ଜୀବନ ଯାତ୍ରା
ଶ୍ରଦ୍ଧାଙ୍କର ପୁଅ ଦାସିଆ ଓ ତାର ସାଙ୍ଗ ସାଲବେଗ ଦିନେ ଶ୍ରଦ୍ଧାଙ୍କୁ ପଚାରିଲେ ଏତେ ପ୍ରକାରର ଯାତ୍ରା କ'ଣ? ହିନ୍ଦୁ ଧର୍ମରେ ବାର ମାସରେ ତେର ଯାତ୍ରା ହେଉଛି । ଯଥା ରଥଯାତ୍ରା, ପାଦୁକାଯାତ୍ରା, ଚଭାଡ଼ି ଯାତ୍ରା, ଧନୁଯାତ୍ରା, ରୁକୁଣା ରଥ ଯାତ୍ରା, ଚନ୍ଦନ ଯାତ୍ରା ଇତ୍ୟାଦି ଇତ୍ୟାଦି । ଏହାକୁ ଆମକୁ କ'ଣ ସୂଚନା ଦିଏ । ଶ୍ରଦ୍ଧା ଦାସିଆର ମୁଣ୍ଡକୁ ଆଉଁଷି ଦେଇ କହିଲେ - "ଜୀବନ ଏକ ଯାତ୍ରା । କେତେକ ବର୍ଷ, ମାସ ଓ ଋତୁର । ମନୁଷ୍ୟ ଜାଗତିକ ଜୀବନଯାପନ, ବସ୍ତୁଗତ ପଦାର୍ଥର ହାସଲର ଯାତ୍ରାରେ ତାର ବିଶ୍ରାମ ସ୍ଥଳର ରାସ୍ତାକୁ ଭୁଲିଯାଇଥାଏ । ରଥଯାତ୍ରା ଗୁଡ଼ିକ ତାହାକୁ ମନେପକାଇ ଦେଇଥାନ୍ତି ।'
ଦାସିଆ କହିଲା ଆମ ଘର ପାଖ ରାଧାମାଉସୀ କହୁଥିଲେ ଅଗ୍ନି ସଂଯୋଗ ବିନା ବତି ଯେପରି ଜଳି ପାରିନଥାଏ, ଜୀବନ ଯାତ୍ରାରେ ଆଧ୍ୟାତ୍ମିକତାର ସଂଯୋଗ ବିନା ଜୀବନଯାତ୍ରା ସଫଳ ହୋଇପାରିନଥାଏ । ଦାସିଆର ସାଙ୍ଗ ସାଲବେଗ କହିଲା ଆମର ବିଜ୍ଞାନ ଶିକ୍ଷକ କହୁଥିଲେ ସୂର୍ଯ୍ୟଙ୍କର ଚତୁଃପାଶ୍ୱର୍ରେ ପୃଥିବୀ ଘୂରି ବୁଲିବା ବିନା ତାର ଯାତ୍ରା ସଫଳ ନହେଲେ ଦିନରାତି ହୋଇପାରିନଥାଏ । ସେହିପରି ନିଜ ଠାରୁ ମହତ୍ତର ସତ୍ତା ଆଡ଼କୁ ଗତି କରିବାକୁ ଯାତ୍ରା କୁହାଯାଏ । ଶ୍ରଦ୍ଧା କହିଲେ, ମଣିଷ ଅନେକ ଯାତ୍ରା କରିଛି । ଅନେକ ପର୍ଯ୍ୟଟନସ୍ଥଳୀ ବୁଲି ଦେଖିଛି । ମାଇଲ ମାଇଲ ଯାତ୍ରା ଗତି କରି ଗନ୍ତବ୍ୟସ୍ଥଳରେ ପହଞ୍ଚôଛି । କିନ୍ତୁ ଗନ୍ତବ୍ୟସ୍ଥଳୀ କୁହେ ତୋର ଆହୁରି ଅନେକ ଯାତ୍ରା ବାକି ଅଛି । ଗନ୍ତବ୍ୟସ୍ଥଳୀରେ ଆମେ ପୁରସ୍କାର ଖୋଜୁ । ଗୀର୍ଜାର ଘଣ୍ଟି, ମସଜିଦର ନମାଜର ସ୍ୱର, ମନ୍ଦିରର ଘଣ୍ଟ, ମାର୍ଦ୍ଦଳ, ଶଙ୍ଖଧ୍ୱନି, ସୂଚାଇ ଦିଏ ଯେ ‘ରେ ମାନବ କାମନା ବାସନାଶୂନ୍ୟ ଜୀବନରେ ହିଁ ଦୈବତ୍ୱ ନିହିତ । ହେଲେ ତୁ ଆଗେଇ ଚାଲ । ଜୀବନର ବିଶ୍ରାମସ୍ଥଳୀ ନିକଟକୁ । ହେଲେ ମନୁଷ୍ୟ ଯେତେବେଳେ ପଚାରେ ଆମେ ଏ ଯାତ୍ରାକୁ ଆସିଥିଲୁ କାହିଁକି?’ ଏହି ସମୟରେ ଯାତ୍ରାର ଭାସ୍ୟକାରର ସ୍ୱର ଶୁଭେ "ରଥେତୁ ବାମନଂ ଦୃଷ୍ଟ୍ୱା ପୁନ୍ନଜନ୍ମ ନ ଲଭତେ ।' ସାଲବେଗ କହିଲା ଏ ଭକ୍ତି କଣ ମଣିଷର ମନ ଭରେ । ସେ ସମୁଦ୍ରକୂଳକୁ ଯାତ୍ରା କରେ । ଦାସିଆ ଶ୍ରଦ୍ଧାଙ୍କୁ ପଚାରିଲା ତୁ ରଥଯାତ୍ରା ପରେ ସମୁଦ୍ର କୂଳକୁ କାହିଁକି ବୁଲାଇ ନେଉ? ମୁଁ ସମୁଦ୍ରର ନୀଳ ତରଙ୍ଗକୁ ଦେଖି ବିମୋହିତ ହୁଏ । ତରଙ୍ଗ ମତେ କୁହେ ମୁଁ କେତେବେଳେ ଠାର ଉତ୍ପନ୍ନ ହୋଇ କେତେ ପଥ ଗତି କରି ଆସିଲିଣି । ନିଜକୁ ଭୁଲି ଯାଇଛି । ଏପରି କାହିଁକି ମୋ ଭିତରେ ଭାବନା ଆସେ? ଶ୍ରଦ୍ଧାଙ୍କର ମଧୁସୂଦନ ରାଓଙ୍କର ଉକ୍ତି ମନେପଡ଼େ ସେ ଦାସିଆ ଓ ସାଲବେଗଙ୍କର ମୁଣ୍ଡକୁ ଆଉଁଷି କହନ୍ତି "ରେ ଆତ୍ମନ ନିଦ୍ରା ପରିହରି ଫେଡ଼ି ଚିନ୍ତାର ଲୋଚନ, କର କର ନିରୀକ୍ଷଣ ନିଶବେ୍ଦ ଜୀବନ ସ୍ରୋତ ଧାଉଁଛି କିପରି ଭେଟିବାକୁ ମୃତୁ୍ୟସିନ୍ଧୁ କରାଳ ଲହରୀ ।'
ରଥଯାତ୍ରା ସାରି ସମୁଦ୍ର କୂଳରେ ଆତ୍ମ ଚିନ୍ତନ ସମୟରେ ମନୁଷ୍ୟ ହୃଦୟଙ୍ଗମ କରେ ଏଥରର ରଥଯାତ୍ରା ତାର ଜୀବନର ଶେଷ ଯାତ୍ରା ନୁହେଁ । ଅନେକ ଯାତ୍ରା ତାର ଜୀବନରେ ବାକି ଅଛି । ସେତେବେଳେ ତାର ମନେପଡ଼େ ଜାତସ୍ୟ ହିଁ ଧ୍ରୁବମୃତୁ୍ୟ ମୃତୁ୍ୟକୁ ଜୟ କରିବାକୁ ରଥଯାତ୍ରାରେ ଯୋଗ ଦେଇଥିଲି । ସାଲବେଗ କହିଲା ମୋର ମା ହାସିନା କହୁଥିଲେ, ହରି ହରି, ରାମ ରାମ, କୃଷ୍ଣ କୃଷ୍ଣ ତୁଣ୍ଡରେ ନଧରି ରଥରେ ନାଚି ନାଚି ବିଭୋର ନହୋଇ ଏ ଶରୀର ତ୍ୟାଗ ମୂଲ୍ୟହୀନ । ଏପରି ମନୁଷ୍ୟ କେବେ ବି ଅମୃତର ସନ୍ତାନ ହୋଇନପାରେ । ଶ୍ରଦ୍ଧା କହିଲେ ମହାପ୍ରଭୁ କେଉଁ ଭକ୍ତର ଆବେଗ, କେଉଁ ଶବରୀର ପ୍ରତୀକ୍ଷା, କେଉଁ ଭକ୍ତର ଡାକ ଶୁଣି ଶ୍ରୀମନ୍ଦିର ପରିତ୍ୟାଗ କରି ଭକ୍ତଙ୍କୁ ଦର୍ଶନ ଦିଅନ୍ତି ତାହା କହି ହେବନାହିଁ । ଦାସିଆ ଓ ସାଲବେଗ ଏକ ସ୍ୱରରେ କହିଲେ ପ୍ରଭୁ ଯେତେବେଳେ ସୁଯୋଗ ଦେଉଛନ୍ତି ତାର ସଦୁପଯୋଗ ଆମେ କରିବୁ । ତାଙ୍କର ପାଦୁକା ଯାତ୍ରାରେ ତାଙ୍କ ପୟରରେ ମଥାକୁ ରଖି ତୁଣ୍ଡରେ ହରିନାମ ଧରି ଜୀବନଯାତ୍ରାକୁ ସଫଳ କରିବୁ । ଶ୍ରଦ୍ଧା କହିଲେ ଚାଲ ଆମେ ସମସ୍ତେ ମିଶି ପ୍ରାର୍ଥନା କରି ରଥଯାତ୍ରାରେ ଯୋଗ ଦେବା । ଗନ୍ତବ୍ୟ ସ୍ଥଳରେ ପହଞ୍ଚô ପୁନଶ୍ଚ ଆମ ଜୀବନର ଯାତ୍ରା ନ ହେଉ ବୋଲି ପ୍ରାର୍ଥନା କରିବା । ଚିରନ୍ତନ ବିଶ୍ରାମ ସ୍ଥଳୀ ପାଇଁ ପ୍ରାର୍ଥନା କରିବା ଓ ଆନନ୍ଦରେ ନିଜକୁ ଭରି ଦେବ ।
ଅନୀତା ପଟ୍ଟନାୟକ,ମୋ : ୯୬୯୨୯୮୦୦୨୬