ଟ୍ରକ ମାଲିକଙ୍କ ଆନ୍ଦୋଳନ ପ୍ରସଙ୍ଗ!, ୧୫ଦିନ ସମୟ  ନେଲା ପ୍ରଶାସନ

 ତାଳଚେର: କୋଇଲା ପରିବହନରେ ବର୍ଦ୍ଧିତ ଭଡା ପାଇବା ନେଇ ତାକଚେରରେ ଚାଲିଥିବା କୋଇଲା ଟ୍ରକ ଚଳାଚଳ ବନ୍ଦ ଆନ୍ଦୋଳନ ନିର୍ଦ୍ଧାରିତ ବୈଠକରେ ଆଲୋଚନା ପରେ ପ୍ରଶାସନର ନିଷ୍ପତି କ୍ରମେ ଏହା ଆସନ୍ତା ୧୫ ଦିନ ପାଇଁ ସ୍ଥଗିତ ରଖାଯାଇଛି  । ବର୍ତ୍ତମାନ ପାଇଁ ସଂଘ ପକ୍ଷରୁ ୨୦୨୧ମସିହାରେ ଧାର୍ଯ୍ୟ କରାଯାଇଥିବା ନିର୍ଦ୍ଧାରିତ ଭଡା ଅନୁଯାୟୀ ଆଗାମୀ ୧୫ଦିନ ପର୍ଯ୍ୟନ୍ତ ସେହି ଦର ଚାଲୁ ରହିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି  । ପୁନଶ୍ଚ ଉପଜିଲ୍ଲାପାଳ ୨୦ରୁ ପଚିଶ ତାରିଖ ମଧ୍ୟରେ ତାଳଚେର ଅଞ୍ଚଳରୁ କୋଇଲା ପରିବହନ କରୁଥୁବା ସମସ୍ତ ପ୍ଲାଣ୍ଟ ଅଧିକାରୀଙ୍କୁ ଡାକି ଆଉ ଏକ ଉଚ୍ଚସ୍ତରୀୟ ବୈଠକ ହୋଇ ବର୍ଦ୍ଧିତ ହୋଇଥବା ୫୦ ଟଙ୍କା ଅଧିକ ଭଡା ଲାଗୁ ହେବା ଉପରେ ନିଷ୍ପତ୍ତି ନିଆଯିବ ବୋଲି ସ୍ଥାନୀୟ ଉପଜିଲ୍ଲାପାଳ ସମୀର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଲୋଚନା ହୋଇ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ସ୍ତାନୀୟ ବିଧାୟକ ବ୍ରଜକିଶୋର ପ୍ରଧାନ, ସାଂସଦଙ୍କ ପ୍ରତିନିଧି ଭାବରେ ଟ୍ରକ ମାଲିକ ସଙ୍ଘର ପୂର୍ବତନ ସଭାପତି ଦିଲୀପ କୁମାର ପାଣି ଉପସ୍ଥିତିରେ ହୋଇଥିଲା ବେଳେ, ଆଗକୁ ୧୫/୧୧/୨୩ରେ ଆପୋଷ ବୁଝାବଣାରେ ଲାଗୁ ହୋଇଥିବା ବର୍ଦ୍ଧିତ ଭଡା ଅନୁଯାୟୀ ଭଡା ଧାର୍ଯ୍ୟ କରାଯିବ ବୋଲି ସଙ୍ଘ ତରଫରୁ କୁହାଯାଇଛି  । ବୈଠକରେ ଆଞ୍ଚଳିକ ଟ୍ରକ ମାଲିକ ସଂଘ, ସଭାପତି ଓ କର୍ମକର୍ତ୍ତା ଗ୍ରାମାଞ୍ଚଳ ଟ୍ରକ ମାଲିକ ସଂଘ କର୍ମକର୍ତ୍ତା ଓ ତାଳଚେର ଟ୍ରକ ମାଲିକ ସଂଘ ସଭାପତି ଅରବିନ୍ଦ ଭୂତିଆ, କାର୍ଯ୍ୟକାରୀ ସଭାପତି ଟୁକୁନା ସ୍ୱାଇଁ, ସମ୍ପାଦକ ରତନ ଶତପଥି, ପରିବହନକାରୀ ସଂସ୍ଥାର ସଭାପତି ଓ କର୍ମକର୍ତ୍ତାଙ୍କ ସମେତ ରାଜ୍ୟର ବିଭିର୍ଣ୍ଣ କୋଇଲା ବ୍ୟବହାର କାରୀ କମ୍ପାନୀର ଅଧିକାରୀମାନେ ଉପଜିଲ୍ଲାପାଳ ଶ୍ରୀମାନ ଜେନାଙ୍କ ଚିଠି କ୍ରମେ ବୈଠକରେ ସାମିଲ ହୋଇ ଆଲୋଚନାରେ ଭାଗ ନେଇଥିଲେ ।