କାଳବୈଶାଖୀ ପ୍ରଭାବରେ ବର୍ଷା ଗଛପଡି ଅଟୋ କ୍ଷତିଗ୍ରସ୍ତ, ଚାଳକ ଆହତ 

ହିଞ୍ଜିିଳିକାଟୁ : ଗତ ୨ ମାସ ଧରି ଗ୍ରୀଷ୍ମର ପ୍ରକୋପରେ ଅଞ୍ଚଳବାସୀ ଆଉଟୁପାଉଟୁ ହେଉଥିଲେ । ସପ୍ତାହେ ଧରି ସ୍ଥାନୀୟ ଅଞ୍ଚଳର ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିଥିଲା । ଏନେଇ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହୋଇ ଆସୁଥିଲେ । ରବିବାର ଅପରାହ୍ନରେ ଗରମରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଅପରାହ୍ନରେ କାଳବୈଶାଖୀ ଫଳରେ ବର୍ଷା ସାଙ୍ଗକୁ ପବନ ବୋହିଥିଲା । ପବନ ହେବା ଫଳରେ ହିିଞ୍ଜିଳିକାଟୁ ବ୍ଳକ ବୁରୁପୋଡା ଓ ଶ୍ୟାମଳାଇ ଛକ ମଧ୍ୟବର୍ତ୍ତୀ ରାସ୍ତାରେ ଏକ ଗଛ ରାସ୍ତା ଉପରେ ପଡି ଯାଇଥିଲା । ସେହି ସମୟରେ ଶେରଗଡ଼ ଠାରୁ ହିିଞ୍ଜିଳିକାଟୁ ଅଭିମୁଖେ ଆସୁଥିବା ଏକ ଯାତ୍ରୀବାହୀ ଅଟୋ (ଓଆର ୦୭ ଆର ୩୨୬୯) ଉପରେ ଗଛଟି ପଡ଼ିଯାଇଥିବାରୁ ଅଟୋଟି କ୍ଷତିଗ୍ରସ୍ତ ହେବା ସହ ·ଳକ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଆହତ ·ଳକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିିିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ରାସ୍ତା ଉପରେ ଗଛଟି ପଡି ରହିଥିବାରୁ କିଛି ସମୟ ପାଇଁ ଯାନାବାହାନ ଚଳାଚଳ ବନ୍ଦ ରହିଥିଲା ।