ଦିଲିପ ରାୟଙ୍କୁ ମୁଁ ଯେମିତି ଜାଣେ 

 ଦୁର୍ଗାପ୍ରସାଦ ମହାନ୍ତି :ବିଶିଷ୍ଠ ରାଜନେତା ଓ ସଫଳ ଉଦ୍ୟୋଗପତି ଦିଲିପ ରାୟଙ୍କର ଆଜି ଜନ୍ମଦିନ, ଦୀର୍ଘ ତିନି ଦଶନ୍ଧି ଧରି ଅତି ନିକଟରୁ ତାଙ୍କୁ ଦେଖୁ ଆସୁଛି  । ତାଙ୍କର ରାଜନୈତିକ ଏବଂ ବ୍ୟବସାୟିକ କାର୍ଯ୍ୟକ୍ରମ ଭିତରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଜଡ଼ିତ ଥିବାରୁ ତାଙ୍କର ଅଭୂତପୂର୍ବ ଉତ୍ଥାନ ଦେଖୁଛି ଏବଂ ଅପ୍ରତ୍ୟାଶିତ ରାଜନୈତିକ ଫଳାଫଳ ବି ଦେଖୁଛି, ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ ତାଙ୍କ ଜନ୍ମ ଦିନରେ ତାଙ୍କ ବିଷୟରେ ଯାହା ଜାଣିଛି ତାହା ଉଲ୍ଲେଖ କରୁଛି  ।
୨୦୨୪ ବିଧାନସଭା ସାଧାରଣ ନିର୍ବାଚନରେ ରାଉରକେଲା ବିଧାନସଭା ନିର୍ବାଚନରେ ଦିଲିପଙ୍କ ପରାଜୟ ଅତ୍ୟନ୍ତ ଅପ୍ରତ୍ୟାଶିତ ଏବଂ ଆଶ୍ଚର୍ଯ୍ୟଜନକ ଥିଲା ଯାହା ତାଙ୍କର ସମସ୍ତ ଶୁଭେଛୁଙ୍କୁ ଆଚମ୍ବିତ କରିଦେଇଥିଲା, କାରଣ ୨୦୧୪ ମସିହା ସାଧାରଣ ନିର୍ବାଚନରେ ରାଉରକେଲାର ପ୍ରାର୍ଥୀ ହୋଇ ଯେତେବେଳେ ଓଡ଼ିଶାରେ ବିଜେପି ମାତ୍ର ୯ଟା ସିଟ୍ ଜିତିଥିଲା ସେତେବେଳେ ଦିଲିପ ପାଖାପାଖି ୧୦ ହଜାର ଭୋଟରେ ଜିତିଥିଲେ ଏବଂ ନିଜ ଉଦ୍ୟମରେ ସୁନ୍ଦରଗଡ ଲୋକସଭା ବିଜେପି ପ୍ରାର୍ଥୀ ଶ୍ରୀଯୁକ୍ତ ଜୁଏଲ ଓରାମଙ୍କୁ ଜିତାଇ ଆଣିଥିଲେ  । ଯିଏକି ୨୦୧୪ ଲୋକସଭା ନିର୍ବାଚନରେ ବିଜେପିର ଏକମାତ୍ର ଲୋକସଭା ସଦସ୍ୟ ଥିଲେ  । ଅଥଚ ୨୦୨୪ରେ ଯେତେବେଳ ବିଜେପି ପାଖାପାଖି ୯୦ ସିଟରେ ଜିତି ସରକାର ଗଢ଼ିବାରେ ସକ୍ଷମ ହେଉଛି ସେତେବେଳେ ଦିଲିପ ନିର୍ବାଚନ ହାରି ଯାଉଛନ୍ତି, ତେଣୁ ଏକାଧାରରେ ଅପ୍ରତ୍ୟାଶିତ, ଆଶ୍ଚଜ୍ୟଜନକ, ଅବିଶ୍ୱସନୀୟ ଏବଂ ଭାଗ୍ୟର ବିଡ଼ମ୍ବନା  ।
କେବଳ ପୂର୍ବ ଭାରତରେ ଦିଲିପ ଠିଆ କରିଛନ୍ତି ୧୪ରୁ ଊର୍ଦ୍ଧ୍ୱ ବିଳାସପୂର୍ଣ୍ଣ ପଞ୍ଚତାରକା ରିସୋର୍ଟ ଯାହା ମିଳିତ ଭାବରେ ତାଜ୍ ଗଦପ ୬୮୦ ଓ ଓବରାଇ ଗ୍ରୁପଠାରୁ ଅଧିକ  । ସମସ୍ତ ଭାରତ ବର୍ଷର ୮ଟି ରାଜ୍ୟ ଓଡ଼ିଶା, ପଶ୍ଚିମବଙ୍ଗ, ଆସାମ, ବିହାର, ସିକିମ, ଛତିଶଗଡ଼, ଗୋଆ, ମହାରାଷ୍ଟ୍ର ପରେ ଦିଲିପ ଏବେ ପାଦ ରଖୁଛନ୍ତି ଦକ୍ଷିଣ ଭାରତର ଅନ୍ୟତମ ପ୍ରମୁଖ ରାଜ୍ୟ ଆନ୍ଧ୍ରପ୍ରଦେଶରେ  । ଆନ୍ଧ୍ରପ୍ରଦେଶ ସରକାର ଭାଇଜାଗ ନଗର ନିକଟସ୍ଥ ନୂଆ ଅନ୍ତର୍ଜାତୀୟ ବିମାନବନ୍ଦର ଭୋଗପୂରମ ନିକଟରେ ବଙ୍ଗୋପସାଗର ସମ୍ମୁଖରେ ଏକ ପଞ୍ଚତାରକା ହୋଟେଲ ତିଆରି ପାଇଁ ରାଜ୍ୟ ସରକାର ୪୦ ଏକର ଜାଗା ଅନୁମୋଦନ କରିଛନ୍ତି  । ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ  ଚନ୍ଦ୍ରବାବୁ ନାଇଡୁ ଆସନ୍ତା ଜାନୁୟାରୀ ୨୭ ତାରିଖ ଦିନ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି  । ଗତ ନଭେମ୍ବର ୧୯ ତାରିଖ ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ  ଚନ୍ଦ୍ରବାବୁ ନାଇଡୁଙ୍କୁ ସାକ୍ଷାତ କରିବା ସମୟରେ ମୁଁ ଦିଲିପ ରାୟଙ୍କ ସହ ଉପସ୍ଥିତ ଥୁଲି  । ସେ ଦିଲିପ ରାୟଙ୍କୁ “ ଦିଲିପ ବ୍ରଦର” ବୋଲି ସମ୍ବୋଧନ କରିବା ସହିତ ପୁରୁଣା ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ୧୯୯୮ ମସିହା ଏନଡ଼ିଏ ସରକାର ଗଠନ ସମୟରେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଗଠନ ମନ୍ତ୍ରୀ ମଣ୍ଡଳପାଇଁ ୧୬ ଜଣ ସାଂସଦଙ୍କ ସମର୍ଥନ ଆବଶ୍ୟକ ପଡ଼ୁଥିଲା, ସେତେବେଳେ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ଦୂତଭାବେ ଦିଲିପ ରାୟ ତକôାଳୀନ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏବଂ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କୁ ଏନ୍.ଡ଼ି.ଏ ସରକାରଙ୍କୁ ବାହ୍ୟ ସମର୍ଥନ କରାଇବା ପାଇଁ ମନାଇପାରିଥିଲେ  । ସେଥିପାଇଁ ଦିଲିପ ରାୟଙ୍କୁ ପ୍ରଧାନମନ୍ତ୍ରୀଙ୍କ “ କ୍ରାଇସିସ ମ୍ୟାନେଜର”  ରୂପେ ସମ୍ବାଦପତ୍ର ମାନଙ୍କରେ ଅଭିହିତ କରାଯାଇଥିଲା  । ଯେତେବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ  ଚନ୍ଦ୍ରବାବୁ ନାଇଡୁ, ଦିଲିପ ରାୟଙ୍କୁ କହିଲେ ପର୍ଯ୍ୟଟନ କ୍ଷେତ୍ରରେ ତୁମେ ମୋର ପ୍ରଥମ ପସନ୍ଦ  । ଜବାବରେ ଦିଲିପ ତାଙ୍କୁ କହିଥିଲେ ଯେ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଭାଇଜାଗରେ ସେ ଭାରତବର୍ଷର ଅନ୍ୟତମ ଶ୍ରେଷ୍ଠ ରିସର୍ଟ ପ୍ରତିଷ୍ଠା କରିବେ ।
ମୁମ୍ବାଇ ସହରରୁ ୯୦ କିଲୋମିଟର ଦୂରରେ ଆରବ ସାଗର ସମ୍ମୁଖରେ ମେ ଫେୟାର ମାନର ରିସର୍ଟ ନିର୍ମାଣ କରାଯାଇଛି ଯାହାକି “ ଗେଟ ଅଫ ଇଣ୍ଡିଆ” ପାଖରୁ ଜଳପଥରେ ଆରବ ସାଗର ମଧ୍ୟ ଦେଇ ଯାଇହେବ  । ଆଲିବାଗ ବଲିଉଡ଼ ଚଳଚ୍ଚିତ୍ର ଜଗତର ତାରକାମାନଙ୍କ ପାଇଁ ମନପସନ୍ଦର ସି-ବିଚ୍  । ଅଷ୍ଟମ ରାଜ୍ୟଭାବେ ମେ ଫେୟାର “ ମହାରାଷ୍ଟ୍ର” ରାଜ୍ୟରେ ପ୍ରବେଶ କରିଛି  । କ୍ଷିପ୍ର ଗତିରେ ଆଗେଇ ଚାଲିଥିବା ଅନ୍ୟ ତିନୋଟି ରିସର୍ଟ ମେ ଫେୟାର “ସାଚୁଂଆରି” କନ୍ଭେନସନ ଆଣ୍ଡ ରିସଟ ଯାହାକି ଚନ୍ଦ୍ରଶେଖରପୁର (ଭରତପୁର) ଜଙ୍ଗଲର ହାତୀ କରିଡ଼ର ନିକଟରେ ନିର୍ମାଣ ଚାଲିଛି ଯାହାକି ପୂର୍ବଭାରତର ସବୁଠାରୁ ବଡ଼ କନଭେନସନ ହଲ ଯେଉଁଠାରେ ଏକକାଳୀନ ୪୫୦୦ ବ୍ୟକ୍ତି ବସିପାରିବେ ଏବଂ ପାଖାପାଖୁ ସାତସହ (୭୦୦) ଗାଡ଼ି ପାର୍କିଙ୍ଗ କରିବାର ବ୍ୟବସ୍ଥା ରହିଛି, ତାହା ୨୦୨୫ ଡିସେମ୍ବର ମାସରେ ଲୋକର୍ପିତ ହେବାର ସମ୍ଭାବନା ରହିଛି  । ତତ୍ସହିତ ବଙ୍ଗୋପସାଗର ସମ୍ମୁଖରେ ପାରଦ୍ୱୀପ ଠାରେ ଏବଂ ଚିଲିକା ମୁହାଣ ସାତପଡ଼ା ଠାରେ ମଧ୍ୟ ମେ ଫେୟାର ରିସୋର୍ଟର କାମ ଆଗେଇ ଚାଲିଛି  । ଆକଳନ ଅସୁସାରେ ୨୦୨୭ ସୁଦ୍ଧା ୨୫ରୁ ଊର୍ଦ୍ଧ୍ୱ ରିସୋର୍ଟ ନିର୍ମାଣ କରିବାରେ ମେ ଫେୟାର ସଫଳ ହୋଇ ସାରିଥବ  ।ଆଜି ତାଙ୍କ ଜନ୍ମ ଦିବସରେ ଜଣେ ସଫଳ ଉଦ୍ୟୋଗପତି ହିସାବରେ ତାଙ୍କ ଦୀର୍ଘତମ ଯାତ୍ରା ଭିତରେ ସେ ନିଜେ ଜଣେ ଓଡ଼ିଆ ଏ କଥା ସେ କେବେ ଭୁଲିନାହାଁନ୍ତି  । ତାଙ୍କର ପର୍ଯ୍ୟଟନ ଶିଳ୍ପରେ ୯୦ ଭାଗରୁ ବେଶି ଅର୍ଥାତ ଅଦ୍ୟାବଧି କାର୍ଯ୍ୟରତ ୫୦୦୦ କର୍ମଚାରୀ ଭିତରୁ ଓଡ଼ିଶା କର୍ମଚାରୀ ସଂଖ୍ୟା ୪୫୦୦ ରୁ ବେଶି  । ଆଜି ଏମିତି ଜଣେ ସୁଯୋଗ୍ୟ ସନ୍ତାନଙ୍କର ଦୀର୍ଘ ଜୀବନ କାମନା କରିବା ସହିତ ଯୁବ-ଛାତ୍ର ପିଢ଼ି ତାଙ୍କୁ ଅନୁକରଣ କରି ଓଡ଼ିଶା ତଥା ଓଡ଼ିଆ ଜାତିପାଇଁ ଗୌରବ ଆଣି ପାରିଲେ, ତାଙ୍କ ଜନ୍ମଦିନରେ ତାଙ୍କ ପାଇଁ ଏହା ହେବ ଶ୍ରେଷ୍ଠ ଉପହାର  ।
ରାଜନୈତିକ ସଚିବ
ମୋ-୯୪୩୭୦୦୧୬୧୮