ନାରୀ ପୁରୁଷର ଧର୍ମ ଓ କର୍ମ
ଏ ଭବମୟ ସଂସାରରେ ସ୍ତ୍ରୀର ସୃଷ୍ଟି ପ୍ରଥମ । ସକଳ ସ୍ତ୍ରୀ ଠାରୁ ସୃଷ୍ଟି । ତେଣୁ ସ୍ତ୍ରୀକୁ ସଂସାରର କେନ୍ଦ୍ର କୁହାଯାଏ । ଏହି ସ୍ତ୍ରୀମାନଙ୍କ ଯୋଗୁଁ ଦେବତାମାନଙ୍କର ଗୋ÷ରବ ବିକାଶ ହୋଇଛି ।
“ଗାୟତ୍ରୀ କି ହୃଦେ ଧରିଅଛି ପିତାମହ
ତେଣୁ ସିନା ପବିତ୍ର ଅଟଇ ତାର ଦେହ ।
ବିଷ୍ଣୁ ପୁଣି ଲକ୍ଷ୍ମୀଙ୍କୁ ଯେ କୋଳରେ ବସାଇ
ଲକ୍ଷ୍ମୀ ନାରାୟଣ ଯେ ବୋଲାଇ ଜଗୁସାଇଁ ।
ଈଶ୍ୱରଙ୍କ ଅର୍ଦ୍ଧ ଅଙ୍ଗ ଅଟଇ ପାର୍ବତୀ
ଅର୍ଦ୍ଧନାରୀଶ୍ୱର ବୋଲାଇଲେ ପଶୁପତି ।ା (ଦାଣ୍ଡୀ ରାମାୟଣ)
ସମସ୍ତଙ୍କଠାରୁ ସକଳ ସାରମାନ ଆଣି ବ୍ରହ୍ମା ସ୍ତ୍ରୀ ରୂପକ ପଦାର୍ଥଟିକୁ ସୃଷ୍ଟି କରିଛନ୍ତି ।
“ସମସ୍ତଙ୍କଠାରୁ ବ୍ରହ୍ମା ଆଣି ସାରମାନ
ସ୍ତିରୀ ବୋଲି ପଦାର୍ଥେକ କଲେକ ଭିଆଣ ।”
ତା’ପରେ ବ୍ରହ୍ମା ସ୍ତ୍ରୀର ଗୁଣ ଅନୁସାରେ ବିଭିନ୍ନ ନାମକରଣ କରିଛନ୍ତି । ପୁରୁଷକୁ ମଦନେ ମୋହିବାରୁ ସେ ‘ପ୍ରମଦା’ - ସ୍ନେହ ଦେଉଥିବା ହେତୁ ସେ ‘ବଲ୍ଲଭୀ’ । କୁଟୁମ୍ବଠାରୁ ଉତ୍ପତ୍ତି ହେଉଥିବାରୁ ସେ “କୁଟୁମ୍ବୀ” - ଅଙ୍ଗଶୋଭା ଯୋଗୁ ସେ “ଅଙ୍ଗାନା”- ଭାଗ୍ୟ ଦେଉଥିବାରୁ ସେ “ସୋ÷ଭାଗୀ’ - ସ୍ତ୍ରୀ ଯୋଗୁ ପୁରୁଷ ରାଜ୍ୟ ଧର୍ମ କରିପାରୁଥିବାରୁ ସେ “ଧର୍ମପତ୍ନୀ’ - ବଳ ନ ଥିବାରୁ ସେ “ଅବଳା’ । ତେଣୁ ସ୍ତ୍ରୀ ଅବୋଧ ହେଲେ ମଧ୍ୟ ଲୋକାଚାର ମତରେ ସେ ଶ୍ରେଷ୍ଠ ଅଟେ ।
“ସ୍ତ୍ରୀ ଯେ ଅବୋଧ ଜାଣ ଅଟଇ ସଂସାରେ
ସ୍ତିରୀ ହୁଁ ଯେ ବଡ଼ ନାହିଁ, ଜାଣ ଲୋକାଚାରେ ।”
