ଗୁଣାତ୍ମକ ସାହିତ୍ୟ ଓ ଗୁଣଗ୍ରାହୀ ପ୍ରକାଶକ 


ଆଜିର ଇଣ୍ଟରନେଟ୍ ଯୁଗରେ ଗୁଣାତ୍ମକ ସାହିତ୍ୟ, ଗୁଣଗ୍ରାହୀ ପ୍ରକାଶକ ତଥା ଓଡିଆ ଭାଷାର ପାଠକଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ଇଂରେଜ ପ୍ରୀତି ଦ୍ରୁତ ଗତିରେ ବଢିବା ସହ ଇଂରାଜୀ ମାଧ୍ୟମ ସ୍କୁଲ ଛତୁ ଫୁଟିଲାପରି ଫୁଟି ଉଠୁଛି । ଓଡିଆ ମାଧ୍ୟମରେ ପିଲାଙ୍କ ଉପସ୍ଥାନ ଅତି ନଗଣ୍ୟ । ବର୍ଷକୁ ଲକ୍ଷାଧିକ ଟଙ୍କା ଫିସ୍ ଭରଣା କରି ଇଂଲିଶ୍ ମାଧ୍ୟମ ସ୍କୁଲରେ ଅଭିଭାବକମାନେ ନିଜର ପିଲାମାନଙ୍କୁ ପଢାଉଛନ୍ତି । ଓଡିଆ ପାଠକ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି, ମାତ୍ର ସବୁମାସରେ ଅନେକ ଗଳ୍ପ ଓ କବିତା ବହିର ଲୋକାର୍ପଣ ବୈଦୁ୍ୟତିକ ଗଣମାଧ୍ୟମରେ ଦେଖିବାକୁ ମିଳୁଛି । ଯଦି ପରିସଂଖ୍ୟାନ ନିଆଯାଏ, ତେବେ ବାର୍ଷିକ ୭୦୦୦ରୁ ୮୦୦୦ବହିର ଲୋକାର୍ପଣ ହେଉଛି । ଦିନେ ଏପରି ସ୍ୱର୍ଗତଃ ବରେନ୍ଦ୍ର କୃଷ୍ଣ ଧଳ ବରୀଭାଇନାଙ୍କ ସହ ବାର୍ତ୍ତାଳାପ ସମୟରେ ସେ ମୋର ଗୋଟିଏ ପ୍ରଶ୍ନର ଉତ୍ତରରେ କହିଥିଲେ, ଭୁବନେଶ୍ୱର ପୁସ୍ତକମେଳା ଉଦେ୍ଦଶ୍ୟରେ ହାରାହାରି ୪୦୦୦ ବହି ପ୍ରକାଶିତ ହୋଇଥାଏ । ମାତ୍ର ଏହି ଲୋକାର୍ପଣରେ ପ୍ରକାଶିତ ୯୫ଭାଗ ପୁସ୍ତକ ଲବ୍ଧ ପ୍ରତିଷ୍ଠିତ ଲେଖକମାନଙ୍କର ନୁହେଁ । ଏଥିରେ ଅନେକ ଲେଖକ ସେମାନଙ୍କ ହାତରୁ ପଇସା ଖର୍ଚ୍ଚ କରି କେଉଁ ଅନାମଧ୍ୟେୟ ପ୍ରକାଶକଙ୍କ ବ୍ୟାନରରେ ଛପାଇଥାନ୍ତି, ବଡ ଆଶ୍ଚର୍ଯ୍ୟର କଥା ଏହା ଯେ, କେତେକ ବ୍ୟକ୍ତି ବିଶେଷ ଯାହାଙ୍କର ସାହିତ୍ୟରେ ‘ସ’ ଅକ୍ଷର ଧାରଣା ନାହିଁ, ସେମାନେ ଗୋଟେ ଗୋଟେ ପ୍ରକାଶନ ସଂସ୍ଥା ଗଢି ଲେଖକମାନଙ୍କଠାରୁ ଟଙ୍କାନେଇ ବହି ଛପାଇଥାନ୍ତି । ଛାପାଖର୍ଚ୍ଚ ବାଦେ ସେମାନେ ଅଧିକ ଅର୍ଥ ଲେଖକଙ୍କଠାରୁ ଆଣିଥାନ୍ତି । ସେମାନଙ୍କର ତ ଦୋକାନ ନାହିଁ । ଦୈବାତ୍ ଯଦି କାହା ବହି ରାଜା ରାମ ମୋହନ ଲାଇବ୍ରେରୀ ପାଇଁ ଚୟନ ହୁଏ, ତେବେ ଲାଭ କଚେ ପୁଅ ବାର ।
