ଆକର୍ଷଣରେ ନେପାଳ ମଜୁମ୍‌ଦାର ପ୍ୟାଲେସ୍‌

ଆକର୍ଷଣରେ ନେପାଳ ମଜୁମ୍‌ଦାର ପ୍ୟାଲେସ୍‌

।। ପ୍ରଭାନ୍ୟୁଜ୍‌।। କଟକ ରୋଡ୍‌: ଆଉ ମାତ୍ର ଦିନ କେଇଟା ପରେ ଆବାହନ ହେବେ ମା’ ଦୁର୍ଗା । ଆଶ୍ୱିନ ମାସର ଆଗମନରେ ମା’ଙ୍କ ଆବିର୍ଭାବକୁ ନେଇ ସମସ୍ତଙ୍କ ମଧ୍ୟରେ ଉକ୍ରଣ୍ଠା ଭରି ରହିଛି । ଏଥର ପୂଜାକୁ ନେଇ ଚଳଚଞ୍ଚଳ ହୋଇଛି ରାଜଧାନୀ । କାଟ ରୋଡ୍‌ ବ୍ୟବସାୟୀ ସଂଘ ପୂଜା ସମିତି ପକ୍ଷରୁ ମଧ୍ୟ ଆରମ୍ଭ ହୋଇଛି ପୂଜା ପ୍ରସ୍ତିତି  । ଚଳିତ ବର୍ଷ ସମିତି ପକ୍ଷରୁ ଆକର୍ଷଣ ପାଲଟିବ ନେପାଳର ପ୍ୟାଲେସ୍‌ । ୭୨ ଫୁଟ ଉଚ୍ଚତା ଏବଂ ୧୨୦ ଫୁଟ ଚଉଡା ବିଶିଷ୍ଟ ଏହି ତୋରଣଟି ବେଣା ଓ କପଡାରେ ପ୍ରସ୍ତୁତ ହେବ । ତୋରଣ ନିର୍ମାଣରେ ୧୫ରୁ ଉଦ୍ଧ୍ୱର୍ କରିଗର କାର୍ଯ୍ୟରେ ଲାଗିଥିବାବେଳେ ସ୍ଥାନୀୟ ଅଞ୍ଚଳବାସୀଙ୍କ ସମେତ କମିଟିର କର୍ମକର୍ତ୍ତାମାନଙ୍କ ପୂର୍ଣ୍ଣ ସହଯୋଗ ରହିଛି । ଚଳିତ ବର୍ଷ ୧୦ ଫୁଟ ଉଚ୍ଚର ମା’ଙ୍କର ପ୍ରତିମା ଏହି ପ୍ୟାଲେସ୍‌ରେ ପୂଜା ପାଇବେ । ଏଥର ସାଜସଜ୍ଜା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଝାରପଡା ଓଭରବ୍ରିଜ୍‌ ଷ୍ଟେସନ୍‌ ବଜାର ଛକ ପର୍ଯ୍ୟନ୍ତ ପ୍ରାୟ ୧ କିଲୋମିଟର ଯାଏ ରାସ୍ତାର ଉଭୟ ପାଶ୍ୱର୍କୁ ରଙ୍ଗବେରଙ୍ଗର ଆଲୋକମାଳାରେ ସଜାଯିବା ସହ ୭୫ ରୁ ୮୦ଟି ଛୋଟ ଗେଟ୍‌ ନିର୍ମାଣ କରାଯିବ । ପ୍ରତି ଗୋଟ୍‌ରେ ଲାଇଟ୍‌ ଦ୍ୱାରା ଆକର୍ଷଣୀୟ ଛବି ସାଙ୍ଗକୁ ରହିବ ସଚେତନାତା ବାର୍ତ୍ତା । ରାସ୍ତାର ଦୁଇ ପାଶ୍ୱର୍ରେ ବିଭିନ୍ନ ପ୍ରକାର ପ୍ଲାଷ୍ଟିକ୍‌ ଗଛ ଲଗାଯାଇ ପରିବେଶ ସଚେତନତା ବାର୍ତ୍ତା ଦିଆଯିବ । ଚଳିତ ବର୍ଷ ପୂଜା ପାଇଁ ପ୍ରାୟ ୩୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ସେହିପରି ଷଷ୍ଠୀ ଦିନ ୨୧ଟି କଳସ ଯାତ୍ରା କରାଯିବା ସହଜ ସନ୍ଧ୍ୟାରେ ଭଜନ ପରିବେଷଣ କରଯିବ । ସପ୍ତମୀା, ଅଷ୍ଟମୀ, ନବମୀ ଓ ଦଶମୀ ୪ଦିନ ଧରି ମେଲୋଡି କାର୍ଯ୍ୟକ୍ର ରହିଛି । ସେହିପରି ଅଷ୍ଟମୀରେ ୩ହଜାର ଭକ୍ତଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯିବା ସହ ନବମୀରେ ୧ ହଜାର ପ୍ୟାକେଟ୍‌ ଚରୁ ଅନ୍ନ ବଣ୍ଟାଯିବ । ସେହିପରି ଦଶମୀରେ ୫ଶହ ଶ୍ରଦ୍ଧାଳୁଙ୍କ ପାଇଁ ଦହି ପଖାଳ ବ୍ୟବସ୍ଥା ରହିଛି । ପରଦିନ  ମିଳିତ ଭସାଣି ଉତ୍ସବ ସହିଦନଗରରେ ଅନୁଷ୍ଠିତ ହେବ । ବାଣୀବିାହାର ଛକରୁ ରାଜମହଲ ପର୍ଯ୍ୟନ୍ତ ଭସାଣି ଶୋଭାଯାତ୍ରା ଅନୁଷ୍ଠିତ ହେବ । ବାଣୀବିହାର ଛକରୁ ରାଜମହଲ ପର୍ଯ୍ୟନ୍ତ ଭସାଣି ଶୋଭାଯାତ୍ରା ଅନୁଷ୍ଠିତ ହେବ । ସକାଳ ୧୦ଟାରୁ ଝାରପଡା ଓଭରବ୍ରିଜ୍‌ ଦେଇ ଝାରପଡା ପୂଜା ସମିତି, ଲକ୍ଷ୍ମୀସାଗର ଗାଁ ଦେଇ ପୁଣି ଲକ୍ଷ୍ମୀସାଗର ମଣ୍ଡପରେ ପହଁଞ୍ôଚବ ଶୋଭାଯାତ୍ରା । ସେଠାରୁ ଦିନ ୨ଟାରେ ବମିଖାଲ, ରସୁଲଗଡ଼ ଦେଇ ବାଣୀବିହାର ଛକରେ ପହଁଞ୍ôଚବା ପରେ ସନ୍ଧ୍ୟା ୬ଟାରୁ ଶୋଭାଯାତ୍ରା ଆରମ୍ଭ ହୋଇ ରାଜମହଲ ଅଭିମୁଖେ ଯାତ୍ରା କରିବ । ଏହାପରେ ଦୟାନଦୀରେ ମା’ଙ୍କୁ ବିସର୍ଜନ କରାଯିବ ।