ଭାରତ ଜିତିଲା ଟି ୨୦ ବିଶ୍ୱକପ

ଆଇସିସି ଟ୍ରଫି ଜିତିବାର ୧୧ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ବାର୍ବାଡୋସରେ ଟି୨୦ କ୍ରିକେଟ ବିଶ୍ୱକପ ବିଜୟୀ ହୋଇଥିଲା ଭାରତୀୟ କ୍ରିକେଟ ଦଳ  । ରୋହିତ ଶର୍ମାଙ୍କ ନେତୃତ୍ୱରେ ଦକ୍ଷିଣଆଫ୍ରିକାକୁ ୭ ରନରେ ହରାଇ ଭାରତ ଦ୍ୱିତୀୟ ଥର ପାଇଁ ଟି୨୦ ବିଶ୍ୱକପ କରାୟତ୍ତ କରିଥିଲା  । ୨୦୨୨ ଦିନିକିଆ ବିଶ୍ୱକପ ଫାଇନାଲ ପରାଜୟର ଦୁଃଖ ଭୁଲିବା ପାଇଁ ଭାରତୀୟ ଫ୍ୟାନଙ୍କୁ ସୁଯୋଗ ଦେଇଥିଲା ଟିମ୍‌ ଇଣ୍ଡିଆ  । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୦ ଓଭରରେ ୭ ୱିକେଟ ହରାଇ ୧୭୬ ରନ କରିଥିଲା  । ଜବାବରେ ଦକ୍ଷିଣ ଆଫ୍ରିକା ୦ ଓଭରରେ ୮ ୱିକେଟ ହରାଇ ୧୬୯ ରନରେ ସୀମିତ ରହିଲା  । ଭାରତ ପକ୍ଷରୁ ଫ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିରାଟ କୋହଲି ୭୫ ରନ୍‌ କରି ଫାଇନାଲରେ ହିରୋ ରହିଥିଲେ  । ଦକ୍ଷିଣ ଆଫ୍ରିକା ପକ୍ଷରୁ ହେନରିଚ୍‌ କ୍ଲାସେନ ୫୨,  କ୍ଲିଣ୍ଟନ ଡିକକ୍‌ ୩୯ ଓ ଟ୍ରିଷ୍ଟନ ଷ୍ଟବ୍ସ ୩୧ ରନ୍‌ କରି ବିଜୟ ପାଇଁ ଆଶା  ସଞ୍ଚାର କରିଥିଲେ  । ଯଶପ୍ରୀତ୍‌ ବୁମରା, ହାର୍ଦ୍ଦିକ ପାଣ୍ଡ୍ୟା, ଅର୍ଶଦୀପ ସିଂ ଚମକ୍ରାର ବୋଲିଂ କରି ମ୍ୟାଚର ମୋଡ ବୁଲାଇ ଦେଇଥିଲେ  । ଯଶପ୍ରୀତ୍‌ ବୁମରା ପ୍ଲେୟର ଅଫ ଦ ଟୁର୍ଣ୍ଣାମେଣ୍ଟ ହୋଇଥିଲେ  । ।