କେ ନୁହେଁ ସାହା ବିପ୍ରବର
କୁହେଳିକାର କୁହୁଡି ପହଁରି ଜ୍ଞାନିର ଚରମ ଶିର୍ଷରେ ନିଜକୁ ଅବସ୍ଥାପିତ କରୁଥିବା ସାଧାରଣ ମଣିଷଙ୍କ ବକ୍ତବ୍ୟ ଗୁଡିକ ଏକ ଭିନ୍ନ ରୁଚି ଦେଉଥିବା ବେଳେ ·ଟୁକାରିତାର ଅନ୍ତରାଳେ ନିଜକୁ ଜଣେ ଦକ୍ଷ ମଣିଷର ପରିଚିତି ସୃଷ୍ଟି କରୁଥିବା ମଣିଷଙ୍କ ଭାବାବେଗର ସମୀକ୍ଷା କରିବା ଅତ୍ୟନ୍ତ ଜଟିଳ ! ଉପସ୍ଥିତ ସମୟରେ ଯାହାସବୁ ସାମାଜିକ ପ୍ରେରଣା ଦିଆଯାଉ ଅଛି ତଥା ବିଭିନ୍ନ ସ୍ତର, କ୍ଷେତ୍ରକୁ ନେଇ ଭିନ୍ନ ଭିନ୍ନ ବିଷୟ ଆଧାରିତ ସାମାଜିକ ପ୍ରଗତିର କୁହେଳିକା ସୃଷ୍ଟି କରାଯାଉଅଛି ସେଗୁଡିକ ମଧ୍ୟରେ ୧ ପ୍ରତିଶତ ମଧ୍ୟ ପ୍ରଗତିର ଉତ୍ସ ନୁହେଁ ବୋଲି ବୁଝନ୍ତି କେତେକ, କି’ନ୍ତୁ ଅଧିକାଂଶ ସେସବୁ ବିଷୟରେ ଅଜ୍ଞ । ଅଧିକନ୍ତୁ ନିର୍ବୋଧ ଭାବୁଛନ୍ତି ସତେ ଯେମିତି ଆକାଶ ମାର୍ଗରୁ ଦେବଦୂତ ସମୂହ ଉପସ୍ଥିତ ରହି ପ୍ରଚଳନ କରୁଛନ୍ତି ଆମ ସମାଜକୁ । କେବେ କେଉଁ ସମୟରେ ଦେବଦୂତ ସାଜି ଧରାବତରଣ କରିଥିବା ଶାସକ ରାଜାଙ୍କ କାହାଣୀ ଏବଂ ଉପସ୍ଥିତ ସମୟର ଶାସକଙ୍କ କୁହେଳିକା, ପ୍ର·ର, ପ୍ରସାର ମଧ୍ୟରେ ପ୍ରଭେଦକୁ ଭେଦ କରିବା ଜ୍ଞାନ ବିହୀନ ମଣିଷଙ୍କ ସ୍ଥିତି ଯାହା ଅକଥନୀୟ । ମାଗଣା ଖାଇବା, ଅଧିକ ପାଇବା ଆଶା ଏକ ଜଡମାନସ, ଅକର୍ମଣ୍ୟର ଚେତନା ଯାହା ଆଜିର ସାମାଜିକ ଶିକ୍ଷାରେ ଜଡିତ ଏକ ବ୍ୟାପକ ମାନବିକ ଅଧିକାର ବୋଲି ଭାବନା ଗ୍ରାସ କରିଛି ସମସ୍ତଙ୍କୁ । ଏହି ପ୍ରେରଣା ଦେଉଥିବା ମଣିଷଟି ମଧ୍ୟ ସେହି ଜଡ଼ମାନସ, ଅକର୍ମଣ୍ୟ ଅଜ୍ଞାନ ଚତୁରଟିଏ ବୋଲି ବୁଝି ନାହାନ୍ତି ସାଧାରଣ ନିର୍ବୋଧ । ମାନବଧର୍ମ ବହିର୍ଭୁତ ସାମାଜିକ ଶୀର୍ଷକ୍ଷେତ୍ର ଜଡିତ ମଣିଷ ଗୁଡିକୁ ଅନୁକରଣ କରି ସେମାନଙ୍କ ସହିତ ନିଜକୁ ସମାନ୍ତରାଳ କରି ·ଲିଥିବା ସାଧାରଣ ନିର୍ବୋଧଙ୍କ ବିଷୟ ଭାବିଲେ ସେହି ଜଡ ମାନସିକତାର ପରିସରଭୁକ୍ତ ହୋଇଯାଉଛି ଆମର ଚେତନା ଜ୍ଞାନ ।
ଆମ ଦେଶରେ ଅନେକ ସମ୍ପ୍ରଦାୟ, ବିଭିନ୍ନ ଦଳ, କେତେ ସଂଗଠନ, ଅନୁଷ୍ଠାନ, ମାଳ ମାଳ ପ୍ରତିଷ୍ଠାନ, ଜାତି, ଧର୍ମ, ବର୍ଣ୍ଣ ଇତ୍ୟାଦିର ସୀମା ନାହିଁ ! ଆମେ ସମସ୍ତେ କିଏ କେଉଁ ଗୋଷ୍ଠିଗତ ଆନୁଗତ୍ୟ ସ୍ୱୀକାର କରି ମଧ୍ୟ ଏକକ ରାଷ୍ଟ୍ରର ସଭ୍ୟ ସଦସ୍ୟ ଭାବେ ନିଜର ପରିଚୟ ଦେଇ ଆସୁଅଛୁ । ଏହି ଏକକ ରାଷ୍ଟ୍ର ମଧ୍ୟରେ ବିଭିନ୍ନତା ସୃଷ୍ଟି ହେବା ପଛରେ ରହିଥିବା ରହସ୍ୟର କାରଣ ଖୋଜି ନାହାନ୍ତି କେହି, କେବେ । ବିଭିନ୍ନତାବାଦର କଳା ଫର୍ଦ୍ଧ ମଧ୍ୟରେ କେତେଯେ କେଳେଙ୍କାରୀ କାରନାମା, ସେଗୁଡିକୁ ବୁଝିବା କେବଳ କଷ୍ଟ ନୁହେଁ ବରଂ ଅସମ୍ଭବ କହିଲେ ଅତ୍ୟୁକ୍ତି ହେବନାହିଁ । ହେଲେ ସାଧାରଣ ନିର୍ବୋଧ ମଣିଷ ଗୁଡିକ କାହିଁକି ଅବା ବୁଝିବାକୁ ପାଇବେ ଯେ ସେହି ବିଭିନ୍ନତା ମଧ୍ୟରେ ରହିଥିବା ରହସ୍ୟ ଗୁଡିକ କ’ଣ ? ତେଣୁ ପ୍ରତ୍ୟେକ ଗୋଷ୍ଠୀର ମୁଖିଆ ମାନେ ସମସ୍ତେ ଗୋଟିଏ ବାଟର ବାଟୋଇ ହୋଇ ନିଜ ନିଜ ମଧ୍ୟରେ ବୁଝାମଣା ସମ୍ବନ୍ଧ ରଖି ନିରୀହ ଜନସାଧାରଣଙ୍କୁ କେବଳ ନିଷ୍ପେସିତ, ପ୍ରତାରିତ କରି ନିଜସ୍ୱ ସ୍ୱାର୍ଥ ହାସଲ ଦିଗରେ ଲାଗିପଡ଼ି ଥା’ନ୍ତି ସବୁ ସମୟରେ । ଅତ୍ୟନ୍ତ ହୀନ ମାନ୍ୟତାର ସହିତ ସାଧାରଣ ଲୋକଙ୍କୁ କିଛି ଭୁଆଁବୁଲା କଥା କହି କେବଳ ଭବିଷ୍ୟତ ଉଜ୍ଜଳର ନାରା ଦେଇ ·ଲିଛନ୍ତି ବର୍ଷ ବର୍ଷ ଧରି ଯାହାର ଅନ୍ତ କେଉଁଠି କେହି ଜାଣି ନାହାନ୍ତି । ସବୁବେଳେ ଆଶାୟୀ ହୋଇ ରହିଥିବା ସାଧାରଣ ଜନମାନସ, କ୍ଷଣ କ୍ଷଣ ଅପେକ୍ଷାରତ ଅବସ୍ଥାରେ ରହିଛନ୍ତି ଯେ ଆମର ଭଲଦିନ ଆସିବ କେବେ, ଆଉ ଆମେ ବିକଶିତ ହେବୁ କେବେ ?! ଏହି ମର୍ମରେ କେବଳ ବର୍ଷ ନୁହେଁ ବରଂ ଦଶନ୍ଧି ଦଶନ୍ଧି ଧରି ସମୟ ସାପେକ୍ଷ ପ୍ରବଚନ ଦେଇ ପ୍ରତାରିତ କରିଥା’ନ୍ତି ସେମାନେ ପିଢ଼ି କୁ ପିଢ଼ି । ତଥାପି ଚେତନା ଜ୍ଞାନ ଉଦୟ ହୋଇ ପାରୁନାହିଁ ଆମର ଯେ ଆମେ ଆଉ ବୁଝିବା କେବେ ସେମାନଙ୍କ ଷଡ଼ଯନ୍ତ୍ରର ରହସ୍ୟ ?!!
କେତେବେଳେ ଜାତିପ୍ରଥା, କେତେବେଳେ ମହାମାରୀ, କେତେବେଳେ ସାମ୍ପ୍ରଦାୟିକ ହିଂସାତ୍ମକ ଭାବଧାରା ତ ଆଉ କେତେବେଳେ ନିଶାକୁ ବ୍ୟାପକ କରି ପେସାକୁ ବିକ୍ଷିପ୍ତ କରିବା ଭଳି ସାମାଜିକ ବିଭୀଷିକା ମଧ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି କ୍ଷେତ୍ର ଗୁଡିକର ଯଥେଷ୍ଟ ଅବନତି କରି ସାଧାରଣ ଲୋକଙ୍କ ଉପାର୍ଜନକୁ ନିଜ କରାୟତ୍ତ କରିବା ତଥା ରାଷ୍ଟ୍ରୀୟ ସାମୂହିକ ସମ୍ପତ୍ତିକୁ ନିଜସ୍ୱ ଇଛାଧୀନ ଭାବେ ପରି·ଳିତ କରିବା ତ ଆଉ କେତେବେଳେ ସେଗୁଡିକୁ ବ୍ୟକ୍ତିଗତ ସ୍ତରକୁ ହସ୍ତାନ୍ତରିତ କରି ସ୍ୱାର୍ଥ ହାସଲ କରି ଆସୁଥିବା ମଣିଷ ମାନଙ୍କୁ ବିଶ୍ୱାସର ଏକ କୋମଳମତି ଭାବ ମଧ୍ୟରେ ରଖି ଅନୁମାନ କରି·ଲିଛୁ ଆମେ ଯେ କେଉଁଦିନ ନିଶ୍ଚିତ ଏକ ବିକଶିତ ରାଷ୍ଟ୍ରର ମାନ୍ୟତା ପାଇବୁ । ରାତ୍ରି ଶୟନରେ ସ୍ୱପ୍ନ ଆସିଥାଏ ଆପେ କେତେକ ବିଷୟର ଭାବକୁ ନେଇ ତ କେତେବେଳେ ଅଭାବେ ମଧ୍ୟ ! କି’ନ୍ତୁ ଏହି ଦିବା ସ୍ୱପ୍ନ ଯେ ଆମ ପାଇଁ ଦିନକୁ ଦିନ କଠୋର ପରିସ୍ଥିତି ସୃଷ୍ଟି କରି ·ଲିଛି ସେକଥା ବର୍ତ୍ତମାନ ପଶୁନାହିଁ କାହା ମନରେ କି ଜ୍ଞାନରେ । କାରଣ କେଳେଙ୍କାରୀ ଷଡ଼ଯନ୍ତ୍ରକାରୀ ଏତେ ଉଲା ନୁହନ୍ତି ଯେ ସହଜରେ ଲୋକଙ୍କୁ ସେସବୁ ଭାବିବା ପାଇଁ ସମୟ ଦେବେ । ତେଣୁ କ’ଣ କଲେ ସମସ୍ତଙ୍କୁ ଅସ୍ଥିର ମସ୍ତିଷ୍କ କରି ରଖିହେବ ଏବଂ କିଂଚିତ ସମୟସାପେକ୍ଷ ସୁଖଦାୟୀ ବ୍ୟବସ୍ଥା କରିହେବ ସେଗୁଡିକୁ ନେଇ ବ୍ୟାପକ କୋଳାହଳ ସୃଷ୍ଟି କରି ମସ୍ତିଷ୍କ ବିଚଳନ କରାଯାଉଥିବା ବିଷୟ ମଧ୍ୟ ଜାଣୁନାହାନ୍ତି କେହି । ସେଗୁଡିକୁ ମଧ୍ୟ ବିକାଶର ଏକ ମାଧ୍ୟମ ବୋଲି ବି·ରୁଛନ୍ତି ସମସ୍ତେ ଯାହା ଧୂଆଁବାଣ କେବଳ । ଏ ପ୍ରଚଣ୍ଡ ଅସାମଞ୍ଜସ୍ୟ କୁହେଳିକା ତଥା ଅଜ୍ଞାନ ଜଡ଼ ମାନସର ପ୍ରତାରଣାପୂର୍ଣ୍ଣ ବାର୍ତ୍ତା ଗୁଡିକୁ ନିଃସନ୍ଦେହରେ ପ୍ରତ୍ୟାଖ୍ୟାନ କରି ଥରେ ଦେଖିଲେ ଜାଣିପାରିବା ଯେ ସତ୍ୟର ପଥ କେଉଁ ଦିଗରେ ଆଉ ଆମେ କେମିତି ମିଥ୍ୟାଗ୍ରାହୀ, ମିଥ୍ୟ·ରୀଙ୍କ ଭଳି ପ୍ରତାରିତ ହୋଇ·ଲିଛେ ମିଥ୍ୟାବାଦୀଙ୍କ ବିପଦମୁଖୀ ପଥ ଅନୁସରଣ କରି । ଆମେ ଭାବୁଛେ କେବଳ ସେମାନଙ୍କ ପ୍ରରୋଚନା କାରଣରୁ ଯାହାସବୁ ହେବ ବୋଲି ସେସବୁ କେବଳ ପାଣିରେ ଗାର ସଦୃଶ୍ୟ ଛଡା କୌଣସି ବାସ୍ତବତା ନାହିଁ ସେମାନଙ୍କ ବକ୍ତବ୍ୟରେ ।
ବିଭିନ୍ନ ଗୋଷ୍ଠୀ, ସମ୍ପ୍ରଦାୟ ତଥା ଦଳଗତ ବି·ର ମଧ୍ୟରେ କେତେଯେ ରହସ୍ୟମୟ କାରୁକାର୍ଯ୍ୟ ରହିଥାଏ, ସାଧାରଣ ସ୍ତରରେ ରହିଥିବା ମଣିଷଙ୍କୁ ସେଗୁଡିକ ଆଦୌ ଅନ୍ତରଣୀୟ ହେବା ସମ୍ଭାବନା ନାହିଁ । ଏଠାରେ ଗୋଟିଏ ଉଦାହରଣ ଦେଇ କହିବାକୁ ·ହେଁ ଯେ ଗୋଟିଏ ଗୋଷ୍ଠୀ ମଧ୍ୟରେ ରହିଥିବା ମଣିଷଙ୍କ ଭାବଧାରା ଗୁଡିକ ମଧ୍ୟରୁ କାହା ମନରେ କିଭଳି ବି·ର ଆସିଥାଏ ଏବଂ ସେଗୁଡିକୁ ନେଇ କେମିତି ·ଲିଥାଏ ସେମାନଙ୍କ ସମ୍ପ୍ରଦାୟ ! ଆଉ ଅଜ୍ଞାନ ନିର୍ବୋଧ ମାନଙ୍କୁ ତା ମଧ୍ୟରେ କେମିତି ନିଷ୍ପେସିତ କରି ରଖି ଚଳାଇଥା’ନ୍ତି ସେମାନଙ୍କ ଗୋଷ୍ଠୀ ତାହାର ଏକ ନମୁନା ପରୀକ୍ଷା କରିବା ।
ପଙ୍କଜ କୁମାର ପାଣିଗ୍ରାହୀ
ମୋ: ୯୪୩୭୩୨୪୯୧୭