    ଗୁଣାତ୍ମକ ସାହିତ୍ୟ ଦାମ୍ ଅନୁସାରେ ନ ହେଉ ମାତ୍ର ଗୁଣ ଅନୁସାରେ ମୂଲ୍ୟବାନ । ଗୁଣ ବିହୀନ ସାହିତ୍ୟକୁ ପାଠକ ଶସ୍ତା ନ କହି ଆଉ କ’ଣ କହିବେ? ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ମୋତେ ପ୍ରାୟ ମୋର “ମାର୍ଗଦର୍ଶୀ” କାଗଜ ପ୍ରକାଶନ ସମୟରେ ଜଣେ ଶସ୍ତା ସାହିତ୍ୟିକ ବା ଲେଖକ କହିଥିଲେ, ଆଜ୍ଞା! ଲବ୍ଧ ପ୍ରତିଷ୍ଠିତ ଲେଖକ ଗୋପୀନାଥ ମହାନ୍ତିଙ୍କ ଉପନ୍ୟାସ ବହି ଦୋକାନରେ ଥୁଆ ହୋଇ ରହୁଛି, ମାତ୍ର ମୋର ଉପନ୍ୟାସ ବର୍ଷକରେ ହଜାରଠୁ ଅଧିକ ବିକ୍ରି ହେଉଛି ।  ମୋତେ ବି ଆଚମ୍ବିତ ଲାଗିଲା । ୧୩୦ ଟଙ୍କା ଦେଇ ଉପନ୍ୟାସଟି ଆଣିଲି, ଯେତେବେଳେ ପଢିବାକୁ ଆରମ୍ଭ କଲି, ସେତେବେଳେ ପ୍ରଥମ ବିଷୟରୁ ପ୍ରଳମ୍ବ ଅଶୁଦ୍ଧି । ସେଥିରେ ବର୍ଣ୍ଣିତ ବିଷୟବସ୍ତୁର ନା ଧାଡି ଅଛି ନା ନାଡି । କେବଳ ଶସ୍ତା ଲୋକପ୍ରିୟତାର ବିଷୟବସ୍ତୁରେ ଭର୍ତ୍ତି ।  ମୁଁ ତାଙ୍କୁ କହିଲି, ମହାଶୟ! ଆପଣ ନିଜକୁ ଗୋପୀନାଥ ମହାନ୍ତିଙ୍କଠୁ ଶ୍ରେୟ ମନେ କରୁଛନ୍ତି, ମାତ୍ର ଆପଣଙ୍କ ଉପନ୍ୟାସ ପଢି ଦେଶର ଭବିଷ୍ୟ ପିଢିଙ୍କର ଅଧୋଗତି ହେବ । ବର୍ତ୍ତମାନ ସତ କହିବାକୁ ଗଲେ, ଆଜିର ସାହିତ୍ୟ କେବଳ ଅର୍ବାଚୀନ, ମନ୍ଦ, ଯଶ ପ୍ରାର୍ଥୀ ଓ ବିଜ୍ଞାପନ ସର୍ବସ୍ୱ ଲେଖକ ଆମ ସାହିତ୍ୟକୁ ଶସ୍ତା କରିଦେଉଛନ୍ତି, ଯାହାଫଳରେ ସୁଧୀ ପାଠକମାନଙ୍କର ପଠନ ରୁଚି କମିଯାଉଛି । ଏହି ପ୍ରସଙ୍ଗରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ମନୋଜ ଦାସଙ୍କ ପ୍ରବନ୍ଧ ସ୍ମରଣୀୟ । ସେ ଥରେ ଶତାୟୁ, ଗତାୟୁ ସାହିତି୍ୟକ, ରାଜନେତା ନିତ୍ୟାନନ୍ଦ ମହାପାତ୍ରଙ୍କ ସମ୍ବର୍ଦ୍ଧନା ଉସôବରେ କହିଥିଲେ- “ଆମ ସାହିତି୍ୟକମାନେ ସାହିତ୍ୟର ଶତ୍ରୁ” । ପରେ ପରେ ବିଭିନ୍ନ ଖବର କାଗଜରେ ତାଙ୍କର ପ୍ରଦତ୍ତ ଭାଷଣ ଏଇ ଶୀର୍ଷକରେ ପ୍ରକାଶିତ ହୋଇଥିଲା । 
    ଆଜିର ଆଧୁନିକ ଯୁଗରେ ଆଲବମ୍ ଗୀତ, ନାଚ, ନଗ୍ନତା, ଦ୍ୱିଅର୍ଥବୋଧକ  ଗୀତ, ସବୁ ସଙ୍ଗୀତର, ନୃତ୍ୟର, ସଂସ୍କୃତିର ଓ ସାହିତ୍ୟର ମୂଲ୍ୟ କମାଇ ଦେଉଛି । ସେହିପରି ମୂଲ୍ୟହୀନ ସାହିତ୍ୟ ବହି ସାହିତ୍ୟର ମୂଲ୍ୟ କମାଇ ଦେଉଛି, ଫଳରେ ଉଚ୍ଚକୋଟୀର  ସାହିତ୍ୟ ପ୍ରକାଶନ ପାଇଁ ପ୍ରକାଶକ ଅଧିକାଂଶ ରାଜି ହେଉନାହାଁନ୍ତି । “ଓଡିଆ ଗାଈ ମୁହଁରେ ପରବାଡିର ଘାସ ଲାଗିଲା ପରି ପଇସା ପାଇ ବହି ଛାପିବା ଦ୍ୱାରା ବିନା ପଇସାରେ ଭଲ ବହି ଛାପିବାକୁ କ୍ୱଚିତ୍ ପ୍ରକାଶକ ରାଜି ହେଉଛନ୍ତି”, ତେଣୁ ଉଚ୍ଚକୋଟୀର ସାହିତ୍ୟ ଉତ୍ପାଦନ କମ୍ ହେତୁ ଦାମ୍ରେ ମହଙ୍ଗା ନ ହୋଇ ଗୁଣ ଗ୍ରହଣରେ ମହଙ୍ଗା ହେଉଛି । ସାହିତ୍ୟ ଯଦି ମଣିଷ ଚରିତ୍ର, ସମାଜ ଚିତ୍ର, ସଂସ୍କୃତିର ଔଚିତ୍ୟ, ମନସ୍ତାତ୍ୱିକ ବିଶ୍ଳେଷଣ ଭାଷାଗତ ସୈାଷ୍ଠବ ଏବଂ ଶେଷରେ ସମାଜ ପ୍ରତି କିଛି ସନେ୍ଦଶ ନ ରହିବ ସେ ସାହିତ୍ୟ ଶସ୍ତାଶ୍ରେଣୀରେ ଯିବ ନାହିଁ କି? କୈାଣସି ଜିନିଷର ପ୍ରତିଯୋଗିତା ହେଲେ, ଦାମ କମିଗଲା ପରି ବର୍ତ୍ତମାନ ସାହିତ୍ୟ ବହିର ପ୍ରତିଯୋଗୀତାରେ ଗୁଣାତ୍ମକ ସାହିତ୍ୟ ଅନାଦୃତ ହେଉଛି । ଫଳ ଯାହା ଅଗ୍ରେ ଧାବତି ଧାବତି । କବି ସୂର୍ଯ୍ୟ ନିଜ କବିତାରେ ଲେଖିଲେ:-
“କବି ହୋଇଗଲେ ଜଗତ୍ରଲୋକେ
ରବି ହୋଇଗଲେ ଜ୍ୟୋତିରଙ୍ଗଣ ପୋକେ
ହବି ହୋଇଗଲା ପୁଳିନ୍ଦପେଜ
ପବି ହୋଇଗଲା ମୃଣାଳ ବ୍ରଜ” ।ା
ଯିଏ ଯାହା ଲେଖିଲେ ଲେଖକ ହେଲେ
