ଘୁମୁସର ମହାଅଧିବେଶନ ଉଦ୍ୟାପିତ
ଆସିକା : ଆସିକା ବସଷ୍ଟାଣ୍ଡ ଓଡ଼ିଆ ସମାଜ ସଭାଗୃହରେ ଚଉଦ ଅଞ୍ଚଳ ଓଡ଼ିଆ ସମାଜ ଘୁମୁସର ମଣ୍ଡଳର ବାର୍ଷିକ ମହାଅଧିବେଶନ ଉଦଯାପିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ୧୪ ଅଂଚଳର ହଜାର ହଜାର କର୍ମକର୍ତ୍ତା, ମେଧାବୀ ଛାତ୍ର ଛାତ୍ରୀ, ଗରିବ ବିଧବା ମହିଳା, ଅବିବାହିତା ଯୁବକ ଯୁବତୀ ସମେତ କୂଳ ସମାଜର ବରିଷ୍ଠ ସଭ୍ୟମାନେ ଯୋଗ ଦେଇଥିଲେ । ଘୁମୁସର ମଣ୍ଡଳର ସଭାପତି ବିଜୟ ଦଳାଇ ସଭାପତିତ୍ୱରେ ମୁଖ୍ୟଅତିଥି ରୂପେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ବରିଷ୍ଠ ସଦସ୍ୟ ପୂର୍ବତନ ମନ୍ତ୍ରୀ ରାଘବ ପରିଡା, ସିମାଞ୍ଚଳ ବିଷୋୟୀ, ସମ୍ପାଦକ ସ୍ୱଦେଶ ଦଳାଇ, ଉପସଭାପତି ସିମାଞ୍ଚଳ ପରିଡା, କୋଷାଧକ୍ଷ ଶୁଭ୍ରାଂଶୁ ବାରିକ, ଅଂଚଳ ସଭାପତି ରମେଶ ପୋଲାଈ, ସମ୍ପାଦକ ସୁରେଶ ବିଷୋୟୀ, କୋଷାଧକ୍ଷ ସନ୍ତୋଷ ପୋଲାଈ, ସଂଯୋଜକ ସୂର୍ଯ୍ୟକାନ୍ତ ପରିଡା, ନିରନ ପୋଲାଈ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମେ ବୈଦ୍ୟନାଥ ସ୍ୱାମୀ ଠାକୁରଙ୍କ ପୂଜାର୍ଚ୍ଚନା କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଶେଷ ଦିନରେ ପ୍ରାୟ ୪୦ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଅଧିକ ପାଠ ପଢିବା ପାଇଁ ଶିକ୍ଷା ବୃତ୍ତି କୂଳ ପକ୍ଷରୁ ପ୍ରଦାନ କରାଯାଇଥିଲା । ସେହିଭଳି କ୍ରୀଡା, ସଂସ୍କୃତି, ନାଚ ଗୀତରେ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ସମ୍ମାନୀତ କରାଯାଇଥିଲା । ନାରୀ ସଶକ୍ତିକରଣ ସକାଶେ ବିଧବା ମହିଳାକୁ ଆତ୍ମର୍ନିଭରଶିଳ ପାଇଁ ଆର୍ଥିକ ସହାୟତା ପ୍ରଦାନ, ଆର୍ଥିକ ଅଭାବ ହେତୁ ବିବାହ ହୋଇ ପାରୁନଥିବା ବର କିମ୍ବା କନ୍ୟାଙ୍କୁ ଆର୍ଥିକ ଅନୁଦାନ କରାଯାଉଥିଲା । ସାମଜରେ ବାଲ୍ୟ ବିବାହକୁ ନା, ପାଠ ପଢିବାକୁ ହଁ ବୋଲି କୁହାଯାଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲାର ରେ ଆସ୍କା, ହିିଞ୍ଜିଳିକାଟୁ, ଚିରିକିପଡା, ବାଲିପଦର, ରାମଗଡ଼, ମଙ୍ଗଳପୁର, ଇନ୍ଦ୍ରଗଡ଼, ନାଇକପଡା, ଟିକରପଡା, ବୋରିପଦର, ଅଢେଇ ଗାଁ, ବରଗାଁ, ତନରଡ଼ା ଓ ହୁମା ମଣ୍ଡଳରୁ ସହ ସହ ସଦସ୍ୟ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ନରେଶ ବିଷୋୟୀ, ରାମ ଚନ୍ଦ୍ର ସାହୁ, ଗଙ୍ଗାଧର ବିଷୋୟୀ, ସାଇରାଜ ଦଳାଇ, ଶତ୍ରୁଘ୍ନ ଜେନା, ନୀଳକଣ୍ଠ ପରିଡା, ବସନ୍ତ ଦଳାଇ ପ୍ରମୁଖ ସହଯୋଗ କରିଥିଲେ ।