କର୍ମଜୀବୀ ମହିଳାଙ୍କ ସୁରକ୍ଷା ସଚେତନତା
ଯାଜପୁର ଟାଉନ: ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା ଓ ଦୌରା ଜଜ୍୍ ତଥା ଜିଲ୍ଳା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଡ଼.ଜୀବନଜ୍ୟୋତି ରଥଙ୍କ ନିଦେ୍ର୍ଦଶ ଓ ଅଧ୍ୟକ୍ଷତାରେ ସିଭିଲ କୋର୍ଟରେ କାର୍ଯ୍ୟ କ୍ଷେତ୍ରରେ ମହିଳାମାନଙ୍କୁ ଯୌନ ଉପୀଡ଼ନ ନିଶିଦ୍ଧ, ପ୍ରତିରୋଧ ଏବଂ ନ୍ୟାୟ ପ୍ରଦାନ ଆକ୍ଟ-୨୦୧୩ ସମ୍ବନ୍ଧୀୟ ସଚେତନତା ଶିବିର ଅନୁଷ୍ଟିତ ହୋଇଯାଇଅଛି । ଶିବିରରେ ଜିଲ୍ଳା ଓ ଦୌରା ଜଜ୍, ତଥା ଜିଲ୍ଳା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ମହିଳାମାନଙ୍କୁ କାର୍ଯ୍ୟ କ୍ଷେତ୍ରରେ ସମସ୍ତ ଅଧିକାରୀ ଏବଂ ସଂସ୍ଥା ମୁଖ୍ୟମାନେ ସମ୍ମାନ ପ୍ରଦର୍ଶନ କରିବା ବିଧେୟ ଅଟେ ବୋଲି କହିଥିଲେ । ଉକ୍ତ ଶିବିରରେ ଯାଜପୁର ଅତିରିକ୍ତ ଜିଲ୍ଳାଜଜ୍ ତଥା ସ୍ୱତନ୍ତ୍ର ଅଦାଲତ (ପୋକ୍ସୋ) କୋର୍ଟ ଅଭିଜିତ ପଲେଇ, ଜିଲ୍ଳା ଆଇନ ସେବା ପ୍ରାଧିକରଣ ସଚିବ ଜ୍ୟୋର୍ତିମୟୀ ଦାସ, ଅତିରିକ୍ତ ବରିଷ୍ଟ ଦେୱାନୀ ବିଚାର ପତି ମନସ୍ୱନୀ ରଥ,ଦେୱାନୀ ବିଚାର ପତି ପାରସ ପାଢୀ, ଜେଏମଏସସି ସୁନାରାମ ମାଝି ଯୋଗ ଦେଇ କାର୍ଯ୍ୟ କ୍ଷେତ୍ରରେ ଯୌନ ଉପୀଡ଼ନ ପ୍ରତିରୋଧ, ନିରୋଧ ଏବଂ ସମାଧାନ ଦିଗରେ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ଷେତ୍ରରେ ଅସମ୍ମାନୀତ ଓ କୁସ୍ôିତ କାର୍ଯ୍ୟରେ ଶିକାର ହେଉଥିବା ମହିଳାମାନେ ୨୦୧୩ ଆକ୍ଟ ଅଧିନରେ ସମସ୍ତ ପ୍ରକାର ନ୍ୟାୟ ପାଇପାରିବେ ବୋଲି ସେ ଗୁରୁତ୍ୱରୋ କରାଯାଇଥିଲା । ମହିଳାମାନଙ୍କୁ ଯୌନ ଉପୀଡ଼ନ ନିଶିଦ୍ଧ, ପ୍ରତିରୋଧ ଏବଂ ନ୍ୟାୟ ପ୍ରଦାନ ଆକ୍ଟ-୨୦୧୩ ସମ୍ବନ୍ଧୀୟ ବିଭିନ୍ନ ସଚେତନତା ବାର୍ତା ପ୍ରଦାନ କରିବା ସହ ସମସ୍ତ ଅଧିକାରୀମାନେ କାର୍ଯ୍ୟକ୍ଷେତ୍ରରେ ନିୟୋଜିତ ମହିଳାମାନଙ୍କୁ ଆଇନଗତ ସମସ୍ତ ସମ୍ମାନ ପ୍ରଦର୍ଶନ କରିବା ଦିଗରେ ଗୁରୁତରୋ ମଧ୍ୟ କରାଯାଇଥିଲା । ଜିଲ୍ଳା ଆଇନ ସେବା ପ୍ରାଧିକରଣ, ସଚିବ ଜ୍ୟୋର୍ତିମୟୀ ଦାସ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ କରିବା ସହ କର୍ମଶାଳାର ଉଦେଶ୍ୟ ଓ ଆଭିମୁଖ୍ୟ ଏବଂ ଆକ୍ଟ ସମ୍ବଦ୍ଧରେ ବିସ୍ତୃତ ତଥ୍ୟ ଉପସ୍ଥାନ ପୂର୍ବକ କର୍ମଶାଳାକୁ ସଞ୍ଚାଳନ କରିଥିଲେ ।