ଉଦଘାଟନକୁ ୧୪ବର୍ଷ ବିତିଲା ଖୋଲିଲାନି ପ୍ରାଣୀ ଚିକିତ୍ସାଳୟରୁ ତାଲା 


 ଦାନଗଦୀ,: ଉଦ୍ଘାଟନକୁ ପୁରିଲାଣି ୧୪ ବର୍ଷ । ହେଲେ ଦାନଗଦୀ ବ୍ଲକ ରାଣୀପଡ଼ା ପଞ୍ଚାୟତରେ ଠିଆ ହୋଇଥିବା ପ୍ରାଣୀ ସହାୟକ କେନ୍ଦ୍ରରୁ ତାଲା ଫିଟିପାରୁନି । 
ଏହା ପଛର କାରଣ ସରକାରୀ ଅର୍ଥର ଦୁରୁପଯୋଗ ବୋଲି ଅଭିଯୋଗ ପଞ୍ଚାୟତବାସୀ କରୁଛନ୍ତି । ଖବର ମତେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇଙ୍କ କରକମଳରେ ୨୦୧୦-୧୧ବର୍ଷରେ ପ୍ରାଣୀ ଚିକିତ୍ସାଳୟଟି ଉଦଘାଟିତ ହୋଇଥିଲା । ପାଖରେ ଥିବା ପାଞ୍ଚ ପଂଚାୟତ ବାସୀଙ୍କ ସହ କୋରେଇ ବ୍ଲକର କିଛି ପଞ୍ଚାୟତର ଚାଷୀ, ଗୋ ପାଳକ ଏଥିନେଇ ଖୁସି ହୋଇଥିଲେ । ତାଙ୍କ ପାଖରେ ସରକାରୀ ସୁବିଧା ସୁଯୋଗ ପଶୁ ମାନଙ୍କ ପାଇଁ ଉପଲବ୍ଧ ହେବ ବୋଲି ଧରି ନେଇଥିଲେ । ଦୁର୍ଭାଗ୍ୟର କଥା ଦୀର୍ଘ ୧୪ ବର୍ଷ ବିତିଯାଇଥିଲେ ମଧ୍ୟ୍ ଏହା କୌଣସି ଲକ୍ଷ୍ୟ ସାଧନା ହେଲା ନାହିଁ । ଘର ଓ ବାରଣ୍ଡାରେ ସଞ୍ଜ ନଇଁଲେ ଅସାମାଜିକ ଲୋକଙ୍କର ଭିଡ଼ ହେଉଛି । ଘର ପଛରେ ମଦ ବୋତଲ, ଗୁଟଖା ଜରି, ଗ୍ଲାସ, ପଲିଥିନ ଭର୍ତ୍ତି ହୋଇଛି ।  ଘର ଭିତରେ ଚେୟାର ପଡିଛି, ସବୁ ବ୍ୟବସ୍ତା ହୋଇଛି କିନ୍ତୁ ଫଳ ଶୂନ । କେତେ ସରପଞ୍ଚ ଗଲେଣି କିନ୍ତୁ ଚିକିସôାଳୟରୁ ତାଲା ଖୋଲୁନି । ଆଉ କାହାର କଣ ଦୃଷ୍ଟି ପଡୁନାହିଁ । ଗାଈ ଗୋରୁଙ୍କ କିଛି ଅସୁବିଧା ହେଲେ ପାଖରେ ଥିବା ଡାକ୍ତରକୁ ଫୋନ କଲେ ଆସନ୍ତି ଯାହା ବି ଔଷଧ ଇଞ୍ଜେକ୍ସନ ଦିଅନ୍ତି ଟଙ୍କା ନେଉଥିବା ଅଭିଯୋଗ କରୁଛନ୍ତି ପଂଚାୟତବାସୀ । ବାସ୍ତବରେ ସରକାରଙ୍କ ଯୋଜନା ଗୁଡିକ ଖାଲି ଫଳକମାରି ମନ୍ତ୍ରୀ ଉଦଘାଟନ କରିଦେଇ କାମ ସାରିଦେବାର ଉଦେଶ୍ୟ ପ୍ରାଣୀ ଚିକିସôାଳୟରୁ ତାଲା ନଖୋଲାଯିବା ଘଟଣା ପ୍ରମାଣିତ କରୁଛି । ଏହିପରି ବ୍ଲକର ଆଉ କିଛି ପଞ୍ଚାୟତରେ ଅନୁରୂପ ଭାବେ ପଶୁ ସହାୟକ କେନ୍ଦ୍ର ଗୁଡିକ ଉଦଘାଟନ ପରେ ପରିତ୍ୟକ୍ତ ଅବସ୍ଥାରେ ପଡିଛି ।
 ବାରମ୍ବାର ଅଭିଯୋଗ ପରେ ମଧ୍ୟ ଡାକ୍ତର ନାହାନ୍ତି କି ସପ୍ତାହରେ ଥରେ ପାଖରେ ଥିବା ପଶୁ ଡାକ୍ତର ଖାନାରୁ କେହି ଜଣେ ଆସି ଗାଈ ଗୋରୁଙ୍କୁ ସେବା ଯୋଗାଇ ଦେଉନାହାନ୍ତି । ଏ ବିଷୟରେ ବ୍ଲକ ପଶୁ ଚିକିତ୍ସା ଅଧିକାରୀ କୁହନ୍ତି ଆମର କର୍ମଚାରୀ କମ । ୨୩ ପଞ୍ଚାୟତରେ କିପରି କାମ ହେବ । ଉପରିସ୍ଥ ଅଧିକାରୀଙ୍କୁ ମୁଁ ଜଣାଇଛି, ଡାକ୍ତର ନିଯୁକ୍ତି ହେଲେ ସେ ସବୁ କେନ୍ଦ୍ର ଚାଲିବ । ଦେଖାଯାଉ କେତେ ବର୍ଷ ପରେ ଏହା କାମରେ ଲାଗୁଛି ନା ସରକାର କା ମାଲ ଦରିଆ ମେ ଡାଲ ପରି ଏପରି ଅର୍ଥ ଦୁରୁପଯୋଗ ହୋଇ ପରିତ୍ୟକ୍ତ ହୋଇପଡ଼ୁଛି ।