ଯୁଗେ ଯୁଗେ ପୁରୁଷକୁ ଅବାଟର ପାର୍ଥôବ ବୋଲି କୁହାଯାଇଛି । ସେହି ଅପଥଗାମୀ ପୁରୁଷକୁ ସୁପଥଗାମୀ କରିବା ପାଇଁ ନାରୀର ଆବଶ୍ୟକତା ଥାଏ । ସେ ତା’ର ସ୍ନେହ, ପ୍ରେମ, ମମତା, ସୌନ୍ଦର୍ଯ୍ୟ, ମିଷ୍ଟବଚନେ, ଆଳାପ ଓ ସେବାରେ ପୁରୁଷଙ୍କୁ ବାନ୍ଧି ରଖି ସୁପଥଗାମୀ କରାଇଥାଏ । ସେଥିପାଇଁ ଜଣେ ପୁରୁଷର ପ୍ରଗତି ବା ବିକାଶ ପଛରେ ଜଣେ ନାରୀର ହାତ ବହୁଳ ଭାବରେ ଥାଏ । ମା’ର ମମତା, ଭଉଣୀର ସ୍ନେହ ଏବଂ ପନôୀର ପ୍ରେମରେ ବାନ୍ଧି ହୋଇ ପୁରୁଷଟି ସୁପଥଗାମୀ ହୋଇଥାଏ । ପୁରୁଷର ଭବିଷ୍ୟ ଜୀବନ ସୁପଥଗାମୀ ହେବାରେ ଜଣେ ନାରୀର ଭୂମିକା ବାସ୍ତବିକ ସ୍ୱତନ୍ତ୍ର । ସେଥିପାଇଁ ନାରୀକୁ ପୁରୁଷର ଧର୍ମ ଓ କର୍ମ ବୋଲି କୁହାଯାଇଛି । “ନାରୀ ହିଁ ଅଟଇ ଜାଣ ପୁରୁଷର କର୍ମ । ସେହି କର୍ମ ବଳେ ସିଏ ଅର୍ଜିଥାଏ ଧର୍ମ ।” ପରିବାର ସଞ୍ଚାଳନ ଓ ପୁରୁଷର ଆଚରଣ ଜଣେ ନାରୀଠାରୁ ହିଁ ସମ୍ଭବ ହୋଇଥାଏ । ତେଣୁ ନାରୀ ଶିକ୍ଷିତା ହେଲେ ପରିବାର ଓ ସମାଜ ଶିକ୍ଷିତା ହେବ । ସେଥିପାଇଁ ସୃଷ୍ଟିର ଆରମ୍ଭରୁ ନାରୀକୁ ସ୍ୱତନ୍ତ୍ର ସମ୍ମାନ ଦିଆଯାଇଅଛି । ବାସ୍ତବରେ ନାରୀ ହେଉଛି ପୁରୁଷର ଧର୍ମ, କର୍ମ ଏବଂ ମାର୍ଗ ପ୍ରଦର୍ଶିକା । ଅସମ୍ଭବକୁ ସମ୍ଭବରେ ପରିଣତ କରିପାରିବା ଶକ୍ତି କେବଳ ନାରୀର ଅଛି । ସେ ଚାହିଁଲେ ମୁହୂର୍ତ୍ତକ ମଧ୍ୟରେ ଏ ସମାଜକୁ ଏକ ସୁନ୍ଦର, ସାବଲୀଳ କରି ଗଢ଼ି ତୋଳିପାରିବ । ସେ ବିଚାରିଲେ ଏ ସମାଜରେ ତୀକ୍ଷ୍ମଣ କଣ୍ଟାଧରି ବିଛାଇ ପାରିବ । କାରଣ ନାରୀ ହିଁ ସୃଷ୍ଟି, ସ୍ଥିତି, ପ୍ରଳୟ । ଯାହାର ମାୟା ଦେବତା କୁଳକୁ ମଧ୍ୟ ଅଗୋଚର । ଏଣୁ ନାରୀ ସଦାସର୍ବଦା ତାର ଧର୍ମ ଓ କର୍ମ କରିବା ଉଚିତ । ଯାହାଫଳରେ ରାକ୍ଷସ ବେଶଧାରୀ ପୁରୁଷ ବର୍ତ୍ତିପାରିବେ ଏବଂ ଅସତ୍ୟ ଲୋପପାଇ ମାନବ ସମାଜରେ ସତ୍ୟ, ଶାନ୍ତି, ଧର୍ମ, ସେବା, ପ୍ରେମର ପୁଲ୍ଲକିତ ହେବ । ଏଥିରେ ତିଳେମାତ୍ର ସନେ୍ଦହ ନାହିଁ । ଏଣୁ ନାରୀ ହିଁ ସମାଜର ପ୍ରକୃତ ମାର୍ଗ ।
ପଣ୍ଡିତ ଦୈତ୍ୟାରି ମହାପାତ୍ର
ଭଦ୍ରକ,ମୋ- ୮୭୬୩୫୪୮୨୦୨