ଅଣସେଚିତ ଜମିରେ ଉଠା ଜଳସେଚନ ପ୍ରକଳ୍ପ
ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ପ୍ରାୟ ୧୭ହଜାର ହେକ୍ଟର ·ଷ ଜମି ରହିଛି । ପ୍ରତ୍ୟେକ ବର୍ଷ ଖରିଫ ଋତୁରେ ପ୍ରାୟତଃ ନିଅଣ୍ଟିଆ ବର୍ଷା କାରଣରୁ ·ଷୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଯଦିଓ ସମସ୍ତ ଜମି କେନାଲ ସେଚିତ ବୋଲି ସରକାରୀ ଦସ୍ତାବିଜରେ ଜଣାଯାଇଛି । କିନ୍ତୁ ପ୍ରକୃତପକ୍ଷେ ଅନେକ କୃଷି କ୍ଷେତ୍ରକୁ କେନାଲ ପାଣି ଯାଇପାରେନାହିଁ । ବିଶେଷ କରି କେନାଲ ଶେଷ ମୁଣ୍ଡରେ ଥିବା ·ଷଜମିର କୃଷକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ତେଣୁ ଉଠା ଜଳସେଚନ ବିଭାଗ ପକ୍ଷରୁ ·ଷୀ ମାନଙ୍କ ପାଇଁ ଚଳିତ ବର୍ଷ ପ୍ରକଳ୍ପ ମାନ ନିର୍ମାଣ କରାଯାଇଛି । ବ୍ଲକ ଅଞ୍ଚଳରେ ବିଜୁ ବିକାଶ ଯୋଜନାରେ ପ୍ରକଳ୍ପ ଗୋଟି ୨୫ଲକ୍ଷ ଟଙ୍କା ବ୍ୟୟ କରାଯାଇ ପ୍ରାୟ ୨୦ରୁ ଅଧିକ ଉଠା ଜଳସେଚନ ପଏଣ୍ଟ ନିର୍ମାଣ କରାଯାଇଛି । ସେହିଭଳି ଷ୍ଟେଟ ପ୍ଲାନରେ ମଧ୍ୟ ୭ଟି ପ୍ରକଳ୍ପ ନିର୍ମାଣ ହୋଇଛି । ଏହାଛଡା କୃଷି ବିଭାଗ ପକ୍ଷରୁ ମଧ୍ୟ କେତେକ ପ୍ରକଳ୍ପ ନିର୍ମାଣ ହୋଇଥିବା ଜଣାଯାଇଛି । ବିଶେଷ କରି ବ୍ଲକ ଅଧୀନ ରହଣିଆ, ରାମଚନ୍ଦ୍ରପୁର, ବାଲିପୋଖରୀ, ରାଜେନ୍ଦ୍ରପୁର, ନିର୍ଗୁଣ୍ଡି ପ୍ରମୁଖ ଅଞ୍ଚଳ ମାନଙ୍କରେ ଉଠା ଜଳସେଚନ ପ୍ରକଳ୍ପ ମାନ ନିର୍ମାଣ ହୋଇଥିବା ଜଣାପଡିଛି ।