ଶ୍ୟାମପୁରର ଦୁର୍ଗାପୂଜା କମିଟି , ଝଲସିବ ସୁଦୀର୍ଘ କାଳ୍ପନିକ ତୋରଣ

ଶ୍ୟାମପୁରର ଦୁର୍ଗାପୂଜା କମିଟି , ଝଲସିବ ସୁଦୀର୍ଘ କାଳ୍ପନିକ ତୋରଣ

।। ପ୍ରଭାନ୍ୟୁଜ୍‌।। ଖଣ୍ଡଗିର: ଧରାବତରଣ କରିବୋ ମା’ ଦୁର୍ଗା । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ୟାମପୁର ଦୁର୍ଗପୂଜା କମିଟି । ମାଟି ଅନୁକୂଳ ହେବାପରେ ମା’ଙ୍କ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଜାରି ରିହଛି । ଚଳିତ ବର୍ଷ ଏହି ପୂଜା କମିଟି ଓ ମହାବୀର ବ୍ୟବସାୟୀ ସଂଘ ପକ୍ଷରୁ ଧୁମ୍‌ଧାମ୍‌ରେ ମା’ ଦୁର୍ଗାଙ୍କ ପୂଜା ଉତ୍ସବ ପାଳନ କରାଯିବ । କମିଟି ପକ୍ଷରୁ ହେବାକୁ ଥିବା ଏହି ପୂଜା ଉତ୍ସବ ଚଳିତ ବର୍ଷ ୧୪ ବର୍ଷରେ ପଦାର୍ପଣ କରିଛି । ଏଥିର ଶ୍ୟାମପୁର ଦୁର୍ଗାପୂଜାରେ ଆଖି ଝଲସାଇବ ସୁଉଚ୍ଚ କାଳ୍ପନିକ ତୋରଣ । ଏହି  ତୋରଣ ନିର୍ମାଣରେ ପ୍ରାୟ ୪୦ ଜଣ ବଙ୍ଗୀୟ କାରିଗର ଦିନରାତି କାମରେ ଲାଗିଛନ୍ତି । ପୂଜା କମିଟି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ତୋରଣର ଦୈର୍ଘ୍ୟ ୧୦୦ ଫୁଟ ଓ ଉଚ୍ଚତା ପ୍ରାୟ ୮୦ ଫୁଟ ହେବ । ସେହିଭଳି ୫୦ ଫୁଟ ଉଚ୍ଚର ସୁସଜ୍ଜିତ ଆଲୋକମାଳାର ଏକ ତୋରଣ ପ୍ରସ୍ତୁତ କରାଯାଇଛି । ମା’ଙ୍କ ପ୍ରତିମା ପ୍ରାୟ ୧୫ ଫୁଟ ଓ ମେଢ ୨୦ ଫୁଟ ହେବ । ଭିଡକୁ ଆଖି ଆଗରେ ରଖି ଚୋରି ଓ ଛିନ୍‌ତାଇ ମୁକାବିଲା ପାଇଁ ୧୦ଟି ଚିତ୍ର ଉତ୍ତୋଳନ ଯନ୍ତ୍ର ଲଗାଯିବା ବ୍ୟବସ୍ଥା କରାଯାଇଛି । ଏହା ସହ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରାୟ ୮୦ ଜଣ ସ୍ୱେଚ୍ଛାସେବୀ ସହଯୋଗ କରିବେ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଏହି ମଣ୍ଡପରେ ୬ଷ୍ଠି ତିଥିରୁ କଳସ ଯାତ୍ରା ଓ ବେଲ ବରଣି ପୂଜା ଓ ମହା ସପ୍ତମୀରେ ମା’ଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ । ସେହିଠାରୁ ସାଧାରଣ ଲୋକ ଦର୍ଶନ ଲାଭ କରିପାରିବେ । ସେହିଭଳି ମାହାଷ୍ଟମୀ ଓ ନବମୀରେ ସିନ୍ଧିପୂଜା, ଅପରାଜିତା ପୂଜା ସହ ଅନ୍ୟାନ୍ୟ ସମସ୍ତ ପୂଜା ବିଧି ଅନୁଷ୍ଠିତ ହେବ । ବିଜୟା ଦଶମୀ ଦିନ ମା’ଙ୍କ ପୂଜା ଅନୁଷ୍ଠିତ ହେବ । ସପ୍ତମୀ ଠାରୁ ନବମୀ ୩ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି ।