ଗରିବ ପେଟରେ ଲାତ ମାରୁଛି ଆଳୁ
ବ୍ରହ୍ମବରଦା : ପରିବା ଭିତରେ ରାଜା ହେଉଛି ଆଳୁ । ଗରିବ ଖଟିଖିଆଙ୍କ ପ୍ରାଣ ହେଉଛି ଆଳୁ । କିନ୍ତୁ ଏହି ଆଳୁ ଏବେ ଗରିବ, ମୂଲିଆ ମଜୁରିଆଙ୍କ ତରକାରୀରୁ ଉଭାନ ହେବାକୁ ବସିଲାଣି । ଯାହାର ପ୍ରମୁଖ କାରଣ ହେଉଛି ଆଳୁ ଦରଦାମରେ ଅହେତୁକ ବୃଦ୍ଧି । କହିବାକୁ ଗଲେ ବୈଶାଖ ମାସରେ ଆଳୁ ବସ୍ଥାରେ ନିଆଁ ଲାଗିଛି । ଯାହାଫଳରେ କି ଗରିବ ଖଟିଖିଆ ହନ୍ତସନ୍ତ ହେଉଛନ୍ତି । ତେଣୁ ମୋଟାମୋଟି ଭାବେ କହିବାକୁ ଗଲେ ଗରିବ ପେଟରେ ଲାତ ମାରୁଛି ଆଳୁ । ତେଲ, ଡାଲି, ଅଦା, ରସୁଣ, ପିଆଜ ପରେ ଆଳୁର ମାତ୍ରାଧିକ ଖାଉଟି ଦର ବୃଦ୍ଧି ଯୋଗୁ ହଇରାଣ ହରକତ ହେଉଛନ୍ତି ଖାଉଟି । ଦେଖିବାକୁ ଗଲେ ଗତ କିଛି ଦିନ ଭିତରେ ଆଳୁର ଖାଉଟିଦର ଦେଢଗୁଣା ବୃଦ୍ଧି ପାଇଛି । ଆଳୁ କେଜି ପିଛା ୨୮ରୁ ୩୦ଟଙ୍କାରେ ବିକ୍ରି ହେଉଛି । ୧୫ ଦିନ ତଳେ ଆଳୁ କିଗ୍ରା ପିଛା ୨୦ ଟଙ୍କାରେ ବିକ୍ରି କରାଯାଉଥିଲା । କିନ୍ତୁ ବର୍ତ୍ତବାନ ଏହା ଅହେତୁକ ବୃଦ୍ଧି ଯୋଗୁଁ ଗରିବ ଖଟିଖିଆ ଲୋକେ ଆବଶ୍ୟକ ଠାରୁ କମ ପରିମାଣର ଆଳୁ କିଣି ବ୍ୟବହାର କରୁଥିବା ଦେଖାଯାଉଛି । ତା ସହିତ ଆଳୁ ରୋଷେଇ ଘରର ଏକ ଅତ୍ୟାବଶ୍ୟକୀୟ ଖାଦ୍ୟ ପଦାର୍ଥ ହୋଇଥିବାରୁ ଗରିବ ଓ ମଧ୍ୟବିତ ପରିବାର ମୁଣ୍ଡ ଉପରେ ଚଡକ ପଡିଛି । ଏହି କ୍ରମରେ ଦେଖିବାକୁ ଗଲେ ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ ଅର୍ନ୍ତଗତ ବ୍ରହ୍ମବରଦା ପଞ୍ଚାୟତରେ ଅନୁଷ୍ଠିତ ହେଉଥିବା ସପ୍ତାହିକ ହାଟରେ ଆଳୁ କେଜି ପିଛା ୨୮ ରୁ ୩୦ଟଙ୍କା ବିକ୍ରି କରାଯାଉଛି । ଏହି ଆଳୁର ବର୍ଦ୍ଧିତ ଦର ପ୍ରମୁଖ କାରଣ ନେଇ ଆମ୍ଭେ ବ୍ରହ୍ମବରଦା ଅଞ୍ଚଳର ବିଶିଷ୍ଟ ଆଳୁ ବ୍ୟବସାୟୀ ଶ୍ରୀ ଅରୁଣ ବେହେରାଙ୍କୁ ପଚାରିବାରୁ ସେ କହିଥିଲେକି ଚଳିତ ବର୍ଷ ରାଜ୍ୟରେ ଆଳୁ ଉତ୍ପାଦନରେ ଅହେତୁକ ହ୍ରାସ ସାଙ୍ଗକୁ ରାଜ୍ୟରେ ଥିବା ଶୀତଳ ଭଣ୍ଡାର ରକ୍ଷଣା ବେକ୍ଷଣ ଅଭାବ ସହ ଅତ୍ୟଧିକ ଗରମ ହେତୁ ଆଳୁ ଷ୍ଟୋରରୁ ଆଳୁ ବଜାରକୁ ଆସିପାରୁନାହିଁ ଯାହା ଫଳରେ ଆଳୁର ଦରଦାମ ବୃଦ୍ଧି ଘଟୁଛି । ଏଥିରୁ ସୂଚୀତ ହେଉଛିକି ରାଜ୍ୟ ସରକାରଙ୍କ ୩୦ ଏପ୍ରିଲ ୨୦୧୫ ମସିହାରେ ହୋଇଥିବା ଆଳୁ ମିଶନ ଫେଲ ମାରିଛି । ରାଜ୍ୟ ସରକାର ୨୦୧୫-୧୬ରେ ୩୫ ଗୋଟି ଶୀତଳ ଭଣ୍ଡାର, ୧୬-୧୭ରେ ୪୫ ଗୋଟି ଓ ୧୭-୧୮-ରେ ୩୨ ଗୋଟି ଆଲୁ ପାଇଁ ଶିତଳ ଭଣ୍ଡାର ନିର୍ମାଣ ପାଇଁ ଲକ୍ଷ ରଖା ଯାଇଥିଲା । କିନ୍ତୁ ଆଳୁ ମିଶନ ପୂର୍ବରୁ ରାଜ୍ୟରେ ମାତ୍ର ୨୭ ଗୋଟି ଶିତଳ ଭଣ୍ଡାର ଥିଲା । ଯାହାର ସଂରକ୍ଷଣ କ୍ଷମତା ୧ଲକ୍ଷ ୩୨ହଜାର ମେଟ୍ରିକ ଟନ୍ ଥିଲା । ଏହି କ୍ରମରେ ଦେଖିବାକୁ ଗଲେ ଆଳୁ ଉତ୍ପାଦନ ରାଜ୍ୟରେ ୨୦୧୫-୧୬ରେ ୩.୦୨ ଲକ୍ଷ ମେଟ୍ରିକ ଟନ୍ , ୧୭-୧୮ରେ ୨.୯୮ଲକ୍ଷ ମେଟ୍ରିକ ଟନ୍ , ୧୮-୧୯ରେ ୨.୯୦ଲକ୍ଷ ମେଟ୍ରିକ ଟନ୍, ୧୯-୨୦ରେ ୨.୯୪ଲକ୍ଷ ମେଟ୍ରିକ ଟନ୍ ଏବଂ ୨୦-୨୧ରେ ୩.୦୯ ଲକ୍ଷ ମେଟ୍ରିକ ଟନ୍ ଆଳୁ ଉତ୍ପାଦନ ହୋଇଛି । ରାଜ୍ୟରେ ଶିତଳ ଭଣ୍ଡାରର ଅଭାବ ହେଉ କି ନିମ୍ନ ମାନର ଆଳୁ ବିହନ ଯୋଗାଣ ହେଉ କିମ୍ବା ଆଳୁ ଚାଷୀଙ୍କୁ ପ୍ରେତ୍ସାହନ ଅଭାବ ଆଳୁ ଦରର ମୁଖ୍ୟ ପ୍ରମୁଖ କାରଣ ଅଟେ । ତା ସହିତ ଆମ ରାଜ୍ୟ ଆଳୁ ପାଇଁ ପଶ୍ଚିମବଙ୍ଗ ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭର କରୁଥିବାରୁ ତାର ମନ ମତାଣିଆ ନୀତି ମଧ୍ୟ ଆଳୁ ଦରଦାମ ବୃଦ୍ଧିର ଅନ୍ୟତମ ପ୍ରମୁଖ କାରଣ । ତେଣୁ ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଖାଉଟୀ ମହଲରୁ ଦାବି ହେଉଛି ।