିଂହଙ୍କ ବ୍ୟତୀତ ସେଠାରେ ଆହୁରି ୫୨ଜଣ ରାଜା ବନ୍ଦୀ ହୋଇଥିଲେ । ତେବେ କୌଣସି ଏକ ଦୈବୀୟ ଘଟଣା ପରେ ସମ୍ରାଟ ଜାହାଙ୍ଗୀର ଦୀପାବଳି ଦିନ ହିଁ ଷଷ୍ଠଗୁରୁଙ୍କୁ ମୁକ୍ତ କରିଥିଲେ । ହେଲେ ଗୁରୁ ଏକୁଟିଆ ମୁକ୍ତ ହେବାକୁ ଚାହିଁନଥିଲେ । ଅନ୍ୟ ୫୨ଜଣ ରାଜାଙ୍କୁ ବି ମୁକ୍ତ କରାଯାଉ ବୋଲି ସର୍ତ୍ତ ରଖିଥିଲେ । ଶେଷରେ ଜାହାଙ୍ଗୀର ଏଥିରେ ରାଜି ହୋଇଥିଲେ । କୁହାଯାଏ ଦିପାବଳୀ ଦିନ ସେମାନେ ସମସ୍ତେ ମୁକ୍ତ ହୋଇଥିଲେ ।