ହାତୁ ଖର୍ଚ୍ଚ କରି ବହିଛାପିଲେ
ବକ୍ତାଙ୍କ ଭାଷଣେ ଉଚ୍ଚେ ଉଠିଲେ
ଆମ ଆଦମୀକୁ ବନାଇ ଓଲା
ଦି ·ରି ବହିରେ ସାହିତି୍ୟକ ହେଲେ ।ା” 
    ଶେଷରେ ଏତିକି କହିବି ସୃଜନଶୀଳତା ପ୍ରଜ୍ଞା, ପ୍ରତିଭା ଓ ପ୍ରଣୋଦନାର ଅପେକ୍ଷା ରଖେ । ପ୍ରଜ୍ଞାଦୀପ୍ତ ମନୋଭୂମିରେ ସୃଜନସ୍ୱପ୍ନ ନୂଆ ନୂଆ ରୂପେ ବିକଶିତ ହେଲେ ପ୍ରତିଭା କୋଟିକୁ ଉନ୍ନୀତ ହୁଏ । ସମୀକ୍ଷା ଶାସ୍ତ୍ରରେ ତ ନବ ନବ ଉନ୍ମେଷଶାଳିନୀ ପ୍ରଜ୍ଞାକୁ ହିଁ ପ୍ରତିଭା କୁହାଯାଏ । ଏଇ ପ୍ରତିଭା ଯେତେବେଳେ ପ୍ରେରଣା ଭୂମିରେ ପାଦ ଥାପେ, ସେତେବେଳେ ହିଁ କବିତା ବା ସୃଜନଧର୍ମୀ ଲେଖାଟିଏ ଉଷା ପରି ଆସି ମନକୁ ରଙ୍ଗେଇ ଦିଏ । ବ୍ୟକ୍ତି ମଣିଷଟିଏ କବି ବା ସର୍ଜ୍ଜନଶୀଳ ଲେଖକୀୟ ସତ୍ତା ବନିଯାଏ । 
    ସୃଜନଶୀଳତା ପାଇଁ ମା’ ମନ ଲୋଡା । ମା’ ମନ ନ ଥିଲେ କେହି କେବେ କବି, ଲେଖକ, ସାହିତି୍ୟକ ହୋଇପାରେନା । ମା’ ଗର୍ଭରେ ଯେପରି ଭ୍ରୂଣ ସଂ·ର ଘଟି ବିଭିନ୍ନ ପର୍ଯ୍ୟାୟ ଦେଇ ତାହା ସନ୍ତାନ ରୂପ ନେଇ ଜନ୍ମେ, ଲେଖାଟିଏ ମଧ୍ୟ ନାନା ଘାତ ପ୍ରତିଘାତ ନେଇ ଅକ୍ଷରରୂପ ନେବା ସହ ମାନବ ଶିଶୁପରି ଲାଳନପାଳନକୁ ନ ·ହିଁ ଜନ୍ମ ନେଲାମାତ୍ରେ ସ୍ୱୟଂବରା ହେବାକୁ ·ହେଁଁ, ପାଠକମାନେ ହିଁ ତା’ର ସ୍ୱୟଂବରାକାମୀ ରାଜକୁମାର ବର୍ଗ । ଏଣୁ ସର୍ଜନଶୀଳ ବ୍ୟାପାର ଗର୍ଜନରୁ ତର୍ଜନ ନୁହେଁ । ଯେତେବଳେ ଲେଖାଟି ଗର୍ଜନ ମୁଖର ହୁଏ, ସେତେବେଳେ ଅବଶ୍ୟ କିଛି ହଟ ଚମଟ ସୃଷ୍ଟି କରିଥାଏ; କିନ୍ତୁ ସମୟକ୍ରମେ ତାହା ତୃପ୍ତି ନ ଦେଇ ଅତୃପ୍ତିର ହେତୁ ହୋଇଥାଏ । ଆଜିକାର ସାହିତ୍ୟ ସେହି ସ୍ତରରେ ପହଂଚିଛି, ତେଣୁ ଉତ୍ତମ ତଥା ସୃଜନ ସାହିତ୍ୟ ପାଇଁ ପ୍ରଜ୍ଞା ପ୍ରତିଭାବନ ପାଠକର ଆବଶ୍ୟକତା ଅଛି । 
ମୋ:୬୩୭୦୬୭୫୫୬୨