ସ୍ୱାମୀନାରାୟଣ ମନ୍ଦିର ତୋରଣରେ ଶୋଭା ପାଇବେ ମା’
ଭୁବନେଶ୍ୱର: ରସୁଲଗଡ଼ ଦୁର୍ଗା ପୂଜା କମିଟି ତରଫରୁ ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜାରେ ଗୁଜୁରାଟର ସ୍ୱାମୀ ନାରାୟଣ ମନ୍ଦିର ଶୈଳୀରେ ତୋରଣ ନିର୍ମାଣ କରିବାକୁ ଯାଉଛି । ପ୍ରାୟ ୯୦ ଫୁଟ ଉଚ୍ଚତା ଓ ୧୨୦ ଫୁଟ ଚଉଡା ବିଶିଷ୍ଟ ଏହି ତୋରଣଟି ରାଜଧାନୀରେ ଚଳିତ ବର୍ଷର ଗଢା ହେଉଥିବା ତୋରଣମାନଙ୍କ ମଧ୍ୟରେ ଅନ୍ୟତମ ଆକର୍ଷଣ ପାଲଟିବ ବୋଲି ସଦସ୍ୟମାନେ କହିଛନ୍ତି । ସ୍ୱାମୀନାରାୟଣ ମନ୍ଦିରରେ ଥିବା କଳା, ଭାସ୍କର୍ଯ୍ୟ ଓ କାରୁକାର୍ଯ୍ୟକୁ ତୋରଣ ମାଧ୍ୟମରେ କଳ୍ପିତ କରି ରାଜଧାନୀବାସୀଙ୍କୁ ଦେଖାଇବା ଉଦ୍ଦେଶ୍ୟରେ ଏହି ତିଆରି ଚାଲିଛି । ଏହି ତୋରଣ ପ୍ରସ୍ତୁତି ଲାଗି ୮୦ ଜଣ ବଙ୍ଗୀୟ କାରିଗର ନିୟୋଜିତ ହେଉଛନ୍ତି । ଚଳିତ ବର୍ଷ ୨୦ରୁ ୨୫ ଲକ୍ଷ ଟଙ୍କାର ବ୍ୟୟ ସ୍ଥିର କରାଯାଇଛି । ବିଶେଷ ଭାବରେ ମା’ଙ୍କ ପ୍ରତିମୂର୍ତ୍ତିରେ ଚାନ୍ଦି ଓ ସୁନା ଗହଣାରେ ଶୋଭା ପାଇବେ ମା’ ଶକ୍ତିମୟୀ । ଏଥର ସ୍ୱାମୀନାରାୟଣ ମନ୍ଦିରର ଭବ୍ୟ ତୋରଣ ନିର୍ମାଣରେ କୌଣସି ରାସାୟନିକ ରଙ୍ଗ ବ୍ୟବହାର କରାନଯାଇ ୨୦ ଫୁଟ ଉଚ୍ଚତାର ପରିବେଶ ଅନୁକୂଳ ମୂର୍ତ୍ତି ଓ ମେଢ ନିର୍ମାଣ କରାଯାଉଛି ।