ଜଗନ୍ନାଥ ସାଗର ପୁନରୁଦ୍ଧାର ପାଇଁ ରାଲି

ଜୟପୁର: କୋରାପୁଟ ଜିଲ୍ଳାପାଳଙ୍କ ଉଦ୍ଦେଶ୍ୟରେ ଉପ ଜିଲ୍ଲାପାଳ ଜୟପୁରଙ୍କ ଜରିଆରେ ଜଗନ୍ନାଥ ସାଗରକୁ ପୁନରୁଦ୍ଧାର କରିବା ନିମନ୍ତେ ଏକ ଦାବିପତ୍ର ମୋ ଜଗନାଥ ଟ୍ରଷ୍ଟ ଦେଇଛି ଏହି ଜଗନ୍ନାଥ ସାଗର ଜୟପୁରର ପ୍ରାଣକେନ୍ଦ୍ର ଅଟେ ଏହାର ସଂପୂର୍ଣ ପୁନଃରୁଦ୍ଧାର କାର୍ଯ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଯାହାବି ହୋଇଛି ତାହା ଜନସାଧାରଣଙ୍କ ନିକଟରେ ଏକ ହାସ୍ୟାସ୍ପଦ କଥାରେ ପରିଣତ ହୋଇଥିବା ଅଭିଯୋଗ କରିଛି ସ୍ଥାନୀୟ ପ୍ରଶାସନ ସହିତ ଜିଲ୍ଲା ପ୍ରଶାସନକୁ ମଧ୍ୟ ଜଗନ୍ନାଥ ସାଗରର ପୁନଃରୁଦ୍ଧାର କାର୍ଯ୍ୟ କିପରି ହେବ ବୋହୁବାର ଜଣାଇଥିଲେ ମଧ୍ୟ ପ୍ରଶାସନ ଟ୍ରଷ୍ଟକୁ କିମ୍ବା ଜନସାଧାରଣଙ୍କୁ ଅଣଦେଖା କରି ଜଗନ୍ନାଥ ସାଗରକୁ ଅଧପନ୍ତରିଆ ଭାବେ ଛାଡ଼ିଦେଇଛନ୍ତି ପ୍ରମୁଖ ଦାବି ଗୁଡ଼ିକ ମୋଧ୍ୟରୁ ପୁନଃରୁଦ୍ଧାର ନାମରେ ସାଗରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସର୍ବ ପ୍ରଥମେ ବନ୍ଦ କରାଯାଉ ବିଭିନ୍ନ ବିଭାଗ ଅଧିନରେ ଥିବା ସାଗରର ଅଂଶ ଗୁଡ଼ିକୁ ମିଶାଇ ଗୋଟିଏ ବିଭାଗ ଅଧୀନରେ ରଖ୍ଜନସାଧାରଣଙ୍କ ଜ୍ଞାତସାରରେ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯାଉ ସଂପୂର୍ଣ୍ଣ ଜଗନ୍ନାଥ ସାଗରର ସୀମା ମାପ ଦ୍ୱାରା ଚିହ୍ନଟ କରି ସର୍ବସାଧାରଣରେ କେତେ ଏକର ଅଛି ପ୍ରକାଶ କରାଯାଉ ଜଗନ୍ନାଥ ସାଗର ମଧ୍ୟକୁ ପ୍ରବେଶ କରୁଥିବା ସମସ୍ତ ନାଳ ନର୍ଦ୍ଦମାର ମଇଳା ପାଣିକୁ ତୁରନ୍ତ ବନ୍ଦ କରି ଅନ୍ୟପଟେ ଛଡାଯାଉ ମତ୍ସ୍ୟ ବିଭାଗକୁ ଏଠାରୁ ତୁରନ୍ତ ସ୍ଥାନାନ୍ତର କରାଯାଉ ସାଗର ସୀମାରୁ ସରକାରୀ ବେସରକାରୀ ଜବରଦଖଲ ତୁରନ୍ତ ଉଚ୍ଛେଦ କରାଯାଉ ସଂପୂର୍ଣ୍ଣ ଜଗନ୍ନାଥ ସାଗରର କାର୍ଯ୍ୟ ଖସଡ଼ା  ରାଜ୍ୟ ସରକାର ସ୍ୱୀକୃତି ପ୍ରାପ୍ତ ପରେ ସର୍ବସାଧାରଣରେ ପ୍ରକାଶ କରାଯାଉ କୋଲାବ ଜଳସେଚନ ପ୍ରକଳ୍ପରୁ ଏକ କେନାଲ ସୌରାଗୁଡ଼ାରୁ ସାଗରକୁ ସଂଯୋଗ କରାଯାଉ ୧୯୮୧ମସିହାରୁ ରାଜ୍ୟ ସରକାର ଅନୁଦାନରେ ସାଗରର ପୁନଃରୁଦ୍ଧାର ଉନ୍ନତି କରାଯାଇଥିଲେ ମଧ୍ୟ ଆଖି ଦୃଷ୍ଟିଆ କିଛି ହୋଇପାରିନାହିଁ ତେଣୁ ଜଗନ୍ନାଥ ସାଗରକୁ କେନ୍ଦ୍ର ସରକାରଙ୍କ ଅମୃତ ସରୋବର ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉ ଜଗନ୍ନାଥ ସାଗରରେ ଖର୍ଚ୍ଚ ହୋଇଥିବା ଅର୍ଥର ନୀରପେକ୍ଷ ତଦନ୍ତ କରାଯାଉ ଏହି ଦାବି ଗୁଡ଼ିକୁ ପାଳନ କଲେ  ଜଗନ୍ନାଥ ସାଗରର ସମ୍ପୂର୍ଣ ପୁନଃରୁଦ୍ଧାର ହୋଇପାରିବ ବୋଲି ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି